CBSE Board Exams 2021 : 4 ମେ' ରେ ହେବ ସିବିଏସ୍ଇ ବୋର୍ଡ ପରୀକ୍ଷା, 15 ଜୁଲାଇରେ ଫଳ ପ୍ରକାଶ

ସିବିିଏସ୍ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା 4 ମଇ ରୁ ଆରମ୍ଭ ହୋଇ 10 ଜୁନ ପର୍ଯ୍ୟନ୍ତ ଚାଲିବ | ପରୀକ୍ଷା ଫଳ ଜୁଲାଇ 15ରେ ପ୍ରକାଶ ପାଇବ | ପ୍ରାକ୍ଚିକାଲ ପରୀକ୍ଷା ମାର୍ଚ୍ଚ 1 ତାରିଖରୁ ହେବ‌ |

ନୂଆଦିଲ୍ଲୀ : ପ୍ରକାଶ ପାଇଲା ସିବିଏସ୍ଇ ବୋର୍ଡ ପରୀକ୍ଷାର ଏବଂ ଫଳ ପ୍ରକାଶ ତାରିଖ | ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ସୂଚନା ଦେଇଛନ୍ତି | ସିବିିଏସ୍ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା 4 ମଇ ରୁ ଆରମ୍ଭ ହୋଇ 10 ଜୁନ ପର୍ଯ୍ୟନ୍ତ ଚାଲିବ | ପରୀକ୍ଷା ଫଳ ଜୁଲାଇ 15ରେ ପ୍ରକାଶ ପାଇବ | ପ୍ରାକ୍ଚିକାଲ ପରୀକ୍ଷା ମାର୍ଚ୍ଚ 1 ତାରିଖରୁ ହେବ‌ | ଏନେଇ ପ୍ରସ୍ତୁତି ଜାରି ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି |

CBSE

କିଛି ସମୟ ପରେ, CBSE ଏହାର ଅଫିସିଆଲ୍ ୱେବସାଇଟ୍ cbse.nic.in ରେ ଏନେଇ ସୂଚନା ଦିଆଯିବ | କରୋନା ମହାମାରୀ ଯୋଗୁଁ ଚଳିତ ସିବିଏସ୍ଇ ପରୀକ୍ଷାରେ ଉଭୟ ଶ୍ରେଣୀ ପାଇଁ 30% ସିଲାବସ୍ ହ୍ରାସ କରାଯାଇଛି |

ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ,କରୋନା ପରିସ୍ଥିତି ସତ୍ତ୍ୱେ ଛାତ୍ରଛାତ୍ରୀମାନେ ଯେଉଁ ପ୍ରସ୍ତୁତି କରିଛନ୍ତି ତାହା ପ୍ରଶଂସନୀୟ | ଶିକ୍ଷକ ଓ ଅଭିଭାବକମାନଙ୍କ ପାଇଁ କୃତଜ୍ଞ | ବୋର୍ଡର ଚେୟାରମ୍ୟାନ୍ ପରୀକ୍ଷା ବ୍ୟବସ୍ଥା ଉପରେ ନିରନ୍ତର ନଜର ରଖିଛନ୍ତି | ସମଗ୍ର ସିଷ୍ଟମ୍ ଆପଣଙ୍କ ସହିତ ସଂଯୁକ୍ତ | ବିଦେଶରେ ଚାଲୁଥିବା CBSE ବିଦ୍ୟାଳୟଗୁଡ଼ିକ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ନାହିଁ | ଏହିପରି ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+