ପ୍ରକାଶ ପାଇଲା CBSE ଦ୍ୱାଦଶ ଫଳାଫଳ, ଜାଣନ୍ତୁ କେମିତି ଜାଣିବେ ଆପଣଙ୍କ ରେଜଲ୍ଟ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ର ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର ମୋଟ 87.33 ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି ।
ସିବିଏସ୍ଇ ଅନୁଯାୟୀ, ଏଥର 90.68 ପ୍ରତିଶତ ବାଳିକା ପାସ୍ କରିଥିବାବେଳେ ପୁଅମାନଙ୍କ ପାସ୍ ହାର ହେଉଛି 84.67 ପ୍ରତିଶତ । ଗତ ବର୍ଷ ପୁଅମାନଙ୍କ ପାସ୍ ପ୍ରତିଶତ 91.25 ପ୍ରତିଶତ ହୋଇଥିବାବେଳେ ବାଳିକାମାନଙ୍କ ସଂଖ୍ୟା 94 ପ୍ରତିଶତ ଥିଲା ।
ଗତ ଫେବ୍ରୁଆରୀ 14 ତାରିଖରୁ ମାର୍ଚ୍ଚ 21 ପର୍ଯ୍ୟନ୍ତ ସିବିଏସଇ ଦଶମ ଏବଂ ଅପ୍ରଲ 5 ତାରିଖ ପର୍ଯ୍ୟନ୍ତ ଦ୍ୱାଦଶ ପରୀକ୍ଷା ହୋଇଥିଲା । ଚଳିତବର୍ଷ ଦେଶର 7250 କେନ୍ଦ୍ରରେ ପରୀକ୍ଷା ହୋଇଥିଲା । 21 ଲକ୍ଷ 86 ହଜାର 940 ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିବାବେଳେ ଦ୍ୱାଦଶ ଶ୍ରେଣୀରେ 16 ଲକ୍ଷ 96 ହଜାର 770 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
କେମିତି ଜାଣିବେ ଫଳାଫଳ
- ଛାତ୍ରଛାତ୍ରୀ ମାନେ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ Cbse.nic.in କିମ୍ବା cbse.gov.in କୁ ଯାଆନ୍ତୁ ।
- CBSE ଦ୍ୱାଦଶ ଫଳାଫଳ ସିଧାସଳଖ ଲିଙ୍କ୍ ବିକଳ୍ପ ମୂଳପୃଷ୍ଠାରେ ଉପଲବ୍ଧ ହେବ । ତାହା ଉପରେ କ୍ଲିକ୍ କରନ୍ତୁ ।
- ଏହା ପରେ, ଏଥିରେ ରୋଲ ନମ୍ବର ଏବଂ ଜନ୍ମ ତାରିଖ ପ୍ରବେଶ କରନ୍ତୁ ।
- ଏହା ପରେ ଆପଣଙ୍କ ଫଳାଫଳ ଆସିଯିବ । ଏହାକୁ ଆପଣ ଡାଉନଲୋଡ୍ ମଧ୍ୟ କରିପାରିବେ ।












Click it and Unblock the Notifications