ପଞ୍ଚାୟତ ନିର୍ବାଚନରେ ପାରାମିଲିଟାରୀ ଫୋର୍ସ ମୁତୟନ କରିବାକୁ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ
ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ନାମାଙ୍କନ ବେଳେ ହିଂସା ଘଟଣାରେ କଲିକତା ହାଇକୋର୍ଟ ରାଜ୍ୟର ସମସ୍ତ ଜିଲ୍ଲାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ 8 ରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ କଲିକତା ହାଇକୋର୍ଟ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ।

କଲିକତା ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ବେଞ୍ଚ ଜୁଲାଇ 8 ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରାଜ୍ୟ ନିର୍ବାଚନ ଆୟୋଗ 48 ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବାହିନୀ ପାଇଁ କେନ୍ଦ୍ରକୁ ଅନୁରୋଧ କରିବା ଉଚିତି ବୋଲି କହିଛନ୍ତି ।
ଏଥି ସହିତ ପଶ୍ଚିମବଙ୍ଗର ଦକ୍ଷିଣ 24 ପରଗନା ଜିଲ୍ଲାର ଭଙ୍ଗାରରେ ଟିଏମସି ଏବଂ ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ (ଆଇଏସଏଫ) ର କର୍ମୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷ ସମୟରେ ଉକ୍ତ ଅଞ୍ଚଳରେ ବୋମା ମାଡ଼ ମଧ୍ୟ ହୋଇଥିଲା । ଏଥି ସହିତ ସିଏମ ମମତା ବାନାର୍ଜୀ କହିଛନ୍ତି ଯେ ଟ୍ରାକ ରେକର୍ଡିଂ କରିବା ପରେ ଆମେ ଟିକେଟ୍ ଦେଇଥିଲୁ, ଯେଉଁମାନେ ହିଂସା କରିଛନ୍ତି ସେମାନେ ଟିଏମସିର ନୁହଁନ୍ତି ।












Click it and Unblock the Notifications