ଦିଲ୍ଲୀ ବିମାନବନ୍ଦରରେ ଅବହେଳା, ଇଣ୍ଡିଗୋ ବିମାନ ଆଗକୁ ମାଡ଼ି ଆସିଲା କାର

ଇଣ୍ଡିଗୋ ଏୟାରଲାଇନ୍ସ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ ମଙ୍ଗଳବାର ଦିନ ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ତଳେ ଏକ କାର ଆସିଥିଲା । ବିମାନର ଆଗ ଚକ କାରକୁ ଧକ୍କା ଦେବାରୁ ଅଳ୍ପକେ ବର୍ତ୍ତିଯାଇଛି ।

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ୍ -2 ରେ ଏକ ଇଣ୍ଡିଗୋ ବିମାନ ସାମ୍ନାକୁ ଏକ ମାରୁତି କାର ମାଡ଼ି ଆସିଥିବା ଖବର ସାମ୍ନାକୁ ଆସିଛି । ଏହି ଇଣ୍ଡିଗୋ ବିମାନ 6E-2022 ଦିଲ୍ଲୀ ରୁ ପାଟନା ଅଭିମୁଖେ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିଲା । ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେହାରେ ଲାଗିଛି ।

indigo

ସୂଚନା ଅନସାରେ ଇଣ୍ଡିଗୋ ଏୟାରଲାଇନ୍ସ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ ମଙ୍ଗଳବାର ଦିନ ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ତଳେ ଏକ କାର ଆସିଥିଲା । ବିମାନର ଆଗ ଚକ କାରକୁ ଧକ୍କା ଦେବାରୁ ଅଳ୍ପକେ ବର୍ତ୍ତିଯାଇଛି । ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି ।
ରିପୋର୍ଟ ଅନୁଯାୟୀ, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଘଟଣାର ତଦନ୍ତ କରିବ । ବିମାନ ଚଳାଚଳ ସୂତ୍ରରୁ ପ୍ରକାଶ ଯେ ବିମାନରେ କୌଣସି କ୍ଷତି ହୋଇ ନାହିଁ ।

ରିପୋର୍ଟରେ ଦର୍ଶାଇଛି ଯେ ମଙ୍ଗଳବାର ସକାଳେ ବିମାନଟି ଉଡ଼ାଣ ଭରିବାକୁ ଯାଉଥିବା ବେଳେ ଗୋ ଫାଷ୍ଟ ଏୟାରଲାଇନ୍ସର କାର ଏହା ତଳେ ଆସିଥିଲା । ଅଧିକାରୀମାନେ କହିଛନ୍ତି ଯେ କାରର ଡ୍ରାଇଭର ମଦ୍ୟପାନ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ତଦନ୍ତ କରାଯାଇଥିଲା, କିନ୍ତୁ ଏହା ନକାରାତ୍ମକ ବୋଲି ଜଣାପଡିଛି ।
ବିମାନରେ କୌଣସି କ୍ଷୟକ୍ଷତି ହୋଇନାହିଁ ଏବଂ କେହି ଆହତ ହୋଇନାହାଁନ୍ତି ବୋଲି ବିମାନ ଉଦ୍ୟୋଗ ସୂତ୍ରରୁ ପ୍ରକାଶ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+