ଆଜି ଠୁ ଆରମ୍ଭ ବଜେଟ୍ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ, ସରକାରଙ୍କୁ ପୁଣି ଘେରିବେ ବିରୋଧୀ
ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜି ଠାରୁ ପୁଣି ଆରମ୍ଭ ହେଉଛି । ଏହି ସମୟରେ ସଂସଦର ଉଭୟ ଗୃହ ବେଶ୍ ସରଗରମ୍ ରହିପାରେ । ବିରୋଧୀ ଦଳ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି ।

ନୂଆଦିଲ୍ଲୀ : ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜି ଠାରୁ ପୁଣି ଆରମ୍ଭ ହେଉଛି । ଏହି ସମୟରେ ସଂସଦର ଉଭୟ ଗୃହ ବେଶ୍ ସରଗରମ୍ ରହିପାରେ । ବିରୋଧୀ ଦଳ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି ।
ଅଧିବେଶନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାଡ଼ଗେଙ୍କ କାର୍ଯ୍ୟାଳୟରେ ବିରୋଧୀ ମାନେ ବୈଠକ କରି ରଣନୀତି ଉପରେ ଆଲୋଚନା କରିବେ । ଏହି ବୈଠକରେ ବିରୋଧୀ ଦଳମାନେ ମୁଦ୍ରାସ୍ଫୀତି, ଫେଡେରାଲ୍ ଏଜେନ୍ସିଗୁଡିକର ଅପବ୍ୟବହାର, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ୍ସପୋଜର୍ ଏବଂ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆକୁ ଆଦାନୀ ଗୋଷ୍ଠୀକୁ ନେଇ ସରକାରଙ୍କ ଆଭିମୁଖ୍ୟ ଆଦି ବିଷୟରେ ସରାକରଙ୍କୁ ଟାର୍ଗେଟ୍ କରିବାକୁ ରଣନୀତି ପ୍ରସ୍ତୁତ ହେବ । କଂଗ୍ରେସ ସାଂସଦମାନେ ସକାଳ 9.30 ରେ ବୈଠକ କରିବାର ସୂଚନା ରହିଛି । ଏହି ବୈଠକରେ ଟିଏମସି ନେତାମାନେ ଯୋଗଦେବେ ନାହିଁ ।
କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି, ସୋମବାର ଠାରୁ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଦଳ ଲୋକଙ୍କ ପ୍ରସଙ୍ଗ ଉଠାଇବାକୁ ଚାହୁଁଛି । ଦରଦାମ ବୃଦ୍ଧି, ଏଲପିଜି ମୂଲ୍ୟ ବୃଦ୍ଧି, ଆଦାନୀ ଗୋଷ୍ଠୀ, କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର, କୃଷକଙ୍କ ସମସ୍ୟା ଏବଂ ରାଜ୍ୟପାଳଙ୍କ ହସ୍ତକ୍ଷେପ ଭଳି ସମସ୍ୟାକୁ ଆମେ ଗୃହରେ ଉଠାଇବୁ । ଆମେ ସମସ୍ତ ସମାନ ଦଳ ସହ କାର୍ଯ୍ୟ ଜାରି ରଖିବୁ ଏବଂ ବିରୋଧୀ ଏକଜୁଟ ରହିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି ।
କଂଗ୍ରେସର ଅନ୍ୟ ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଅପ୍ରେଲ 6 ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ଏହି ଅଧିବେଶନର ଦ୍ୱିତୀୟ ଭାଗ ସାମୂହିକ ପ୍ରସଙ୍ଗ ତଥା ବ୍ୟକ୍ତିଗତ ପ୍ରସଙ୍ଗ ମଧ୍ୟ ଗ୍ରହଣ କରିବ ଏବଂ ବିରୋଧୀ ଦଳ ମଧ୍ୟରେ ଏକତା ବୃଦ୍ଧି କରିବ ।
ଦ୍ୱିତୀୟାର୍ଦ୍ଧର ଏକ ପ୍ରମୁଖ ଅଂଶ ମନୋନୀତ ମନ୍ତ୍ରଣାଳୟର ଅନୁଦାନ ତଥା ଅର୍ଥ ବିଲ୍ ପାସ୍ ଉପରେ ଆଲୋଚନା ପାଇଁ ଖର୍ଚ୍ଚ ହେବ । ସଂସଦରେ ବିଚାରାଧୀନ ବିଲରୁ ସରକାର ଅନେକ ବିଲ୍ ଆଣିବେ ବୋଲି ଆଶା କରାଯାଉଛି । ପ୍ରାୟ 26 ଟି ବିଲ୍ ଏବେ ରାଜ୍ୟସଭାରେ ଏବଂ 9ଟି ବିଲ୍ ଲୋକସଭାରେ ଗୃହୀତ ହେବାପାଇଁ ପଡ଼ି ରହିଛି । 2 ଟି ବିଲ୍ ତଥା ବହୁ ମଲ୍ଟି ଷ୍ଟେଟ୍ କୋଅପରେଟିଭ୍ (ସଂଶୋଧନ) ବିଲ୍-2022 ଏବଂ ଜନ ବିଶ୍ୱାସ ( ବ୍ୟବସ୍ଥାବଳି ସଂଶୋଧନ ) ବିଲ୍ , 2022 କୁ ଗତ ଶୀତ ଅଧିବେଶନରେ ସରକାରଙ୍କର ଏକ ଯୁଗ୍ମ କମିଟିକୁ ପଠାଯାଇଥିଲା । 0ଏହି ବିଲ୍କୁ କମିଟି ଯାଞ୍ଚ କରୁଛି । ମଲ୍ଟି ଷ୍ଟେଟ୍ କୋଅପରେଟିଭ୍ ବିଲ୍ ସଂକ୍ରାନ୍ତରେ ଆଲୋଚନା କରିଥିବା ସିପି ଯୋଶୀଙ୍କ ନେତୃତ୍ୱାଧୀନ କମିଟି ବଜେଟ୍ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଏହାର ରିପୋର୍ଟ ଦାଖଲ କରିବ ।
-
ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଜେଲେନସ୍କିଙ୍କ ପ୍ରସ୍ତାବ, ରୁଷକୁ ଅସ୍ତ୍ରବିରତି ପାଇଁ ରାଜି କରାଅ, ଇରାନୀ ଡ୍ରୋନ୍ ଆକ୍ରମଣରୁ ..... -
ଇରାନର ଡ୍ରୋନ୍ ଶକ୍ତି ଦେଖି ଆମେରିକା ଆଶ୍ଚର୍ଯ୍ୟ -
ବିଶ୍ୱର ପ୍ରଥମ ମହିଳା ଭାବେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କଲେ ମେଲାନିଆ ଟ୍ରମ୍ପ -
ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ଭବିଷ୍ୟବାଣୀ, ସୋସିଆଲ ମିଡ଼ିଆରେ ଆତଙ୍କ -
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗହଣ: ସକାଳ ୬ଟା ୨୦ରୁ ପାକ ତ୍ୟାଗ, ସନ୍ଧ୍ୟା ୬ଟା ୪୭ ପରେ.... -
ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି -
ମଧ୍ୟପାଚ୍ୟରେ ମହାଯୁଦ୍ଧ;ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା, ୩୦୦ ପରମାଣୁ ବୋମାରେ ସନ୍ତୁଷ୍ଟ ନୁହେଁ,ନିଜର ବୃଦ୍ଧି କରିବ -
ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇଂଲଣ୍ଡର ବଡ଼ ନିଷ୍ପତ୍ତି, ବାତିଲ କଲା ଗସ୍ତ -
ମସ୍ତଙ୍କ ହୃଦୟ ଜିତୁଛନ୍ତି ବିଜୟ-ରଶ୍ମିକା, ଏବେ ୪୪ଟି ସରକାରୀ ସ୍କୁଲ ପାଇଁ... -
ଦିଲ୍ଲୀପଙ୍କୁ ସମର୍ଥନ ଦେବ ବିଜେପି -
ମୋ ପାଇଁ ସରପ୍ରାଇଜ, ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ପରେ ଏମିତି କହିଲେ ସୁଜିତ କୁମାର












Click it and Unblock the Notifications