ବର୍ଦ୍ଧମାନ ବିସ୍ପୋରଣ ମାମଲାରେ ଜେଏମବି ମୁଖ୍ୟକୁ 29 ବର୍ଷ ଜେଲ ଦଣ୍ଡାଦେଶ

ବର୍ଦ୍ଧମାନ ବିସ୍ପୋରଣ ମାମଲାରେ ଜାମାତ-ଉଲ-ମୁଜାହିଦ୍ଦିନର ମୁଖ୍ୟ, ବାଂଲାଦେଶ କୌସର ଓରଫ ବୋନା ମିଜାନକୁ 29 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏଥିସହିତ 20198 ମସିହାରେ ବୋଦ୍ଧ ଗୟା ବିସ୍ପୋରଣ ସହ ଜଡ଼ିତ ଅନ୍ୟ ଏକ ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛି ।

ନୂଆଦିଲ୍ଲୀ : ବର୍ଦ୍ଧମାନ ବିସ୍ପୋରଣ ମାମଲାରେ ଜାମାତ-ଉଲ-ମୁଜାହିଦ୍ଦିନର ମୁଖ୍ୟ, ବାଂଲାଦେଶ କୌସର ଓରଫ ବୋନା ମିଜାନକୁ 29 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏଥିସହିତ 2018 ମସିହାରେ ବୋଦ୍ଧ ଗୟା ବିସ୍ପୋରଣ ସହ ଜଡ଼ିତ ଅନ୍ୟ ଏକ ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛି ।

Burdwan-bomb-blast-accused

ଅକ୍ଟୋବର 2, 2014 ରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାର ବ୍ୟସ୍ତବହୁଳ ଖଗରାଗଡ଼ ଅଞ୍ଚଳରେ ଥିବା ଏକ ଭଡା ଘରର ପ୍ରଥମ ମହଲାରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଥିଲା । ବାଂଲାଦେଶର ଆତଙ୍କବାଦୀ ସଂଗଠନ ଜମାତ୍-ଉଲ୍-ମୁଜାହିଦ୍ଦିନ (ଜେଏମବି)ର ସଦସ୍ୟମାନେ ବୋମା ତିଆରି ବେଳେ IED ନଷ୍ଟ ହୋଇଯିବାରୁ ଏହି ବିସ୍ପୋରଣ ହୋଇଥିଲା । ଏହି ବୋମା ବିସ୍ଫୋରଣରେ ଦୁଇ ଆତଙ୍କବାଦୀ ଆହତ ହୋଇଥିଲେ । ପଶ୍ଚିମବଙ୍ଗ ପୋଲିସ୍ ପ୍ରଥମେ ଏହି ମାମଲା ରୁଜୁ କରିଥିଲା ପରେ ଏହି ମାମଲା ଏନ୍ଆଇଏ ହାତକୁ ଯାଇଥିଲା ।

ଏନଆଇଏର ଅନୁସନ୍ଧାନ ଦ୍ୱାରା ଜେଏମବି (ଜମାଟ-ଉଲ-ମୁଜାହିଦ୍ଦିନ ବାଂଲାଦେଶ) ର ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଭାରତ ତଥା ବାଂଲାଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠିତ ସରକାର ବିରୁଦ୍ଧରେ ଯୁଦ୍ଧ ଚଳାଇବା ପାଇଁ ଭାରତରେ ଏହାର ସଦସ୍ୟମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ତାଲିମ ଦେବା ପାଇଁ ଏକ ଷଡଯନ୍ତ୍ର କରୁଥିବା ଜାଣିବାକୁ ପାଇଛି । ମାମଲାର ଅନୁସନ୍ଧାନ ବେଳେ ବହୁ ସଂଖ୍ୟକ ଆଇଏଡି, ବିସ୍ଫୋରକ ସାମଗ୍ରୀ, ହ୍ୟାଣ୍ଡ ଗ୍ରେନେଡ, ଟ୍ରେନିଂ ଭିଡିଓ ପାଇଛି ଏନ୍ଆଇଏ ।

ଅଧିକ ଅନୁସନ୍ଧାନ ପରେ ଏହି ମାମଲାରେ ବିଭିନ୍ନ ଅପରାଧିକ ମାମଲାରେ ମୋଟ 33 ଅଭିଯୁକ୍ତଙ୍କ ବିରୋଧରେ ଏନଆଇଏ ପକ୍ଷରୁ ଚାର୍ଜସିଟ୍ କରାଯାଇଥିଲା । 33 ଅଭିଯୁକ୍ତଙ୍କ ମଧ୍ୟରୁ 31 ଜଣଙ୍କୁ ଗିରଫ କରାଯାଇଥିଲା । ଏହାପୂର୍ବରୁ କୋଲକାତାର ଏନଆଇଏ ସ୍ପେଶାଲ କୋର୍ଟ ଦ୍ୱାରା 30 ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+