ଶୁଣାଣିରୁ ବିଚାରପତିଙ୍କୁ ହଟାଇବା ଦାବି ପଡ଼ିଲା ମହଙ୍ଗା, ମମତାଙ୍କୁ 5 ଲକ୍ଷ ଜରିମାନା କଲେ କୋଲକାତା ହାଇକୋର୍ଟ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ 5 ଲକ୍ଷ ଟଙ୍କାର ଜରିମାନ କରିଛନ୍ତି କୋଲକାତା ହାଇକୋର୍ଟ । ଏହା ସହିତ ନନ୍ଦିଗ୍ରାମ ନିର୍ବାଚନ ମାମଲାର ଶୁଣାଣି କରୁଥିବା ବିଚାରପତି ନିଜକୁ ଏହି ଶୁଣାଣିରୁ ଅଲଗା କରିଛନ୍ତି ।
କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ 5 ଲକ୍ଷ ଟଙ୍କାର ଜରିମାନ କରିଛନ୍ତି କୋଲକାତା ହାଇକୋର୍ଟ । ଏହା ସହିତ ନନ୍ଦିଗ୍ରାମ ନିର୍ବାଚନ ମାମଲାର ଶୁଣାଣି କରୁଥିବା ବିଚାରପତି ନିଜକୁ ଏହି ଶୁଣାଣିରୁ ଅଲଗା କରିଛନ୍ତି । ମାମଲା ଶୁଣାଣିରୁ ନିଜକୁ ଅଲଗା କରି ଜଷ୍ଟିସ କୌଶିକ ଚନ୍ଦ୍ର ନ୍ୟାୟପାଳିକା ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିଥିବା କାରଣରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ 5 ଲକ୍ଷ ଟଙ୍କ ଜରିମାନା ଲାଗୁ କରିଛନ୍ତି ।

ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରେ ହାରିବା ପରେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ କରି ମମତା ହାଇକୋର୍ଟରେ ମାମଲା ଦାଏର କରିଥିଲେ । ଏହାର ଶୁଣାଣି କୌଶିକ ଚନ୍ଦ୍ର କରୁଥିଲେ । ତେବେ ନିକଟରେ ମମତା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖି କୌଶିକ ଚନ୍ଦ୍ରଙ୍କ ନିରପେକ୍ଷତା ଉପରେ ସନ୍ଦେହ ପ୍ରକଟ କରିଥିଲେ । ଜଷ୍ଟିସ୍ ଚନ୍ଦ୍ରଙ୍କର ବିଜେପି ସହିତ ସମ୍ପର୍କ ରହିଛି ଓ ତାଙ୍କଠାରୁ ନିରପେକ୍ଷ ନ୍ୟାୟ ମିଳିବା ନେଇ ମମତା ଆଶଙ୍କା ବ୍ୟକ୍ତ କରିଥିଲେ । କିନ୍ତୁ ଜଷ୍ଟିସ କୌଶିକ ନିଜେ ମମତାଙ୍କ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ନ୍ୟାୟପାଳିକାର ଭାବମୂର୍ତ୍ତିକୁ ବଦନାମ କରିଥିବାରୁ ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଛି । ଫାଇନ ବାବଦରେ ମିଳିବାକୁ ଥିବା ଅର୍ଥକୁ କରୋନା ପ୍ରଭାବିତ ଓକିଲଙ୍କ କଲ୍ୟାଣ ପାଇଁ ବ୍ୟବହାର କରିବା ପାଇଁ ସେ କହିଛନ୍ତି ।
ଏହା ସହିତ ଜଷ୍ଟିସ ଚନ୍ଦ୍ର ନିଜକୁ ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ ଠାରୁ ଅଲଗା କରିଛନ୍ତି । ଆଗରୁ ଜଷ୍ଟିସ୍ ଚନ୍ଦ୍ର ନିଜେ ହିଁ ମମତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ତେବେ ଏବେ ବ୍ୟକ୍ତିଗତ କାରଣରୁ ସେ ଏହି ମାମଲା ଶୁଣାଣିରୁ ନିଜକୁ ଦୁରେଇ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ ।












Click it and Unblock the Notifications