For Quick Alerts
Turn On Notification  
For Daily Alerts
Oneindia App Download

ମହାରାଷ୍ଚ୍ରରେ ପ୍ରବଳ ବର୍ଷା : କୋଠା ଭୁଷୁଡ଼ି 11 ମୃତ, ରେଡ ଆଲର୍ଟ ଜାରି

ବର୍ଷା ହେତୁ ମଲାଡ ୱେଷ୍ଟର ମାଲମଣୀ ଅଞ୍ଚଳରେ ଏକ 4 ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏଥିରେ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 7 ଜଣ ଗୁରୁତର ଆହତ ହୋଇଛନ୍ତି ।

|

ମୁମ୍ବାଇ : ମୁମ୍ବାଇରେ ମୌସୁମୀ କାରଣରୁ ବୁଧବାର ଲଗାତାର ବର୍ଷା ହେଉଛି । ମୌସୁମୀର ପ୍ରଥମ ବର୍ଷାରେ ମୁମ୍ବାଇର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି । ବର୍ଷା ହେତୁ ମଲାଡ ୱେଷ୍ଟର ମାଲମଣୀ ଅଞ୍ଚଳରେ ଏକ 4 ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏଥିରେ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 7 ଜଣ ଗୁରୁତର ଆହତ ହୋଇଛନ୍ତି ।

ଗୁରୁତରମାନଙ୍କୁ ବିଡିବିଏ ନଗରର ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣା ଖବରପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିଥିଲେ । ଏବେ ବି କୋଠା ତଳେ ବହୁ ଲୋକ ଚାପି ହୋଇରହିଥିବା ଅନୁମାନ କରାଯାଉଛି ।

mumbai

ପ୍ରାରମ୍ଭିକ ସୂଚନା ମୁତାବକ, ଦୁର୍ଘଟଣା ବେଳେ ସେହି କୋଠାରେ ପ୍ରାୟ 20 ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରେ କେତେ ଜଣ ଶିଶୁ ମଧ୍ୟ ରହିଥିବା ଜଣାପଡିଛି । ଭୁଶୁଡ଼ିଥିବା କୋଠା ନିକଟରେ ଅନ୍ୟ 3ଟି କୋଠା ଅତିଦୁର୍ବଳ ଅବସ୍ଥାରେ ରହିଛି । ସୁରକ୍ଷା ଦୃଷ୍ଟିରୁ ସେହି କୋଠାଗୁଡ଼ିକରୁ ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଦିଆଯାଇଛି ବୋଲି ବ୍ରିହାନମୁମ୍ବାଇ ମହାନଗର ନିଗମ ପକ୍ଷରୁ କୁହାଯାଇଛି ।

ପାଣିପାଗ ବିଭାଗ ଆଜି ମଧ୍ୟ ଏଠାରେ ରେଡ୍ ଆଲର୍ଟ ଜାରି କରିଛି ଏବଂ ବିନା ଆବଶ୍ୟକତାରେ ଘରୁ ବାହାରକୁ ନଆସିବାକୁ ଲୋକଙ୍କୁ ନିବେଦନ କରିଛି । ପ୍ରବଳ ବର୍ଷା ହେତୁ ସମୁଦ୍ରରେ ମଧ୍ୟ ଉଚ୍ଚ ଜୁଆର ଚେତାବନୀ ଦିଆଯାଇଛି । ରେଳ ଟ୍ରାକ୍ ମଧ୍ୟ ପାଣିରେ ବୁଡ଼ି ଯାଇଛି, ଏହି କାରଣରୁ ରେଳବାଇ ମଧ୍ୟ ସତର୍କ ସୂଚନା ଜାରି କରିଛି । ଆକଳନ ଅନୁଯାୟୀ, ଆଜି ରାତି 12.17 ରେ 4.26 ମିଟର ଉଚ୍ଚ ଜୁଆର ହେବାର ସମ୍ଭାବନା ଅଛି । ରେଳବାଇ ସମସ୍ତ ଯନ୍ତ୍ରକୁ ସତର୍କ ମୋଡରେ ରଖିଛି ଏବଂ ପରିସ୍ଥିତି ଉପରେ ନଜର ରଖିଛି ।

ସତର୍କତାମୂଳକ ପଦକ୍ଷେପ ଭାବରେ କେତେକ ଷ୍ଟେସନ ମଧ୍ୟରେ ସ୍ଥାନୀୟ ଟ୍ରେନ୍ ସେବା ମଧ୍ୟ ସ୍ଥଗିତ ରଖାଯାଇଛି । ଏହାପୂର୍ବରୁ ଭାରତୀୟ ପାଣିପାଗ ବିଭାଗ କୋଙ୍କଣ କିନ୍ନରପଟୀର କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା । ବର୍ଷା ହେତୁ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା ମଧ୍ୟ ଅଟକି ରହିଥିଲା ।

Santacruz observatory ର ତଥ୍ୟ ଅନୁଯାୟୀ ବୁଧବାର ସକାଳ 8.30 ରୁ 5.30 ମଧ୍ୟରେ ମୁମ୍ବାଇରେ 220.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର କହିଛି ଯେ ମୁମ୍ବାଇରେ ଜୁନ୍ 15 ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Building Collapsed in Maharashtra, 11 died
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X