For Quick Alerts
Turn On Notification  
For Daily Alerts
Oneindia App Download

ହରିଶଙ୍କର ତିୱାରୀଙ୍କ ପରିବାରକୁ ବିଏସପି ର ଝଟକା, ଉଭୟ ପୁଅ ଏବଂ ସମ୍ପର୍କୀୟ ଦଳରୁ ନିଲମ୍ବିତ

ମାୟାବତୀ, ହରିଶଙ୍କର ତିୱାରୀଙ୍କ ଉଭୟ ପୁଅ ବିନୟ ଶଙ୍କର ତିୱାରୀ ଏବଂ ପୂର୍ବତନ ସାଂସଦ ଭୀଷ୍ମ ଶଙ୍କର ତିୱାରୀ ଓରଫ୍ କୁଶଲ ତିୱାରୀଙ୍କୁ ଦଳରୁ ବରଖାସ୍ତ କରିଛନ୍ତି ।

|

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ 2022 ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ, ହରିଶଙ୍କର ତିୱାରୀଙ୍କ ପରିବାରକୁ ଏକ ବଡ ଝଟକା ଦେଇଛନ୍ତି । ମାୟାବତୀ, ହରିଶଙ୍କର ତିୱାରୀଙ୍କ ଉଭୟ ପୁଅ ବିନୟ ଶଙ୍କର ତିୱାରୀ ଏବଂ ପୂର୍ବତନ ସାଂସଦ ଭୀଷ୍ମ ଶଙ୍କର ତିୱାରୀ ଓରଫ୍ କୁଶଲ ତିୱାରୀଙ୍କୁ ଦଳରୁ ବରଖାସ୍ତ କରିଛନ୍ତି । ଏଥିସହ ହରିଶଙ୍କର ତିୱାରୀଙ୍କ ଭଣଜା ଗଣେଶ ଶଙ୍କର ପାଣ୍ଡେଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଛି । ଏହି ତିନିଜଣଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦଳରୁ ବହିଷ୍କାର କରାଯାଇଛି । ପଣ୍ଡିତ ହରିଶଙ୍କର ତିୱାରୀଙ୍କୁ ପୂର୍ବ ଉତ୍ତରପ୍ରଦେଶର ବିଶେଷ କରି ଗୋରଖପୁରର ରାଜନୀତିର ଜଣେ ଜଣାଶୁଣା ନେତା ଭାବେ ବିବେଚନା କରାଯାଏ ।

Harishankar Tiwari

ସନ୍ଥ କବୀର ନାଗରରୁ ଭୀଷ୍ମ ଶଙ୍କର ତିୱାରୀ ଦୁଇଥର ସାଂସଦ ହୋଇଛନ୍ତି । ଏହା ସହିତ ବିନୟ ଶଙ୍କର ତିୱାରୀ ଚିଲୁପାର ବିଧାନସଭାର ବିଏସପି ବିଧାୟକ ଅଟନ୍ତି । ଗଣେଶ ଶଙ୍କର ପାଣ୍ଡେ, ହରିଶଙ୍କର ତିୱାରୀଙ୍କ ଭଣଜା ଏବଂ ବିଏସପି ସରକାରରେ ବିଧାନ ପରିଷଦର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଛନ୍ତି । ଆପଣଙ୍କୁ କହିରଖୁଛୁ, କିଛି ଦିନ ପୂର୍ବେ ତିୱାରୀଙ୍କ ସାନପୁଅ ଏବଂ ଚିଲୁପାର ବିଧାନସଭା ଆସନରୁ ବିଏସପି ବିଧାୟକ ବିନୟ ଶଙ୍କର ତିୱାରୀ ଏସପି ସଭାପତି ଅଖିଳେଶ ଯାଦବଙ୍କୁ ଭେଟିଥିଲେ । ଏହି ବୈଠକ ପରେ ଏଭଳି ଆଲୋଚନା ଆରମ୍ଭ ହୋଇଥିଲା ଯେ ହରିଶଙ୍କର ତିୱାରୀଙ୍କ ସମଗ୍ର ପରିବାର ବିଏସପି ଛାଡି ଏସପିରେ ଯୋଗ ଦେଇ ପାରନ୍ତି ।

ଅନିର୍ଦ୍ଦିଷ୍ଟ କାଳ ପାଇଁ ହରିଶଙ୍କର ତିୱାରୀଙ୍କ ଦୁଇ ପୁଅ ବିନୟ ଶଙ୍କର ତିୱାରୀ ଏବଂ ପୂର୍ବତନ ସାଂସଦ ଭୀଷ୍ମ ଶଙ୍କର ତିୱାରୀ ଏବଂ ଭଣଜା ଗଣେଶ ଶଙ୍କର ପାଣ୍ଡେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଏସପିର ଗୋରଖପୁରର ମୁଖ୍ୟ ସେକ୍ଟର ଦାୟିତ୍ୱରେ ଥିବା ସୁଧୀର କୁମାର ଭାରତୀ ଏହି ସୂଚନା ଦେଇଛନ୍ତି । ଗୋରଖପୁର ଡିଭିଜନର ବିଏସପିର ମୁଖ୍ୟ ସେକ୍ଟର ଦାୟିତ୍ୱରେ ଥିବା ସୁଧୀର କୁମାରୀ ଭାରତୀଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ଚିଠିରେ ଏହି ତିନି ଭାଇଙ୍କ ଉପରେ ଅନୁଶାସନହନତା ଅଭିଯୋଗ କରାଯାଇଛି । ସୁଧୀର ଭାରତୀ କହିଛନ୍ତି ଯେ ଗତ କିଛି ଦିନ ହେବ ଏହି ଲୋକମାନେ ଦଳର କୌଣସି କାର୍ଯ୍ୟକ୍ରମରେ ଆଗ୍ରହ ପ୍ରକାଶ କରୁ ନଥିଲେ କିମ୍ବା ଅଂଶଗ୍ରହଣ କରୁ ନଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BSP Expelled Harishankar Tiwari's two sons Vinay Shankar and Bhishma Shankar Tiwari
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X