ଦିଲ୍ଲୀ ଏକ୍ସାଇଜ୍ ସ୍କାମ୍ : ବଢିଲା ମନୀଷଙ୍କ ଅଡ଼ୁଆ, ଲୁକ୍ ଆଉଟ୍ ନୋଟିସ୍ ଜାରି କଲା ସିବିଆଇ
ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ୍ ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଲୁକ୍ ଆଉଟ୍ ସର୍କୁଲାର୍ (LOC) ଜାରି କରିଛି । ଏହି ସର୍କୁଲାରରେ 14 ଜଣ ଅଭିଯୁକ୍ତଙ୍କ ନାମ ରହିଛି ।
ନୂଆଦିଲ୍ଲୀ : ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ୍ ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଲୁକ୍ ଆଉଟ୍ ସର୍କୁଲାର୍ (LOC) ଜାରି କରିଛି । ଏହି ସର୍କୁଲାରରେ 14 ଜଣ ଅଭିଯୁକ୍ତଙ୍କ ନାମ ରହିଛି ଯାହାଙ୍କ ବିରୋଧରେ ସିବିଆଇ ଏଫ୍ଆଇଆର୍ ପଞ୍ଜୀକୃତ କରିଛି । ତେବେ ଏଥିରେ ମୁମ୍ବାଇ ସ୍ଥିତ ମନୋରଞ୍ଜନ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସିଇଓ ବିଜୟ ନାୟାରଙ୍କ ନାମ ସାମିଲ କରାଯାଇ ନାହିଁ । ସିବିଆଇ ଦ୍ୱାରା ଲୁକ୍ ଆଉଟ୍ ସର୍କୁଲାର୍ ଜାରି ହେବା ପରେ ମନୀଷ ସିସୋଦିଆ ପିଏମ ମୋଦୀଙ୍କ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି । ଏହି ଭିଡିଓ ସହିତ ସିସୋଦିଆ ଲେଖିଛନ୍ତି, 'ଧୀରେ ଧୀରେ ହେଲେ ମଧ୍ୟ ଋତୁ ବଦଳେ, ଆପଣଙ୍କ ଗତି ଆଗରେ ତ ପବନ ମଧ୍ୟ ଆଶ୍ଚର୍ଯ୍ୟ, ସାହେବ ।'

ଦିଲ୍ଲୀ ଡେପୁଟି ସିଏମ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ଏଫଆଇଆର ପଞ୍ଜୀକୃତ କରିବା ପରେ ଏବେ ଏକ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରାଯାଇଛି । ସିସୋଦିଆ ସମେତ 14 ଅଭିଯୁକ୍ତଙ୍କ ନାମ ଲୁକ୍ ଆଉଟ୍ ସର୍କୁଲାରରେ ଅନ୍ତର୍ଭୁକ୍ତ । ପ୍ରାୟ 12 ଘଣ୍ଟା ଧରି ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଥିଲା । ଅଧିକାରୀ କହିଛନ୍ତି ଯେ କିଛି ଅଭିଯୁକ୍ତଙ୍କୁ ପୁଣି ପଚରାଉଚରା ପାଇଁ ଡକାଯିବ ।
ସିବିଆଇ ଦ୍ୱାରା ଲୁକ୍ ଆଉଟ୍ ସର୍କୁଲାର୍ ଜାରି ହେବା ପରେ ମନୀଷ ସିସୋଦିଆ ପିଏମ ମୋଦୀଙ୍କ ଅନ୍ୟ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି । ଏହି ଭିଡିଓ ସହିତ ସିସୋଦିଆ ଲେଖିଛନ୍ତି, 'ସିବିଆଇ ଆକ୍ରମଣ ବିଷୟରେ ମୋଦୀ ଜୀଙ୍କର ଏହି ବିବୃତ୍ତି ଶୁଣନ୍ତୁ । ଯଦି ଆପଣ ଶୁଣି ନାହାଁନ୍ତି, ତେବେ ଆପଣ ଏକ ବହୁତ ବଡ ସତ୍ୟ ଜାଣିବାରୁ ବଞ୍ଚିତ ହେବେ ।'
ସେହିପରି ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି, "ଆପଣଙ୍କ ସମସ୍ତ ରେଡ଼୍ ଫେଲ୍ ହୋଇଗଲା, କିଛି ମିଳିଲା ନାହିଁ, ଗୋଟିଏ ଫଇସାର ଅନିୟମିତତା ମିଳିନାହିଁ, ଏବେ ଆପଣ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛନ୍ତି କି ମନୀଷ ସିସୋଦିଆ ମିଳୁନାହିଁ । ଏହା କେଉଁ ପ୍ରକାର ନାଟକ ମୋଦୀ ଜୀ ? ମୁଁ ଦିଲ୍ଲୀରେ ମୁକ୍ତ ଭାବରେ ବୁଲୁଛି, ମୋତେ କୁହନ୍ତୁ କେଉଁଠିକୁ ଆସିବାକୁ ହେବ ? ଆପଣଙ୍କୁ ମୁଁ ମିଳୁନାହିଁ ?"












Click it and Unblock the Notifications