ରାଜ୍ୟର ବିନା ଅନୁମତିରେ ସିବିଆଇ ତଦନ୍ତ ମନା

ସିବିଆଇର ତଜନ୍ତ ପରିସର ଏବଂ ଅଧିକାରକୁ ନେଇ ସୁପ୍ରିମ କୋର୍ଟ ଏପରି ରାୟ ଦେଇଛନ୍ତି | କୌଣସି ରାଜ୍ୟରେ ତଦନ୍ତ କରିବାକୁ ହେଲେ ସିବିଆଇକୁ ନିର୍ଦ୍ଦିଷ୍ଟ ମାମଲା ଉପରେ ସେହି ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେବାକୁ ହେବ |

ନୂଆଦିଲ୍ଲୀ : ରାଜ୍ୟର ବିନା ଅନୁମତିରେ ସିବିଆଇ ତଦନ୍ତ କରିପାରିବ ନାହିଁ | ସିବିଆଇର ତଦନ୍ତ ପରିସର ଏବଂ ଅଧିକାରକୁ ନେଇ ସୁପ୍ରିମ କୋର୍ଟ ଏପରି ରାୟ ଦେଇଛନ୍ତି | କୌଣସି ରାଜ୍ୟରେ ତଦନ୍ତ କରିବାକୁ ହେଲେ ସିବିଆଇକୁ ନିର୍ଦ୍ଦିଷ୍ଟ ମାମଲା ଉପରେ ସେହି ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେବାକୁ ହେବ | ବିନା ସହମତିରେ କୌଣସି ରାଜ୍ୟରେ ନିଜର ତଦନ୍ତ କରିପାରିବ ନାହିଁ ବୋଲି ମଙ୍ଗଳବାର ସୁପ୍ରମକୋର୍ଟ ରାୟ ଦେଇଛନ୍ତି |

Supreme court-CBI

ଜଷ୍ଟିସ୍ ଏ.ଏନ୍ ଖାନ୍ ଓ୍ୱିଲକର ଏବଂ ବି.ଆର ଗାଭାଇଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଛି | ଦିଲ୍ଲୀ ସ୍ପେଶାଲ ପୋଲିସ୍ ଏଷ୍ଟାବ୍ଲିସମେଣ୍ଟର ଧାରା 6 ଅନୁଯାୟୀ କୌଣସି ରାଜ୍ୟରେ ତଦନ୍ତ କରିବା ପାଇଁ ସଂପୃକ୍ତ ରାଜ୍ୟ ସରକାରଙ୍କ ସହମତି ଦରକାର ବୋଲି ଉଲ୍ଲେଖ ରହିଥିବା କୋର୍ଟ କହିଛନ୍ତି |

ଯଦି ସେହି ଆଇନର ଧାରା 5 ଅନୁସାରେ କେନ୍ଦ୍ର ସରକାର ଏହି ଆଇନର କାର୍ଯ୍ୟକାରିତାକୁ କେନ୍ଦ୍ରଶାସିତ ଅଞ୍ଚଳ ସମେତ ରାଜ୍ୟ ଗୁଡିକରେ ଲାଗୁ କରିଥିଲେ ମଧ୍ୟ ଧାରା 6 ଅନୁଯାୟୀ ତଦନ୍ତ ପାଇଁ ସେହି ରାଜ୍ୟର ଅନୁମତି ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି |
ଏହା ସହିତ କୋର୍ଟ ମଧ୍ୟ ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇପାରିବେ | ଏହି ସମୟରେ ଏହି ଧାରାକୁ ଅଗ୍ରାହ୍ୟ କରି ସିବିଆଇ ତଦନ୍ତ କରିପାରିବ ବୋଲି କୁହାଯାଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+