ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ : ତିନି ଜଣ ଯବାନ୍ ସହୀଦ୍
ଶୁକ୍ରବାର ଜାମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ତିନୋଟି ଅଲଗା ଅଲଗା ସେକ୍ଟରରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲଙ୍ଘନ କରିଛି | ଏହି ଗୁଳି ବିନିମୟରେ ତିନିଜଣ ଭାରତୀୟ ଯବାନ୍ ସହୀଦ୍ ହୋଇଛନ୍ତି |
ଶ୍ରୀନଗର : ଶୁକ୍ରବାର ଜାମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ତିନୋଟି ଅଲଗା ଅଲଗା ସେକ୍ଟରରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲଙ୍ଘନ କରିଛି | ଏହି ଗୁଳି ବିନିମୟରେ ତିନିଜଣ ଭାରତୀୟ ଯବାନ୍ ସହୀଦ୍ ହୋଇଛନ୍ତି ଏବଂ 4ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି | ସହୀଦଙ୍କ ମଧ୍ୟରେ ବିଏସଏଫର ସବ-ଇନ୍ସପେକ୍ଟର ରାକେଶ ଡୋଭାଲ ଏବଂ ଦୁଇ ଜଣ ଯବାନ ଅଛନ୍ତି |
#WATCH | 7-8 Pakistan Army soldiers killed, 10-12 injured in the retaliatory firing by Indian Army in which a large number of Pakistan Army bunkers, fuel dumps, and launch pads have also been destroyed: Indian Army Sources pic.twitter.com/q3xoQ8F4tD
— ANI (@ANI) November 13, 2020
ବାରାମୁଲା ଉରି ସେକ୍ଟରରେ ଥିବା ଭାରତୀୟ ଘାଟି ଉପରକୁ ମଧ୍ୟ ପାକିସ୍ତାନ ସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିଲା | ପାଲଟା ଜବାବରେ ଭାରତୀୟ ସେନାର ପାକିସ୍ତାନର ଲଞ୍ଚ ପ୍ୟାଡ୍ ଏବଂ ବଙ୍କର ଧ୍ୱଂସ -କରିଛି |

ଏଥିରେ 7-8 ଜଣ ପାକିସ୍ତାନୀ ସେନା ନିହତ ହୋଇଥିବା ବେଳେ 10 ରୁ 12 ଜଣ ଆହତ ହୋଇଥିବା ନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି |












Click it and Unblock the Notifications