ବଡଗାମ ଏନକାଉଣ୍ଟର : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ରାହୁଲ ଭଟଙ୍କ ହତ୍ୟାକାରୀ ସମେତ ତିନି ଆତଙ୍କୀ ନିହତ
ବଡ଼ଗାମ ଏନକାଉଣ୍ଟରରେ ନିହତ ହୋଇଛନ୍ତି ତିନି ଆତଙ୍କୀ । ଭାରତୀୟ ଯବାନ ଏନକାଉଣ୍ଟରରେ ଲଶ୍କର-ଏ-ତୋଏବା ର ଲୁଚି ରହିଥିବା ତିନିଜଣ ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି ।
ଶ୍ରୀନଗର : ଜାମ୍ମୁ କାଶ୍ମୀରର ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ବଡ଼ଗାମ ଏନକାଉଣ୍ଟରରେ ନିହତ ହୋଇଛନ୍ତି ତିନି ଆତଙ୍କୀ । ଭାରତୀୟ ଯବାନ ଏନକାଉଣ୍ଟରରେ ଲଶ୍କର-ଏ-ତୋଏବା ର ଲୁଚି ରହିଥିବା ତିନିଜଣ ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି ।
ବାସ୍ତବରେ ବଡଗାମର ୱାଟରହେଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ନିପାତ ହୋଇଥିବା ଆତଙ୍କବାଦୀ ମଧ୍ୟରେ ଲତିଫ୍ ସଥର ଥିଲା, ଯିଏ କି ରାହୁଲ ଭଟ୍ଟ ଓ ଅମରୀନ ଭଟ୍ଟଙ୍କ ହତ୍ୟାରେ ସାମିଲ ଥିଲା ।

ଏଥି ସହିତ, ସୂଚନା ପ୍ରଦାନ କରି ଏଡିଜିପି କାଶ୍ମୀର କହିଛି ଯେ ବଡଗାମ ଏନକାଉଣ୍ଟର ସମାପ୍ତ ହୋଇଛି। ଅପଡେଟ୍ ଜାରି କରି କୁହାଯାଇଥିଲା ଯେ ଲଶ୍କର-ଏ-ତୋଏବା ର ଲୁଚି ରହିଥିବା ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ସେମାନଙ୍କ ମୃତଦେହ ଜବତ କରାଯାଉଛି, ଏପର୍ଯ୍ୟନ୍ତ ପରିଚୟ ମିଳିପାରି ନାହିଁ । ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି । ଏହା ସହ ସେ କହିଛନ୍ତି ଯେ ଏହା ଆମ ପାଇଁ ଏକ ବଡ ସଫଳତା ।
ଆପଣଙ୍କୁ କହିରଖୁଛୁ ଯେ ୱାଟରହେଲରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୁରକ୍ଷା ବାହିନୀ ସୂଚନା ପାଇଥିଲେ, ଏହା ପରେ ସେମାନେ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଆତଙ୍କବାଦୀ ମାନେ ପ୍ରଥମେ ଗୁଳି ଚଳାଇଥିଲେ, ଏହାର ଜବାବରେ ସେନା ପକ୍ଷରୁ ଗୁଳି ମାଡ଼ ହୋଇଥିଲା ।












Click it and Unblock the Notifications