Get Updates
Get notified of breaking news, exclusive insights, and must-see stories!

ଆସନ୍ତା କାଲି ଠାରୁ ବଜେଟ ଅଧିବେଶନ ଆରମ୍ଭ, ପ୍ରଥମ ଦିନରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ

ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ଆର୍ଥିକ ବର୍ଷ 2022-23 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଡ. ଭି. ଅନନ୍ତ ନାଗେଶ୍ୱରନ ଏହି ରିପୋର୍ଟ ଉପସ୍ଥାପନ କରିବେ ।

budget session

ନୂଆଦିଲ୍ଲୀ : ଆର୍ଥିକ ବର୍ଷ 2023-24 ବର୍ଷ ପାଇଁ ଆସନ୍ତା କାଲି (ମଙ୍ଗଳବାର) ଠାରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଏ ନେଇ ପ୍ରସ୍ତୁତି ତୁଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ଆର୍ଥିକ ବର୍ଷ 2022-23 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଡ. ଭି. ଅନନ୍ତ ନାଗେଶ୍ୱରନ ଏହି ରିପୋର୍ଟ ଉପସ୍ଥାପନ କରିବେ ।
ଏହା ପୂର୍ବରୁ ସୋମବାର ଦିନ ସଂସଦ ପରିସରରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଗୃହର ସୁପରିଚାଳନା ନେଇ ସରକାର ସମସ୍ତ ଦଳର ସହଯୋଗ ଲୋଡ଼ିଥିଲେ ।

ପେବୃଆରୀ 1 ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2023-24 ପାଇଁ ଲୋକସଭାରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । 2024 ରେ ଯଦିଓ ସରକାର ବଜେଟ୍ ଉପସ୍ଥାପନ କରିବେ କିନ୍ତୁ, 2024 ଲୋକସଭା ନିର୍ବାଚନ ଥିବାରୁ ଏହା ସମ୍ପୂର୍ଣ୍ଣ ହେବ ନାହିଁ । 2024 ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦୀ ସରକାର କେତେକ ଜନପ୍ରିୟ ଯୋଜନା ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସଂସଦର ବଜେଟ୍ ଅଧିବେଶନକୁ ଏଥର ଦୁଇ ପର୍ଯ୍ୟାରେ ହେବ । ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ 31 ରୁ ଆରମ୍ଭ ହେବ, ଯାହା ଫେବୃଆରୀ 13 ପର୍ଯ୍ୟନ୍ତ ଚାଲିବ । ଏଥିରେ, ଅର୍ଥନୈତିକ ସର୍ବେକ୍ଷଣର ରିପୋର୍ଟ 31 ରେ ଉପସ୍ଥାପିତ ହେବ, ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ଫେବୃଆରୀ 1 ରେ ସାଧାରଣ ବଜେଟ୍ ଉପସ୍ଥାପିତ ହେବ । ଯୋଶୀ ଆହୁରି ସୂଚନା ଦେଇଛନ୍ତି ଯେ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ 13 ରୁ ଆରମ୍ଭ ହେବ, ଯାହାକି ଅପ୍ରେଲ 6 ପର୍ଯ୍ୟନ୍ତ ଚାଲିବ । ଅଧିବେଶନ ଆରମ୍ଭ ପୂର୍ବରୁ ସରକାର ସମସ୍ତ ପକ୍ଷଙ୍କୁ ସହଯୋଗ ପାଇଁ ନିବେଦନ କରିଛନ୍ତି ।

ଗୁରୁବାର ଠାରୁ ଉଭୟ ଗୃହ 'ରାଷ୍ଟ୍ରପତିଙ୍କ ଅଭିଭାଷଣ ଧନ୍ୟବାଦ' ପ୍ରସ୍ତାବ ଉପରେ ଆଲୋଚନା କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ଲୋକସଭା ଓ ରାଜ୍ୟସଭାରେ ଉତ୍ତର ଦେବେ ।

ସଂସଦର ବଜେଟ୍ ଅଧିବେଶନରେ ମଧ୍ୟ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି । ଆଶା କରାଯାଉଛି ଯେ ବିରୋଧୀ ଦଳ ଚାଇନାର ଅନୁପ୍ରବେଶ, ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ, ମୁଦ୍ରାସ୍ଫୀତି, ବେକାରୀ ଭଳି ଅନେକ ପ୍ରସଙ୍ଗ ଉଠାଇପାରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+