କଂଗ୍ରେସ ଛାଡିବା ନେଇ ଆନୁଷ୍ଠାନିକ ଘୋଷଣା କଲେ କ୍ୟାପଟେନ ଅମରିନ୍ଦର ସିଂହ, ଗଠନ କଲେ ନୂଆ ଦଳ 'ପଞ୍ଜାବ ଲୋକ କଂଗ୍ରେସ'

ଇସ୍ତଫା ଦେବା ସହିତ କ୍ୟାପଟେନ ଅମରିନ୍ଦର ସିଂହ ନିଜ ନୂତନ ଦଳ ଘୋଷଣା କରିଛନ୍ତି ଯାହାକୁ ସେ 'ପଞ୍ଜାବ ଲୋକ କଂଗ୍ରେସ' ନାମରେ ନାମିତ କରିଛନ୍ତି ।

ଚଣ୍ଡିଗଡ଼ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କଂଗ୍ରେସ ଦଳ ଛାଡିବା ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି । ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି । କ୍ୟାପଟେନ ଅମରିନ୍ଦର ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ କଂଗ୍ରେସ ସହିତ ମୋର 40 ବର୍ଷର ରାଜନୈତିକ ଯାତ୍ରା ଆଜି ଶେଷ ହୋଇଛି । ତାଙ୍କ ଇସ୍ତଫା ପତ୍ରରେ କ୍ୟାପଟେନ, ନବଜୋତ ସିଂହ ସିଦ୍ଧୁଙ୍କୁ ରାଜ୍ୟ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିବାର ନିଷ୍ପତ୍ତିରେ ଉଦେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଦିନେ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତିରେ ବହୁତ ପଶ୍ଚାତାପ କରିବେ ।

captain amarinder singh

ଇସ୍ତଫା ଦେବା ସହିତ କ୍ୟାପଟେନ ଅମରିନ୍ଦର ସିଂହ ନିଜ ନୂତନ ଦଳ ଘୋଷଣା କରିଛନ୍ତି ଯାହାକୁ ସେ 'ପଞ୍ଜାବ ଲୋକ କଂଗ୍ରେସ' ନାମରେ ନାମିତ କରିଛନ୍ତି ।


ଆପଣଙ୍କୁ କହିରଖୁଛୁ ଯେ କ୍ୟାପଟେନ ସିଏମ ପଦରୁ ଇସ୍ତଫା ଦେବା ପରେ ହିଁ ସ୍ପଷ୍ଟ କରିଛନ୍ତି ଯେ ସେ କଂଗ୍ରେସ ଦଳ ଛାଡି ନୂତନ ଦଳ ଗଠନ କରିବେ । କ୍ୟାପଟେନ ଅମରିନ୍ଦର ଦୁଇ ମାସ ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+