ରାଜସ୍ଥାନରେ ଗରମ ପ୍ରଭାବ : ଇଣ୍ଡୋ-ପାକ୍ ସୀମାରେ ତତଲା ବାଲିରେ ପାମ୍ପଡ଼ ସେକିଲେ ବିଏସଏଫ୍ ଯବାନ, ଭାଇରାଲ୍ ହେଲା ଭିଡିଓ

ସୋଶାଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି ଯେଉଁଠାରେ ଭାରତ-ପାକିସ୍ତାନ ସୀମାରେ ଭାରତୀୟ ଯବାନ ନିୟୋଜିତ ହୋଇଛନ୍ତି । ରାଜସ୍ଥାନ ସୀମାରେ ଥିବା ବାଲି ଏତେ ଗରମ ହୋଇଯାଇଛି ଯେ ନିଆଁ ଜଳାଇ ମଧ୍ୟ ତତଲା ବାଲିରେ ଯବାନ ପାମ୍ପଡ଼ ସେକିବାର ଦେଖିବାକୁ ମିଳିଛି ।

ବିକାନେର୍ : ରାଜସ୍ଥାନରେ ଆକାଶରୁ ନିଆଁ ଖସୁଛି । ସାଠାକାର ବାଲି ମାଟି ତତଲା ନିଆଁ ଭଳି ଲାଗୁଛି । ଏଭଳି ପରିସ୍ଥିତିରେ ଭାରତ-ପାକିସ୍ତାନ ସୀମାରେ ନିୟୋଜିତ ବିଏସଏଫ କର୍ମଚାରୀଙ୍କ ସାମ୍ନାରେ ପାଣିପାଗ ମଧ୍ୟ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରାଜସ୍ଥାନ ସୀମାରେ ଚାରିଆଡ଼େ ବାଲିର ସମୁଦ୍ର ଏବଂ 47 ଡିଗ୍ରୀ ତାପମାତ୍ରାରେ ସାମାକୁ ଜଗି ରହିଛନ୍ତି ଯବାନ ।

bikaner - BSF

ରାଜସ୍ଥାନ ସୀମାରେ ନିୟୋଜିତ ଭାରତୀୟ ଯବାନଙ୍କ ନିଷ୍ଠା ଏଠାରୁ ଜଣା ପଡ଼ୁଛି ଯେ ସୀମାର ବାଲି ଏପରି ଗରମ ଅଛି ଯେ ସେଠାରେ ପାମ୍ପଡ଼ ମଧ୍ୟ ସେକି ହୋଇଯାଉଛି । ଏପରି ଗରମରେ ସୀମାକୁ ସୁରକ୍ଷା ଦେବାକୁ କର୍ତ୍ତବ୍ୟ କରିଚାଲିଛନ୍ତି ଆମ ଯବାନ ।

ସୋଶାଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି ଯେଉଁଠାରେ ଭାରତ-ପାକିସ୍ତାନ ସୀମାରେ ଭାରତୀୟ ଯବାନ ନିୟୋଜିତ ହୋଇଛନ୍ତି । ରାଜସ୍ଥାନ ସୀମାରେ ଥିବା ବାଲି ଏତେ ଗରମ ହୋଇଯାଇଛି ଯେ ନିଆଁ ଜଳାଇ ମଧ୍ୟ ତତଲା ବାଲିରେ ଯବାନ ପାମ୍ପଡ଼ ସେକିବାର ଦେଖିବାକୁ ମିଳିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଏହି ଯବାନମାନେ ନିଜ ହାତରେ ତିନି - ଚାରିଟି ପାମ୍ପଡ଼ ଧରିଛନ୍ତି । ସେହି କଞ୍ଚା ପାମ୍ପଡ଼କୁ ବାଲିରେ ରଖି କିଛି ସମୟ ପରେ ତା ଉପରୁ ବାଲି ହଟାଇବା ପରେ ଏହା ସେକି ହୋଇଯାଇଛି ।

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ରାଜସ୍ଥାନର ବିକାନେର ଜିଲ୍ଲାର ବାଜୁ ସୀମାର ଅଟେ । ଆଜିକାଲି ଏଠାରେ ସର୍ବାଧିକ ତାପମାତ୍ରା 47 ଡିଗ୍ରୀରେ ପହଞ୍ଚିଛି । ସୀମାର ସୁରକ୍ଷା କେବଳ ଦିନରେ ନୁହେଁ ରାତିରେ ପାଣିପାଗର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ଏଥିରୁ ସହଜରେ ଅନୁମାନ କରାଯାଇପାରେ ଯେ କେଉଁ ପରିସ୍ଥିତିରେ ଏହି ବିଏସ୍ଏଫ୍ ଯବାନମାନେ ଦେଶର ସୁରକ୍ଷା ପାଇଁ କେଉଁ ପରିସ୍ଥିତିର ସାମ୍ନା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+