Get Updates
Get notified of breaking news, exclusive insights, and must-see stories!

ବଢିଲା ମନୀଷଙ୍କ ଅଡ଼ୁଆ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ମନୀଷଙ୍କୁ ଅଭିଯୁକ୍ତ ଦର୍ଶାଇଲା ସିବିଆଇ

Manish Sisodia

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତିକୁ ନେଇ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ସମସ୍ୟା ଥମିବାର ନାଁ ନେଉନି । ସିବିଆଇ ପ୍ରସ୍ତୁତ କରିଥିବା ଚାର୍ଜସିଟରେ ପ୍ରଥମ ଥର ପାଇଁ ମନୀଷଙ୍କୁ ଅଭିଯୁକ୍ତ ଦର୍ଶାଇଛି । ଯାହା ପରେ ଉଭୟ ନେତା ଓ ଦଳକୁ ଲାଗିଛି ଶକ୍ତ ଝଟକା ।

ଦାଖଲ ହୋଇଥିବା ସପ୍ଲିମେଂଟାରୀ ଚାର୍ଜସିଟରେ ଆମ ଆଦମୀ ପାର୍ଟିର ନାଁ ରହିଛି । ଏହା ସହିତ ସିବିଆଇ ମଙ୍ଗଳବାର ରାଉଜ ଆଭେନ୍ୟୁ କୋର୍ଟରେ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ହାଇଦ୍ରାବାଦର ସିଏ ବୁଚିବାକୁ ଗୋରନ୍ତଲା, ମଦ ବ୍ୟବସାୟୀ ଅମନଦୀପ ସିଂହ ଧାଲ ଏବଂ ଅର୍ଜୁନ ପାଣ୍ଡେଙ୍କ ନାଁ ରଖିଛି । ଆଇପିସି ଧାରା 120 ବି, 201 ଏ ଏବଂ 420 ରେ ଚାର୍ଜସିଟ ଦାଖଲ କରାଯାଇଛି ।

ମେ ପହିଲା ପର୍ଯ୍ୟନ୍ତ ମନୀଷ ନ୍ୟାୟିକ ହେପାଜତରେ ରହିବେ । ତାଙ୍କୁ 26 ଫେବୃଆରୀରେ ସିବିଆଇ ଗିରଫ କରିଥିଲା । ସେ ପ୍ରାୟ ଦୁଇ ମାସ ହେବ ତିହାର ଜେଲରେ ଅଛନ୍ତି ।

ସୂଚନାଥାଉକି, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମଦ ଦୁର୍ନୀତି ମାମଲାରେ ଜେରା କରାଯାଇଛି । ସିବିଆଇ 17 ଅପ୍ରେଲରେ ଅରବିନ୍ଦ କେଜରିୱାଲଙ୍କୁ ଏହି ମାମଲାରେ ପ୍ରାୟ 10 ଘଣ୍ଟା ଧରି ପଚରାଉଚୁରା କରିଥିଲା ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁତାବକ ମଦ ନୀତି ମାମଲାରେ 290 କୋଟିରୁ ଅଧିକ ଅପରାଧିକ ଆୟ ଅର୍ଜିତ କରାଯାଇଛି । ଇଡି ଦାବି କରିଥିଲା ଯେ ମଦ କଣ୍ଟ୍ରୋଲର ସାଉଥ ଗ୍ରୁପରୁଠୁ ଲାଞ୍ଚ ରୂପରେ 100 କୋଟି ଟଙ୍କା ମିଳିଥିଲା ଏବଂ ମାମଲାରେ ଏକ ଅଭିଯୁକ୍ତ କମ୍ପାନୀ ଇଣ୍ଡୋସ୍ପିରିଟ୍ସ 192.8 କୋଟି ଟଙ୍କାର ଲାଭ କମାଇଛି ଯାହା କି ଅପରାଧିକ ଆୟର ଅଂଶ ଅଟେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+