Get Updates
Get notified of breaking news, exclusive insights, and must-see stories!

ISRO ଗୁପ୍ତଚର ମାମଲା : ପୁରା ଘଟଣା ପଛରେ ପାକିସ୍ତାନର ହାତ ସନ୍ଦେହ କରୁଛି ସିବିଆଇ

ଚର୍ଚ୍ଚିତ ISRO ଗୁପ୍ତଚର ମାମଲାରେ ସିବିଆଇ ଗୁରୁବାର କେରଳ ହାଇକୋର୍ଟଙ୍କୁ କହିଛି ଯେ ଏହି ମାମଲା ପଛରେ ପାକିସ୍ତାନ ଅଛି ବୋଲି ସନ୍ଦେହ କରାଯାଉଛି ।

କୋଚି : ଚର୍ଚ୍ଚିତ ISRO ଗୁପ୍ତଚର ମାମଲାରେ ସିବିଆଇ ଗୁରୁବାର କେରଳ ହାଇକୋର୍ଟଙ୍କୁ କହିଛି ଯେ ଏହି ମାମଲା ପଛରେ ପାକିସ୍ତାନ ଅଛି ବୋଲି ସନ୍ଦେହ କରାଯାଉଛି । ପୂର୍ବତନ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀ ଆର.ବି ଶ୍ରୀକୁମାରଙ୍କ ଆଗୁଆ ଜାମିନ ଆବେଦନକୁ ବିରୋଧ କରୁଥିବାବେଳେ ସିବିଆଇ ଏହି ଯୁକ୍ତି ଦର୍ଶାଇଛି । ସିବିଆଇ କହିଛି ଯେ ବୈଜ୍ଞାନିକ ଏସ୍ ନମ୍ବି ନାରାୟଣନ୍ ଗୁପ୍ତଚର ମାମଲାରେ ପାକିସ୍ତାନର ସମ୍ପୃକ୍ତି ନେଇ ତାଙ୍କର ସନ୍ଦେହ ରହିଛି ।

kerala

ଶୁଣାଣି ପରେ କେରଳ ହାଇକୋର୍ଟ ଗୁଜରାଟର ପୋଲିସର ଅବସରପ୍ରାପ୍ତ ମହାନିର୍ଦ୍ଦେଶକ ତଥା ଆଇବିର ପୂର୍ବତନ ଡେପୁଟି ଡାଇରେକ୍ଟର ଶ୍ରୀକୁମାରଙ୍କୁ ଆରାମ ପ୍ରଦାନ କରିଛନ୍ତି ଏବଂ ସୋମବାର ପର୍ଯ୍ୟନ୍ତ ତାଙ୍କୁ ଗିରଫ ନକରିବାକୁ ସିବିଆଇକୁ କହିଛନ୍ତି । 1994 ଗୁପ୍ତଚର ମାମଲାରେ ନାରାୟଣନ ଏବଂ ଅନ୍ୟମାନଙ୍କୁ ସମ୍ପୃକ୍ତ କରିବା ପାଇଁ ଷଡଯନ୍ତ୍ର ରଚିଥିବା ଅଭିଯୋଗ ହୋଇଛି । ଏହାପୂର୍ବରୁ ସୋମବାର ଦିନ କେରଳ ହାଇକୋର୍ଟ ISRO ଗୁପ୍ତଚର ମାମଲାରେ କେରଳ ପୋଲିସର ଦୁଇଜଣ ପୂର୍ବତନ ଅଧିକାରୀ ଏସ ବିଜୟନ୍ ଏବଂ ଥାମ୍ପି ଏସ୍ ଦୁର୍ଗାଦତ୍ତଙ୍କୁ ଦୁଇ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା ।

1994 ମସିହାର ଏହି ମାମଲା

1994 ରେ, ISRO ବୈଜ୍ଞାନିକ ଏସ୍ ନାମ୍ବି ନାରାୟଣନଙ୍କୁ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ, ଦୁଇ ମାଲଦ୍ୱୀପ ମହିଳା ଏବଂ ଜଣେ ବ୍ୟବସାୟୀଙ୍କ ସହ ଗୁପ୍ତଚର ଅଭିଯୋଗରେ ଗିରଫ କରାଯାଇଥିଲା । ମାମଲାର ଅନୁସନ୍ଧାନ ପରେ ନାମ୍ବି ନାରାୟଣଙ୍କୁ 1995 ରେ ସିବିଆଇ ମୁକ୍ତ କରିଥିଲା । ଏହି ଘଟଣାରେ ନାରାୟଣଙ୍କୁ ଫସାଯାଇଥିବା ଜଣାପଡିଛି । ସିବିଆଇ ଏହାର ଅନୁସନ୍ଧାନ ରିପୋର୍ଟରେ କହିଛି ଯେ ନାରାୟଣନଙ୍କ ଗିରଫ ବେଆଇନ ଏବଂ ଏଥିପାଇଁ କେରଳର ତତ୍କାଳୀନ ବରିଷ୍ଠ ପୋଲିସ ଅଧିକାରୀମାନେ ଦାୟୀ ।

ଗତ କିଛି ବର୍ଷ ଧରି ନାରାୟଣ ସେହି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆଇନଗତ ଲଢେଇ କରିଆସୁଥିଲେ । ଏହି ମାମଲାରେ ବହୁ ବରିଷ୍ଠ ଅଧିକାରୀଙ୍କ ନାମ ସାମ୍ନାକୁ ଆସିଛି । 1998 ରେ, ଗୁପ୍ତଚର ମାମଲାରୁ ମୁକ୍ତ ହେବା ପରେ ସୁପ୍ରିମକୋର୍ଟ ନମ୍ବି ନାରାୟଣଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ମାନବ ଅଧିକାର ଆୟୋଗ ମଧ୍ୟ ମାର୍ଚ୍ଚ 2001 ରେ ନାମ୍ବି ନାରାୟଣଙ୍କୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+