ବ୍ୟାଙ୍କ ଠକେଇ ମାମଲାରେ ଅନିଲ ଅମ୍ବାନୀଙ୍କୁ ସିବିଆଇ ଜେରା
ବ୍ୟାଙ୍କ ଠକେଇ ମାମଲାରେ ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଜେରା କରିଛି। ଆଜି ପୂର୍ବାହ୍ନରେ ଅନିଲ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ ଦୁଇଦିନ ଜେରା କରାଯିବ ବୋଲି ଜଣାପଡ଼ିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ଅଭିଯୋଗ ଆଧାରରେ ତାଙ୍କୁ ଜେରା କରାଯାଉଛି।
ବର୍ତ୍ତମାନ ବନ୍ଦ ହୋଇଯାଇଥିବା ତାଙ୍କ ଟେଲିକମ୍ କମ୍ପାନି ରିଲାଏନ୍ସ କମ୍ୟୁନିକେସନ ପାଇଁ ନିଆଯାଇଥିବା ଋଣ ବୁଝିଯିବା ପରେ ସେ ସେହି ପାଣ୍ଠିକୁ ଅନ୍ୟତ୍ର ବ୍ୟବହାର କରିଥିବା ଅଭିଯୋଗ ରହିଛି। କିଛି ଦିନ ପୂର୍ବେ ତାଙ୍କ ବଡ଼ ପୁଅ ଜୟ ଅନମୋଲ ଅମ୍ବାନୀଙ୍କୁ ସିବିଆଇ ଛଅ ଘଣ୍ଟା ଜେରା କରିଥିଲା। ସିବିଆଇ ଅଭିଯୋଗ କରିଛି ଯେ ରିଲାଏନ୍ସ କମ୍ୟୁନିକେସନୁ ନାଁରେ ନିଆଯାଇଥିବା ଋଣକୁ ଅନିଲ ଅନ୍ୟତ୍ର ବ୍ୟବହାର କରିଥିଲେ।

ଋଣ ରାଶି ବ୍ୟବହାରରେ ବ୍ୟାପକ ଅନିୟମିତତା ହୋଇଥିଲା। ସିବିଆଇ ଏବେ କମ୍ପାନିର ଆର୍ଥିକ କାରବାର, ମଞ୍ଜୁରି ପ୍ରକ୍ରିୟା ଓ ଋଣର ଚୂଡ଼ାନ୍ତ ବ୍ୟବହାରର ତଦନ୍ତ କରୁଛି। ଅନିଲଙ୍କ ପ୍ରବକ୍ତା କହିଛନ୍ତି ଯେ ତଦନ୍ତ ମାମଲାରେ ଅନିଲ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିବଦ୍ଧ ରହିଛନ୍ତି। ଅନିଲଙ୍କ ପଛରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମଧ୍ୟ ପଡ଼ିଛି। ତାଙ୍କ ବିରୋଧରେ ଥିବା ମନି ଲଣ୍ଡରିଂ ମାମଲାଗୁଡ଼ିକର ତଦନ୍ତ ଇଡି କରୁଥିବା ବେଳେ ତାଙ୍କର ୧୫୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଛି।












Click it and Unblock the Notifications