ବାଇକକୁ ଏକ କିଲୋମିଟର ପର୍ଯ୍ୟନ୍ତ ଟାଣିନେଲା କାର : ରାସ୍ତାରେ ବାହାରିଲା ନିଆଁ, ଭିଡିଓ ଭାଇରାଲ
ଉତ୍ତର ପ୍ରଦେଶ ଗାଜିଆବାଦର ଇନ୍ଦିରାପୁରମ୍ ଅଞ୍ଚଳରେ ଗୁରୁବାର ରାତିରେ ଏକ କାର ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଗାଡି ଧକ୍କା ହେବପରେ ମୋଟରସାଇକେଲକୁ ଏକ କିଲୋମିଟରରୁ ଅଧିକ ଟାଣି ନେଇଥିଲା କାର ।
ଗାଜିଆବାଦ : ଉତ୍ତର ପ୍ରଦେଶ ଗାଜିଆବାଦର ଇନ୍ଦିରାପୁରମ୍ ଅଞ୍ଚଳରେ ଗୁରୁବାର ରାତିରେ ଏକ କାର ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଗାଡି ଧକ୍କା ହେବପରେ ମୋଟରସାଇକେଲକୁ ଏକ କିଲୋମିଟରରୁ ଅଧିକ ଟାଣି ନେଇଥିଲା କାର । ସୌଭାଗ୍ୟବଶତଃ, ଦୁଇ ଆରୋହୀ କାର ଆଡକୁ ନ ଯାଇ ବଞ୍ଚି ଯାଇଥିଲେ । ଦେଖନ୍ତୁ ଘଟଣାର ନାଟକୀୟ ଭିଡିଓ ଯାହା ଏବେ ସୋଶଆଲ ମିଡିଆରେ ଭାଇରାଲ ହୋଇଛି ।

ଭାଇରାଲ ଭିଡିଓରେ କାରଟି ବାଇକକୁ ରାସ୍ତାରେ ଟାଣି ନେଉଥିବା ବେଳେ ନିଆଁ ସ୍ପାର୍କ କରୁଥିବାର ଦେଖିବାକୁ ମିଳିଛି । ଏହି ଘଟଣା ରାତି ପ୍ରାୟ 3.11 ମିନିଟ୍ ସମୟରେ ଘଟିଥିଲା । ଦୁଇ ଜଣ ବାଇକ ନେଇ କୌଣସି ସ୍ଥାନକୁ ଯାଉଥଲା ବେଳେ କାର ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବାଇକଟି କାରରେ ଅଟକି ଯାଇଥିଲା କିନ୍ତୁ ଡ୍ରାଇଭର ଭୟରେ ଗାଡି ଚଳାଇ ଚାଲିଥିଲା । ଡ୍ରାଇଭର ବାଇକକୁ ଘୋଷାରି ନେଇ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲା । ଅନ୍ୟ ଏକ ବାଇକ ରେ ଥିବା ଯୁବକ ମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଅଟକି ନଥିଲା । ପୋଲିସ କାର ଡ୍ରାଇଭର ଙ୍କୁ ଅଟକ ରଖି ବାଇକ ଚାଳକଙ୍କ ଚିକିତ୍ସା କରିଥିଲେ ।
#WATCH गाजियाबाद: सड़क हादसे के बाद एक कार द्वारा बाइक को घसीटने का वीडियो वायरल हुआ। वीडियो 03.11 का है।
इंदिरापुरम CO स्वतंत्र कुमार सिंह ने कहा, "कार और बाइक में टक्कर हुई। बाइक सवार सुरक्षित है। पुलिस ने कार चालक को गिरफ़्तार कर लिया है। आगे की कार्रवाई की जा रही है।"(04.11) pic.twitter.com/JkRmgBgQ0O
— ANI_HindiNews (@AHindinews) November 5, 2022
ଇନ୍ଦିରାପୁରାମ CO ସ୍ୱତନ୍ତ୍ର କୁମାର ସିଂହ କହିଛନ୍ତି, "କାର ଏବଂ ବାଇକ ଧକ୍କା ହୋଇଥିଲା । ବାଇକ ଆରୋହୀ ସୁରକ୍ଷିତ ଅଛନ୍ତି । ପୋଲିସ କାର ଡ୍ରାଇଭରକୁ ଗିରଫ କରିଛି । ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।












Click it and Unblock the Notifications