Get Updates
Get notified of breaking news, exclusive insights, and must-see stories!

କୋଏମ୍ବାଟୁର ମନ୍ଦିର ନିକଟରେ କାର ବିସ୍ଫୋରଣ, ଆତଙ୍କବାଦୀ ଷଡଯନ୍ତ୍ରର ଯାଞ୍ଚ କରୁଛି ପୋଲିସ୍

ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସି ସିଲେନ୍ଦ୍ର ବାବୁ କହିଛନ୍ତି ଯେ ଏହା ଦୁର୍ଘଟଣା ନା ଷଡଯନ୍ତ୍ର ସେ ନେଇ ବିଭିନ୍ନ ଦିଗରୁ ଅନୁସନ୍ଧାନ କରାଯାଉଛି ।

କୋଏମ୍ବାଟୁର : ତାମିଲନାଡୁର ଉକ୍କଦମ ଅଞ୍ଚଳରେ ରବିବାର ଏକ କାରରେ ସିଲିଣ୍ଡରରେ ବିସ୍ଫୋରଣ ହେତୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । କାରରେ ବିସ୍ଫୋରଣ ମନ୍ଦିର ନିକଟରେ ହୋଇଥିଲା । ମୃତକଙ୍କ ପରିଚୟ ପରେ ପୋଲିସ ବର୍ତ୍ତମାନ ଏହି ମାମଲାରେ ଆତଙ୍କବାଦୀ ଲିଙ୍କ ଯାଞ୍ଚ କରୁଛି । ପ୍ରକୃତରେ ମୃତକଖଙ୍କ ପଚିଚୟ 25 ବର୍ଷିୟ ଜାମିଜା ମୁବେନ ବୋଲି ଜଣା ପଡିଛି । 2019 ମସିହାରେ କେନ୍ଦ୍ରୀୟ ଆତଙ୍କବାଦ ନିରୋଧୀ ଏଜେନ୍ସି ଆଇଏସ୍ଆଇଏସ୍ ଲିଙ୍କ ମାମଲାରେ ମୁବେନଙ୍କୁ ପଚରାଉଚୁରା କରିଥିଲା ।

tamil nadu blast

ଗଣମାଧ୍ୟମରେ ସୂଚନା ଦେଇ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସି ସିଲେନ୍ଦ୍ର ବାବୁ କହିଛନ୍ତି ଯେ ଏହା ଦୁର୍ଘଟଣା ନା ଷଡଯନ୍ତ୍ର ସେ ନେଇ ବିଭିନ୍ନ ଦିଗରୁ ଅନୁସନ୍ଧାନ କରାଯାଉଛି । ସତର୍କତାମୂଳକ ପଦକ୍ଷେପ ଭାବରେ କୋଟାଇ ଇସରୱାନ ମନ୍ଦିର ଚାରିପାଖରେ ଥିବା ସମସ୍ତ ଦୋକାନ ବନ୍ଦ କରାଯାଇଛି ଏବଂ ଏହି ଅଞ୍ଚଳରେ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ନିୟୋଜିତ କରାଯାଇଛି । ଏହା ଏକ ସାମ୍ପ୍ରଦାୟିକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଉକ୍କଦମ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।

ଡିଜିପି କହିଛନ୍ତି ଯେ କାରରେ ଦୁଇଟି ସିଲିଣ୍ଡର ଥିଲା, ସେଥିମଧ୍ୟରୁ ଗୋଟିଏ ବିସ୍ଫୋରଣ ହୋଇଥିଲା । କେଉଁଠାରୁ ଏହା କିଣାଯାଇଛି ତାହାର ଅନୁସନ୍ଧାନ କରାଯାଉଛି । କୋଏମ୍ବାଟୁର କମିଶନର ଭି ବାଲାକ୍ରିଷ୍ଣନଙ୍କ ନେତୃତ୍ୱରେ 6 ଟି ସ୍ୱତନ୍ତ୍ର ଟିମ୍ ଘଟଣାର ଅନୁସନ୍ଧାନ କରୁଥିବାବେଳେ ତାମିଲନାଡୁ କମାଣ୍ଡୋ ସ୍କୁଲର ବମ୍ ଡିସପୋଜାଲ୍ ସ୍କ୍ୱାର୍ଡ ମଧ୍ୟ ଏହି ଘଟଣାରେ ଯୋଗ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+