କିଡନୀ ଚିକିତ୍ସା ପାଇଁ ସିଙ୍ଗାପୁର ଯିବେ ଲାଲୁ ଯାଦବ, ପାସପୋର୍ଟ ପ୍ରଦାନ କରିବାକୁ ସିବିଆଇ କୋର୍ଟର ନିର୍ଦ୍ଦେଶ
ରାଷ୍ଟ୍ରୀୟ ଜନତା ଦଳ ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ବିଦେଶ ଯିବା ରାସ୍ତା ସଫା ହୋଇଛି । ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ପାସପୋର୍ଟ ଦିଆଯିବ । ଯାହା ପରେ ସେ କିଡନୀ ଚିକିତ୍ସା ପାଇଁ ସିଙ୍ଗାପୁର ଯାଇପାରିବେ ।
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଜନତା ଦଳ ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ବିଦେଶ ଯିବା ରାସ୍ତା ସଫା ହୋଇଛି । ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ପାସପୋର୍ଟ ଦିଆଯିବ । ଯାହା ପରେ ସେ କିଡନୀ ଚିକିତ୍ସା ପାଇଁ ସିଙ୍ଗାପୁର ଯାଇପାରିବେ ।
ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଶୁକ୍ରବାର ଲାଲୁ ପ୍ରସାଦ ଯାଦବଙ୍କ ପାସପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ପରେ ବର୍ତ୍ତମାନ ଆରଜେଡି ସୁପ୍ରିମୋ ଚିକିତ୍ସା ପାଇଁ ସିଙ୍ଗାପୁର ଯିବାକୁ ସକ୍ଷମ ହେବେ ।

ଲାଲୁ ପ୍ରସାଦ ଯାଦବ ସେପ୍ଟେମ୍ବର 13 ରେ ସିବିଆଇ କୋର୍ଟରେ ଏକ ପିଟିସନ ଦାଖଲ କରି ଡାକ୍ତରୀ କାରଣ ଦର୍ଶାଇ ପାସପୋର୍ଟ ପ୍ରଦାନ କରିବାକୁ ନିବେଦନ କରିଥିଲେ । ପିଟିସନର ଶୁଣାଣି ବେଳେ ସିବିଆଇ ଏକ ମୌଖିକ ଆପତ୍ତି ଉଠାଇଥିଲା, ଯାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ରାଞ୍ଚିର ସିବିଆଇ କୋର୍ଟ ଲାଲୁ ପ୍ରସାଦ ଯାଦବଙ୍କ ପାସପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଲାଲୁ ଯାଦବଙ୍କ ଓକିଲ ଅନନ୍ତ କୁମାର ବିଜଙ୍କ ଅନୁଯାୟୀ, ଆରଜେଡି ସୁପ୍ରିମୋ କିଡନୀ ରୋଗରେ ପୀଡିତ । ଚିକିତ୍ସା ପାଇଁ ସେ ସେପ୍ଟେମ୍ବର 24 ରେ ସିଙ୍ଗାପୁରର ଜଣେ ନେଫ୍ରୋଲୋଜିଷ୍ଟ ଏବଂ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବେ ।
ବିହାରରେ ଚୋରା ଘୋଟାଲା ସହ ଜଡିତ ଅନେକ ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ଜେଲରେ ଦଣ୍ଡ ଭୋଗୁଛନ୍ତି । ସେ ଗତ କିଛି ଦିନରୁ କିଡନୀ ରୋଗରେ ପୀଡିତ ଅଛନ୍ତି । ତାଙ୍କର ପାସପୋର୍ଟର ଅବଧି ଜୁନ୍ 14 ରେ ସମାପ୍ତ ହୋଇଥିଲା । ଏହା ପରେ ଶୁକ୍ରବାର ଦିନ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ପାସପୋର୍ଟର ନବୀକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications