ଓଡ଼ିଶା ସମେତ କାର୍ତ୍ତି ଚିଦାମ୍ବରମର ଅନେକ ସ୍ଥାନରେ ସିବିଆଇ ଚଢାଉ
କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ବିଭିନ୍ନ ସ୍ଥାନରେ ସିବିଆଇ ଚଢାଉ କରୁଛି । ତାଙ୍କ ବିରୋଧରେ ଚାଲିଥିବା ମାମଲା ସଂପର୍କରେ ସିବିଆଇର ଏହି ଚଢାଉ କରିଛି ।
ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ବିଭିନ୍ନ ସ୍ଥାନରେ ସିବିଆଇ ଚଢାଉ କରୁଛି । ତାଙ୍କ ବିରୋଧରେ ଚାଲିଥିବା ମାମଲା ସଂପର୍କରେ ସିବିଆଇର ଏହି ଚଢାଉ କରିଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ସିଭଗଙ୍ଗାଇ, ଓଡ଼ିଶା ସମେତ ସାତୋଟି ସ୍ଥାନରେ ଚଢାଉ ଜାରି ରହିଛି ।
ସୂଚନାନୁସାରେ, 2010-14 ମଧ୍ୟରେ ବୈଦେଶିକ କାରବାର ପାଇଁ କାର୍ତ୍ତି ଚିଦାମ୍ବରମଙ୍କ ବିରୋଧରେ ସିବିଆଇ ଏକ ନୂଆ ମାମଲା ରୁଜୁ କରିଛି । ରିପୋର୍ଟ ଅନୁଯାୟୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମଙ୍କ ସ୍ଥାନରେ ଏହି ସିବିଆଇ ଚଢାଉ ମଧ୍ୟ ଚାଲିଛି ।

ସିବିଆଇ ଚଢଆଉ ପରେ କାର୍ତ୍ତି ଚିଦାମ୍ବରମ୍ ଟ୍ୱିଟ୍ କରି ସିବିଆଇ ଉପରେ ପ୍ରତିକ୍ରିୟା ରଖିଛନ୍ତି । କାର୍ତ୍ତି ଚିଦାମ୍ବରମ୍ ଟ୍ୱିଟ୍ କରି ଲେଖିଛନ୍ତି, ବର୍ତ୍ତମାନ ମୁଁ ଗଣିବାକୁ ଭୁଲି ଯାଇଛି, ଏହା କେତେଥର ହେଲା, ଏହା ଏକ ରେକର୍ଡ ହେବ ।
କୁହାଯାଉଛି ଯେ ସିବିଆଇ କାର୍ତ୍ତି ଚିଦାମ୍ବରମ ଏବଂ ପି ଚିଦାମ୍ବରମଙ୍କ ମୋଟ 9 ଟି ସ୍ଥାନ ଉପରେ ଚଢାଉ କରୁଛି । ରିପୋର୍ଟ ଅନୁଯାୟୀ, ଚାଇନାର କର୍ମଚାରୀଙ୍କୁ ଭାରତ ଭିସା କରାଇଦେବା ନେଇ ଲାଞ୍ଚ ମାମଲାରେ ଏହି ଚଢାଉ ଜାରି ରହିଛି । କାର୍ତ୍ତି ଚିଦାମ୍ବରମ୍ ଏକ ପ୍ରକଳ୍ପ ପାଇଁ ଚାଇନାର କର୍ମଚାରୀଙ୍କୁ ଭିସା ଦେଇଥିଲେ । ଏଥିପାଇଁ ସେ ଚାଇନାର କର୍ମଚାରୀଙ୍କଠାରୁ 50 ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ କାର୍ତ୍ତି ଚିଦାମ୍ବରମଙ୍କ ବିରୋଧରେ ସିବିଆଇ ନିକଟରେ ଏକ ନୂଆ ମାମଲା ରୁଜୁ କରିଛି । ଏହି ମାମଲା ବିଦେଶକୁ ଟଙ୍କା ପଠାଇବା ସହିତ ଜଡିତ । ଅଭିଯୋଗ ହୋଇଛି ଯେ କାର୍ତ୍ତି 2010-2014 ମଧ୍ୟରେ ବିଦେଶୀ ଟଙ୍କା ପଠାଇଛନ୍ତି ଏବଂ ସମାନ ମାମଲାର ପ୍ରାଥମିକ ଅନୁସନ୍ଧାନ ପରେ ସିବିଆଇ ଏକ ଏଫଆଇଆର ପଞ୍ଜିକରଣ କରିଛି । କାର୍ତ୍ତି ପୂର୍ବରୁ INX ମିଡିଆ ମାମଲାରେ ଅଭିଯୁକ୍ତ ଅଟନ୍ତି । କୋର୍ଟ ତାଙ୍କୁ ବିଦେଶ ଯିବାକୁ ବାରଣ କରିଛନ୍ତି । ଗତ ବର୍ଷ ଅକ୍ଟୋବରରେ କାର୍ତ୍ତିଙ୍କୁ ସର୍ତ୍ତ ଅନୁଯାୟୀ ବିଦେଶ ଯିବାକୁ ଅନୁମତି ଦିଆଯାଇଥିଲା ।












Click it and Unblock the Notifications