ଓଡ଼ିଆ ସମେତ 13 ଆଞ୍ଚଳିକ ଭାଷାରେ ଆସିବ CAPF କନେଷ୍ଟବଳ ପରୀକ୍ଷା ପ୍ରଶ୍ନପତ୍ର
ନୂଆଦିଲ୍ଲୀ : କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ (CAPF) କନେଷ୍ଟବଳ ପ୍ରବେଶିକା ପରୀକ୍ଷା ଦେଉଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଓଡ଼ିଆରେ ଆସିବ ପ୍ରଶ୍ନପତ୍ର । ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଗୃହ ମନ୍ତ୍ରଣାଳୟ ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଶନିବାର ଦିନ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ 13 ଟି ଆଞ୍ଚଳିକ ଭାଷାରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ (CAPF) ପାଇଁ କନଷ୍ଟେବଲ୍ (GD) ପରୀକ୍ଷା କରିବାକୁ ଘୋଷଣା କରିଛି । ଗୃହ ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ 13 ଟି ଆଞ୍ଚଳିକ ଭାଷାରେ 2024 ଜାନୁଆରୀ ପହିଲାରୁ ପରୀକ୍ଷା କରାଯିବ ।

ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଓଡ଼ିଆ, ଆସାମୀ, ବଙ୍ଗାଳୀ, ଗୁଜୁରାଟୀ, ମରାଠୀ, ମାଲାୟାଲମ୍, କନ୍ନଡ, ତାମିଲ, ତେଲୁଗୁ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣୀରେ CAPF କନଷ୍ଟେବଳ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ସ୍ଥିର କରାଯିବ । ଏହି ନିଷ୍ପତ୍ତି ସହିତ ଲକ୍ଷ ଲକ୍ଷ ପ୍ରାର୍ଥୀ ମାତୃଭାଷା ଏବଂ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ ଏବଂ ସେମାନଙ୍କର ଚୟନ ସୁଯୋଗରେ ଉନ୍ନତି ଆସିବ ।
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି CRPF (CAPF Exams ର ଏକ ଅଂଶ) ରେ ନିଯୁକ୍ତି ପାଇଁ ଡିଜିଟାଲ ପରୀକ୍ଷାରେ ତାମିଲ ଅନ୍ତର୍ଭୁକ୍ତ ନ କରିବାକୁ ବିରୋଧ କରିଥିଲେ । ସେ ଚିଠିରେ ଲେଖିଛନ୍ତି ଯେ କେବଳ ଇଂରାଜୀ ଏବଂ ହିନ୍ଦୀ ବାଧ୍ୟତାମୂଳକ କରିବା ଏକପାଖିଆ । ଏହି ନିଷ୍ପତ୍ତି ତାମିଲନାଡୁର ଅନେକ ପ୍ରାର୍ଥୀଙ୍କୁ ପରୀକ୍ଷା ଦେବାକୁ ବାରଣ କରିଛି ଏବଂ ଏହା ସେମାନଙ୍କର ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରିବ । ଏହି ବିବାଦ ପରେ ବର୍ତ୍ତମାନ ଏହି ନିଷ୍ପତ୍ତି ଆସିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications