For Quick Alerts
Turn On Notification  
For Daily Alerts
Oneindia App Download

ଆସନ୍ତା କାଲି ଠାରୁ ବଜେଟ ଅଧିବେଶନ ଆରମ୍ଭ, ପ୍ରଥମ ଦିନରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ

ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ଆର୍ଥିକ ବର୍ଷ 2022-23 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଡ. ଭି. ଅନନ୍ତ ନାଗେଶ୍ୱରନ ଏହି ରିପୋର୍ଟ ଉପସ୍ଥାପନ କରିବେ ।

|
budget session

ନୂଆଦିଲ୍ଲୀ : ଆର୍ଥିକ ବର୍ଷ 2023-24 ବର୍ଷ ପାଇଁ ଆସନ୍ତା କାଲି (ମଙ୍ଗଳବାର) ଠାରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଏ ନେଇ ପ୍ରସ୍ତୁତି ତୁଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ଆର୍ଥିକ ବର୍ଷ 2022-23 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଡ. ଭି. ଅନନ୍ତ ନାଗେଶ୍ୱରନ ଏହି ରିପୋର୍ଟ ଉପସ୍ଥାପନ କରିବେ ।
ଏହା ପୂର୍ବରୁ ସୋମବାର ଦିନ ସଂସଦ ପରିସରରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଗୃହର ସୁପରିଚାଳନା ନେଇ ସରକାର ସମସ୍ତ ଦଳର ସହଯୋଗ ଲୋଡ଼ିଥିଲେ ।

ପେବୃଆରୀ 1 ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2023-24 ପାଇଁ ଲୋକସଭାରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । 2024 ରେ ଯଦିଓ ସରକାର ବଜେଟ୍ ଉପସ୍ଥାପନ କରିବେ କିନ୍ତୁ, 2024 ଲୋକସଭା ନିର୍ବାଚନ ଥିବାରୁ ଏହା ସମ୍ପୂର୍ଣ୍ଣ ହେବ ନାହିଁ । 2024 ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦୀ ସରକାର କେତେକ ଜନପ୍ରିୟ ଯୋଜନା ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସଂସଦର ବଜେଟ୍ ଅଧିବେଶନକୁ ଏଥର ଦୁଇ ପର୍ଯ୍ୟାରେ ହେବ । ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ 31 ରୁ ଆରମ୍ଭ ହେବ, ଯାହା ଫେବୃଆରୀ 13 ପର୍ଯ୍ୟନ୍ତ ଚାଲିବ । ଏଥିରେ, ଅର୍ଥନୈତିକ ସର୍ବେକ୍ଷଣର ରିପୋର୍ଟ 31 ରେ ଉପସ୍ଥାପିତ ହେବ, ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ଫେବୃଆରୀ 1 ରେ ସାଧାରଣ ବଜେଟ୍ ଉପସ୍ଥାପିତ ହେବ । ଯୋଶୀ ଆହୁରି ସୂଚନା ଦେଇଛନ୍ତି ଯେ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ 13 ରୁ ଆରମ୍ଭ ହେବ, ଯାହାକି ଅପ୍ରେଲ 6 ପର୍ଯ୍ୟନ୍ତ ଚାଲିବ । ଅଧିବେଶନ ଆରମ୍ଭ ପୂର୍ବରୁ ସରକାର ସମସ୍ତ ପକ୍ଷଙ୍କୁ ସହଯୋଗ ପାଇଁ ନିବେଦନ କରିଛନ୍ତି ।

ଗୁରୁବାର ଠାରୁ ଉଭୟ ଗୃହ 'ରାଷ୍ଟ୍ରପତିଙ୍କ ଅଭିଭାଷଣ ଧନ୍ୟବାଦ' ପ୍ରସ୍ତାବ ଉପରେ ଆଲୋଚନା କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ଲୋକସଭା ଓ ରାଜ୍ୟସଭାରେ ଉତ୍ତର ଦେବେ ।

ସଂସଦର ବଜେଟ୍ ଅଧିବେଶନରେ ମଧ୍ୟ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି । ଆଶା କରାଯାଉଛି ଯେ ବିରୋଧୀ ଦଳ ଚାଇନାର ଅନୁପ୍ରବେଶ, ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ, ମୁଦ୍ରାସ୍ଫୀତି, ବେକାରୀ ଭଳି ଅନେକ ପ୍ରସଙ୍ଗ ଉଠାଇପାରନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Budget Session 2023 To Be Start From Tomorrow, Economic Survey Report To Be Tabled On TuesDay
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X