Get Updates
Get notified of breaking news, exclusive insights, and must-see stories!

ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣା Live Update : ଭୁବନେଶ୍ୱରରେ ପହଞ୍ଚିଲା ସହିଦ୍ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର

ତାମିଲନାଡୁର ନୀଳଗିରୀ ଜିଲ୍ଲାର କୁନୁରରେ ବୁଧବାର ଦିନ ବରିଷ୍ଠ ସେନା ଅଧିକାରୀଙ୍କୁ ନେଇ ଯାଉଥିବାଏକ ଭାରତୀୟ ବାୟୁସେନା MI -17 ଭି 5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।

Accident

ନୀଳଗିରୀ : ବରିଷ୍ଠ ସେନା ଅଧିକାରୀଙ୍କୁ ନେଇ ଯାଉଥିବା ଭାରତ ବାୟୁସେନାର ଏକ Mi-17V5 ହେଲିକପ୍ଟର ବୁଧବାର ତାମିଲନାଡୁର ନୀଳଗିରୀ ଜିଲ୍ଲା ଅନ୍ତର୍ଗତ କୁନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ 13 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଗ୍ରୁପ୍ କ୍ୟାପଟେନ ବରୁଣ ସିଂହଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଘଟଣାର ତଦନ୍ତ ପାଇଁ ବାୟୁସେନା ନିର୍ଦ୍ଦେଶ ଦେଇଛି । ରିପୋର୍ଟ ଅନୁଯାୟୀ, ଜେନେରାଲ ବିପିନ ରାୱତଙ୍କ ଶେଷ ରୀତିନୀତି ଆଜି କରାଯିବ ।

ଏହି ସମ୍ବାଦ ସହିତ ଜଡିତ ପ୍ରତ୍ୟେକ ଅପଡେଟ୍ ପଢନ୍ତୁ ...

Dec 11, 2021, 1:04 pm IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦ ରାଣାପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସହିଦ ରାଣାପ୍ରତାପ ଦାସଙ୍କ ଉତ୍ସର୍ଗୀକୃତ ସେବା ଓ ଦେଶଭକ୍ତିର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।
Dec 11, 2021, 1:03 pm IST

ତାମିଲନାଡ଼ୁ କୁନ୍ନୁରରେ ଦୁଃଖଦ ହେଲିକପ୍ଟର ଦୁର୍ଘଟଣାରେ ସହିଦ୍ ହୋଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ବିମାନ ବନ୍ଦରରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।
Dec 11, 2021, 1:03 pm IST

ଭୁବନେଶ୍ୱରରେ ପହଞ୍ଚିଲା ସହିଦ୍ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର, ଶେଷକୃତ୍ୟ ପାଇଁ ନିଆଯିବ ଜନ୍ମମାଟି
Dec 11, 2021, 11:30 am IST

ଶନିବାର ଅପରାହ୍ନରେ ଉତ୍ତରାଖଣ୍ଡର ହରିଦ୍ୱାରରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ଅସ୍ଥି ବିସର୍ଜନ କରାଯିବ । ଏହି ଅବସରରେ ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ଅଜୟ ଭଟ୍ଟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ ।
Dec 10, 2021, 6:21 pm IST

ଜେନେରାଲ ରାୱତଙ୍କ ଶେଷ ଗସ୍ତ ସମୟରେ ସେଠାରେ ଭାରତୀୟ ସେନାର 800 ରୁ ଅଧିକ ସୈନିକ ଉପସ୍ଥିତ ଥିଲେ ।
Dec 10, 2021, 5:03 pm IST

ପୂର୍ଣ୍ଣ ସାମରିକ ସମ୍ମାନ ସହିତ ସିଡିଏସ୍ ବିପିନ ରାୱତଙ୍କ ଅନ୍ତିମ ସଂସ୍କାର କରାଗଲା । ତାଙ୍କର ଶେଷ ରୀତିନୀତି ତାଙ୍କ ପତ୍ନୀ ମଦୁଲିକା ରାୱତଙ୍କ ସହ କରାଯାଇଥିଲା, ଯିଏକି ତାମିଲନାଡୁ ଚପର୍ କ୍ରାଶରେ ମଧ୍ୟ ଜୀବନ ହରାଇଥିଲେ । ସେମାନଙ୍କର ଝିଅ କ୍ରିତିକା ଏବଂ ତାରିଣି ଶେଷ ରୀତିନୀତି କରିଥିଲେ ।
Dec 10, 2021, 4:33 pm IST

ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ତାଙ୍କ ଝିଅ କ୍ରିତିକା ଏବଂ ତାରିଣୀ ।
Dec 10, 2021, 4:25 pm IST

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଡିଏସ୍ ବିପିନରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Dec 10, 2021, 4:21 pm IST

ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Dec 10, 2021, 4:20 pm IST

ବିଭିନ୍ନ ଦେଶର ସେନାଧିକାରୀ ସିଡିଏସ୍ ବିନି ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Dec 10, 2021, 3:55 pm IST

ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଦୁଲିକା ରାୱତଙ୍କ ମୃତ ଦେହ ଶେଷକୃତ୍ୟ ପାଇଁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ୍ ର ବ୍ରାର ସ୍କୋୟାର ସ୍ମଶାନକୁ ଅଣାଯାଇଛି ।
Dec 10, 2021, 3:52 pm IST

ରାଷ୍ଟ୍ରପତି କୋବିନ୍ଦ ଜେନେରାଲ ରାୱତଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ତାଙ୍କ ବାସଭବନରୁ ସେ ଦିଲ୍ଲୀ କ୍ୟାଣ୍ଟକୁ ଯାଇଛନ୍ତି ।
Dec 10, 2021, 3:31 pm IST

ଜେନେରାଲ ରାୱତଙ୍କ ଅନ୍ତିମ ସଂସ୍କାରରେ ଶ୍ରୀଲଙ୍କା, ଭୁଟାନ, ନେପାଳ ଏବଂ ବାଂଲାଦେଶର ସାମରିକ କମାଣ୍ଡୋମାନେ ଯୋଗଦେବେ ।
Dec 10, 2021, 3:21 pm IST

ସିଡିଏସ ରାୱତଙ୍କ ମର ଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଉଛି।
Dec 10, 2021, 1:38 pm IST

ଚପର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Dec 10, 2021, 1:37 pm IST

ବୁଧବାର ଦିନ ଆଇଏଏଫ୍ ଚପର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ଜେନ ବିପିନ୍ ରାୱତଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
Dec 10, 2021, 1:22 pm IST

ବୁଧବାର ଦିନ IAF ଚପର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କୁ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ, ମାନସୁଖ ମାଣ୍ଡଭିଆ, ସ୍ମୃତି ଇରାନୀ ଏବଂ ସରବାନନ୍ଦ ସୋନୋୱାଲ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Dec 10, 2021, 12:19 pm IST

ଡିସେମ୍ବର 8 ରେ ଦୁଃଖଦ ହେଲିକପ୍ଟର ଦୁର୍ଘଟଣାର କାରଣ ଅନୁସନ୍ଧାନ ପାଇଁ ଭାରତୀୟ ବାୟୁ ସେନା ଏକ ତ୍ରି-ସେବା କୋର୍ଟ ଅଫ୍ ଇନକ୍ୱାରୀ ଗଠନ କରିଛି । ଏହାର ଫଳାଫଳ ଶୀଘ୍ର ଆସିବ ଏବଂ ଦୁର୍ଘଟଣାର କାରଣ ଜଣାପଡ଼ିବ । ସେପର୍ଯ୍ୟନ୍ତ, ମୃତ ବ୍ୟକ୍ତିଙ୍କ ସମ୍ମାନକୁ ସମ୍ମାନ ଦେବା ପାଇଁ, ଅଜ୍ଞାତ କଳ୍ପନାକୁ ଏଡାଇ ଦିଆଯାଇପାରେ : ଭାରତୀୟ ବାୟୁ ସେନା
Dec 10, 2021, 12:16 pm IST

ବ୍ରିଗେଡିୟର୍ ଏଲ୍ ଏସ୍ ଲିଡର୍ ଙ୍କ ଶୁକ୍ରବାର ଦିନ ବେରାର୍ ସ୍କୋୟାରରେ ଶବଦାହ କରାଯାଇଛି । ତାଙ୍କ ଝିଅ ମୁଖାଗ୍ନି ଦେଇଛନ୍ତି ।
Dec 10, 2021, 11:47 am IST

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ବିପିନ ରାୱତ ଏବଂ ତାହ୍କ ପତ୍ନୀ ମଧୁଲିକା ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
Dec 10, 2021, 11:37 am IST

ଦିଲ୍ଲୀର ମୁଖ୍ୟମନ୍ତରୀ ଅରବିନ୍ଦ କେଜ୍ରିୱାଲ ସିଡିଏସ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଦୁଲିକା ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Dec 10, 2021, 11:25 am IST

ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ବିପିନ ରାୱତ ଏବଂ ପତ୍ନୀ ମଧିଲିକା ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ତାଙ୍କ ଝିଅ କ୍ରିତିକା ଏବଂ ତାରିଣୀ ।
Dec 10, 2021, 11:23 am IST

ବୁଧବାର ଦିନ IAF ଚପର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଦୁଲିକା ରାୱତଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Dec 10, 2021, 11:02 am IST

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଜେନେରାଲ ବିପିନ ରାୱତଙ୍କୁ ତାଙ୍କ ବାସଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Dec 10, 2021, 10:18 am IST

ତାମିଲନାଡୁର କୁନୁରରେ ହେଲିକପ୍ଟର ଦୁର୍ଘଟଣାରେ ସ୍ୱର୍ଗତ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ମୃତଦେହକୁ ସେମାନଙ୍କ ବାସଭବନକୁ ଅଣାଯାଇଛି ।
Dec 10, 2021, 10:07 am IST

ଦିଲ୍ଲୀ : ବ୍ରିଗେଡିୟର୍ ଲିଡ୍ଜରଙ୍କ ପତ୍ନୀ ଏବଂ ଝିଅ ବେରାର ସ୍କୋୟାରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Dec 10, 2021, 9:50 am IST

ତିନିଜଣ ସେବା ମୁଖ୍ୟ - ଆର୍ମି ଚିଫ୍ ଜେନ ଏମ ନାରାଭାନେ, ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଏବଂ ଆଇଏଏଫ ମୁଖ୍ୟ ବାୟୁସେନା ମାର୍ଶଲ ଭି.ଆର ଚୌଧୁରୀ ଦିଲ୍ଲୀ କ୍ୟାଣ୍ଟର ବ୍ରାର ସ୍କୋୟାରରେ ବ୍ରିଗ ଏଲଏସ ଲିଦ୍ଦରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Dec 10, 2021, 9:48 am IST

ଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀ କ୍ୟାଣ୍ଟର ବ୍ରାର ସ୍କୋୟାରରେ ବ୍ରିଗ ଏଲଏସ ଲିଦ୍ରଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Dec 10, 2021, 8:11 am IST

ଜେନରାଲ ବିପିନ ରାୱାତଙ୍କ ଆଜି ହେବ ଅନ୍ତିମ ସଂସ୍କାର

ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ବିପିନ ରାୱ୍ବତଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ଏବେ ଦିଲ୍ଲୀରେ ରଖାଯାଇଛି। ଆଜି ଜେନରାଲ ରାୱାତଙ୍କ ପାର୍ଥିବ ଶରୀରକୁ ପତ୍ନୀ ମଧୁଲିକାଙ୍କ ସମେତ ଅନ୍ତିମ ସଂସ୍କାର କରାଯିବ। ସମ୍ପୂର୍ଣ ମିଲିଟାରୀ ସମ୍ମାନ ସହିତ କରାଯିବ ଅନ୍ତିମ ସଂସ୍କାର।
Dec 09, 2021, 6:55 pm IST

ରାତି 8 ଟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର ।
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+