କାନାଡିୟ ୟୁଟ୍ୟୁବର୍ ଲିଲି ସିଂ କୃଷକ ଆନ୍ଦୋଳନକୁ କଲେ ସମର୍ଥନ, ପିନ୍ଧିଲେ ସ୍ୱତନ୍ତ୍ର ମାସ୍କ
ନୂଆଦିଲ୍ଲୀ : ଗତ ଚାରିମାସ ଧରି ଦେଶରେ ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିଛି । ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ଏବଂ ଲାଲକିଲ୍ଲା ଆକ୍ରମଣ ପରେ ଏହି କୃଷକ ଆନ୍ଦୋଳନକୁ ଅନ୍ତର୍ଜାତୀୟ ସ୍ତରରୁ ସମର୍ଥନ ମିଳିଥିଲା । ଅନେକ ସମାଜସେବୀ ତଥା ସେଲିବ୍ରିଟି କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରିବା ସହ ଏନେଇ ଟ୍ୱିଟ୍ କରିଥିବୈ ଦେଖିବାକୁ ମିଳିଇଥିଲା । ଯଦିଓ କିଛି ଦିନ ହେବ ଅନ୍ତର୍ଜାତୀୟ ସେଲିବ୍ରିଟି ମାନଙ୍କ ସମର୍ଥନ କିଛି ମାତ୍ରାରେ ଶାନ୍ତ ପଡ଼ିଯାଇଥିଲା, ଏହି ସମୟରେ ଆଉଜଣେ ସମର୍ଥକ ବାହାରିଥିବା ଖବର ଆସୁଛି । ବର୍ତ୍ତମାନ ଭାରତୀୟ-କାନାଡିୟ ୟୁଟ୍ୟୁବର୍ ଲିଲି ସିଂ କୃଷକ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ।

ଚଳିତ ବର୍ଷ 63 ତମ ଗ୍ରାମୀ ପୁରସ୍କାର ସମାରୋହ ଲସ୍ ଆଞ୍ଜେଲସ୍ ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୟୁଟ୍ୟୁବର୍ ମଧ୍ୟ ଲିଲି ସିଂ ଉପସ୍ଥିତ ଥିଲେ । ସେ ଏକ କଳା ପୋଷାକ ସହିତ ଏକ ମାସ୍କ ପିନ୍ଧିଥିଲେ ଯେଉଁଥିରେ I Stand With Farmers (ମୁଁ କୃଷକମାନଙ୍କ ସହିତ ଛିଡା ହୋଇଛି) ଲେଖାଥିଲା । ଏହା ପରେ ସେ ତାଙ୍କ ଫଟୋ ସୋଶାଲ ମିଡିଆରେ ମଧ୍ୟ ସେୟାର କରିଥିଲେ । ସେ ସେଶାଲ ମିଡ଼ିଆରେ ସେୟାର କରି ଲେଖିଥିଲେ, ମୁଁ ଜାଣେ ଯେ ରେଡ କାର୍ପେଟ / ପୁରସ୍କାର ବିତରଣ ସମାରୋହର ଫଟୋଗୁଡ଼ିକ ଅଧିକ କଭରେଜ ପାଇଥାଏ । ମିଡିଆ ଏହାକୁ ବ୍ୟବହାର କରିବାକୁ ସ୍ୱତନ୍ତ୍ର । ଏହା ସହିତ ସେ #IstandWithFarmers ଏବଂ #GRAMMYs ହ୍ୟାସଟ୍ୟାଗ୍ ରଖିଛନ୍ତି ।
I know red carpet/award show pictures always get the most coverage, so here you go media. Feel free to run with it ✊🏽 #IStandWithFarmers #GRAMMYs pic.twitter.com/hTM0zpXoIT
— Lilly // #LateWithLilly (@Lilly) March 15, 2021


Click it and Unblock the Notifications