ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ନିୟୋଜିତ ହେଲେ ପ୍ରଥମ ମହିଳା ଅଧିକାରୀ
ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ପାକିସ୍ତାନୀ ସେନାକୁ ନିଜର ସାହସ ଦେଖାଇବେ ଜଣେ ମହିଳା ଅଧିକାରୀ । 15,632 ଫୁଟ ଉଚ୍ଚରେ ଅବସ୍ଥିତ କୁମାର ପୋଷ୍ଟରେ ନିୟୋଜିତ ହେବାରେ କ୍ୟାପଟେନ ଶିବା ଚୌହାନ ଭାରତୀୟ ସେନାର ପ୍ରଥମ ମହିଳା ଅଧିକାରୀ ହୋଇପାରିଛନ୍ତି ।
ନୂଆଦିଲ୍ଲୀ: ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ପାକିସ୍ତାନୀ ସେନାକୁ ନିଜର ସାହସ ଦେଖାଇବେ ଜଣେ ମହିଳା ଅଧିକାରୀ । 15,632 ଫୁଟ ଉଚ୍ଚରେ ଅବସ୍ଥିତ କୁମାର ପୋଷ୍ଟରେ ନିୟୋଜିତ ହେବାରେ କ୍ୟାପଟେନ ଶିବା ଚୌହାନ ଭାରତୀୟ ସେନାର ପ୍ରଥମ ମହିଳା ଅଧିକାରୀ ହୋଇପାରିଛନ୍ତି । ଦେଶକୁ ସୁରକ୍ଷା ଦେବା ପାଇଁ ତାଙ୍କର ସାହସ ଯେତିକି ଶକ୍ତିଶାଳୀ, ସେ ଯେଉଁ 14 ତମ କର୍ପସରେ ସାମିଲ ହୋଇଛନ୍ତି ଏହାର ନାଁ ଶୁଣିଲେ ଶତ୍ରୁମାନେ ଭୟରେ ଥରିଉଠନ୍ତି । ଫାୟାର ଆଣ୍ଡ ଫ୍ୟୁରି କର୍ପସ ନାମରେ ଜଣାଶୁଣା ସେନାର ଏହି ଦଳ ମଧ୍ୟ ଗଲୱାନ ଭ୍ୟାଲି ଘଟଣାରେ ବହୁ ଚର୍ଚ୍ଚାରେ ଥିଲେ ।

ଭାରତୀୟ ସେନାର ଫାୟାର ଆଣ୍ଡ ଫ୍ୟୁରି କର୍ପସର ପ୍ରଥମ ମହିଳା ଅଧିକାରୀ କ୍ୟାପଟେନ ଶିବା ଚୌହାନଙ୍କୁ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ ଗ୍ଲାସିଅରରେ ଅବସ୍ଥିତ କୁମାର ପୋଷ୍ଟରେ ସକ୍ରିୟ ଭାବେ ନିୟୋଜିତ କରାଯାଇଛି । ଭାରତୀୟ ସେନାର ଫାୟାର ଆଣ୍ଡ ଫ୍ୟୁରି କର୍ପସ କ୍ୟାପଟେନ ଶିବୈ ଚୌହାନଙ୍କ ଫଟୋ ସହ ଏକ ଟ୍ୱିଟ କରିଛି । ଏହା କେବଳ କ୍ୟାପଟେନ ଶିବା ଚୌହାନଙ୍କ ପାଇଁ ନୁହେଁ, ବରଂ ସମଗ୍ର ଦେଶ ତଥା ଏହାର ମହିଳା ଶକ୍ତି ପାଇଁ ଗର୍ବର ମୁହୂର୍ତ୍ତ । ଭାରତୀୟ ସେନାର ଫାୟାର ଆଣ୍ଡ ଫ୍ୟୁରି କର୍ପସ ନିଜ ଟ୍ୱିଟରେ ଲେଖିଛି, 'ଫାୟାର ଏବଂ ଫ୍ୟୁରି ସାପର୍ସର କ୍ୟାପଟେନ ଶିବା ଚୌହାନ କଠୋର ତାଲିମ ସମାପ୍ତ କରିବା ପରେ ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ ଗ୍ଲାସିଅରରେ କୁମାର ପୋଷ୍ଟରେ ନିୟୋଜିତ ହୋଇଥିବା ପ୍ରଥମ ମହିଳା ଅଧିକାରୀ ହୋଇଛନ୍ତି ।












Click it and Unblock the Notifications