ଦିଲ୍ଲୀ ସରକାରଙ୍କ ନୂତନ ଏକ୍ସାଇଜ୍ ପଲିସି ଯାଞ୍ଚ କରିପାରେ ସିବିଆଇ, ଉପରାଜ୍ୟପାଳ କଲେ ସୁପାରିଶ
ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଏକ୍ସାଇଜ୍ ପଲିସି ଉପରେ ସିବିଆଇ ତଦନ୍ତ ହୋଇପାରେ । ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ବି.କେ ସକ୍ସେନା ଏହାକୁ ସୁପାରିଶ କରିଛନ୍ତି ।
ନୂଆଦିଲ୍ଲୀ : ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଏକ୍ସାଇଜ୍ ପଲିସି ଉପରେ ସିବିଆଇ ତଦନ୍ତ ହୋଇପାରେ । ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ବି.କେ ସକ୍ସେନା ଏହାକୁ ସୁପାରିଶ କରିଛନ୍ତି । ସୂଚନାନୁସାରେ, ଏକ୍ସାଇଜ୍ ପଲିସି ମାମଲାରେ ଠକେଇର ସମ୍ଭାବନାକୁ ଦୃଷ୍ଟିରେ ରଖି ଏଲଜି ସିବିଆଇକୁ ଏକ ଚିଠି ଲେଖିଛନ୍ତି ।

ଦିଲ୍ଲୀର ନୂତନ ଏକ୍ସାଇଜ୍ ପଲିସିରେ ମଦ ଦୋକାନଗୁଡିକର ଟେଣ୍ଡରରେ ଅନିୟମିତତା ଅଭିଯୋଗ ରହିଛି । କୁହାଯାଉଛି ଯେ ଦିଲ୍ଲୀ ସରକାରଙ୍କ ନୂତନ ଏକ୍ସାଇଜ୍ ନୀତିରେ ଅନେକ ନିୟମକୁ ଅଣଦେଖା କରି ଟେଣ୍ଡର ଜାରି କରାଯାଇଛି । ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ପରେ ସରକାରଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ଏଲଜି ବିନୟ କୁମାର ସକ୍ସେନା ସୁପାରିଶ କରିଛନ୍ତି। ଏହି ରିପୋର୍ଟରେ ରାଜ୍ୟ ସରକାରଙ୍କ ବିରୋଧରେ ନିୟମକୁ ଅଣଦେଖା କରିବାର ଆଲୋଚନା ହୋଇଥିଲା ।
ମୁଖ୍ୟ ବିରୋଧୀ ଦଳ ବିଜେପି ଦିଲ୍ଲୀର ନୂତନ ଏକ୍ସାଇଜ୍ ନୀତିକୁ ନେଇ କ୍ରମାଗତ ଭାବରେ 'AAP' ସରକାରକୁ ଟାର୍ଗେଟ୍ କରି ଆସୁଥିଲା । ଏଭଳି ପରିସ୍ଥିତିରେ ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ପରେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର କେଜ୍ରିୱାଲ ସରକାରଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ, ଯାହା ଏକ ବଡ କାର୍ଯ୍ୟାନୁଷ୍ଠାନ ବୋଲି ବିବେଚନା କରାଯାଉଛି ।












Click it and Unblock the Notifications