For Quick Alerts
Turn On Notification  
For Daily Alerts
Oneindia App Download

ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ଡ୍ରୋନ୍ କୁ ଗୁଳି କରି ଖସାଇଲା ବିଏସ୍ଏଫ୍

ପଞ୍ଜାବର ଅମୃତସରରେ ପାକିସ୍ଥାନୀ ଡ୍ରୋନ୍ କୁ ଗୁଳି କରି ଖସାଇଲା ବିଏସଏଫ୍ । ପାକିସ୍ତାନୀ ଡ୍ରୋନ୍ ଭାରତର ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ସୀମାରେ ନିୟୋଜିତ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଦ୍ୱାରା ଏହାକୁ ନଷ୍ଟ କରାଯାଇଛି ।

|

ଅମୃତସର : ପଞ୍ଜାବର ଅମୃତସରରେ ପାକିସ୍ଥାନୀ ଡ୍ରୋନ୍ କୁ ଗୁଳି କରି ଖସାଇଲା ବିଏସଏଫ୍ । ପାକିସ୍ତାନୀ ଡ୍ରୋନ୍ ଭାରତର ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ସୀମାରେ ନିୟୋଜିତ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଦ୍ୱାରା ଏହାକୁ ନଷ୍ଟ କରାଯାଇଛି । ବିଏସଏଫ କହିଛି ଯେ ଗତକାଲି ରାତିରେ (ସୋମବାର) ସୀମାନ୍ତରେ ନିୟୋଜିତ ସୀମା ସୁରକ୍ଷା ବାହିନୀର କର୍ମଚାରୀ ଅମୃତସର (ଗ୍ରାମୀଣ) ର ଚହରପୁର ନିକଟରେ ପାକିସ୍ତାନରୁ ଭାରତୀୟ ଅଞ୍ଚଳକୁ ପ୍ରବେଶ କରିଥିବା ଏକ ସନ୍ଦିଗ୍ଧ ଡ୍ରୋନକୁ ଗୁଳି କରି ଖସାଇଛି । ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ପୋଲିସ ଏବଂ ସମ୍ପୃକ୍ତ ଏଜେନ୍ସିମାନଙ୍କୁ ସୂଚନା ଦିଆଯାଇଛି ।

pakistan drone

ଏହା ବ୍ୟତୀତ ବିଏସ୍ଏଫ୍ ଧଳା ରଙ୍ଗର ପଲିଥିନରେ ସନ୍ଦେହଜନକ ଜିନିଷ ସହ କ୍ଷତିଗ୍ରସ୍ତ ଅବସ୍ଥାରେ ଜବତ କରାଯାଇଛି । ଏହି ସନ୍ଦେହଜନକ ବସ୍ତୁ ଚହରପୁର ନିକଟ ସୀମାନ୍ତ ବାଡ଼ ନିକଟରେ ଥିବା ଏକ ଚାଷ ଜମିରେ ପଡ଼ିଥିବାର ଦେଖିବାକୁ ମିଳିଥିଲା ।

ରିପୋର୍ଟ ଅନୁଯାୟୀ, ସୀମାରେ ନିୟୋଜିତ ହୋଇଥିବା ବିଏସଏଫ କର୍ମଚାରୀ ଅମୃତସରର ଚହରପୁର ନିକଟରେ ପାକିସ୍ତାନ ଡ୍ରୋନ୍ ଭାରତୀୟ ସୀମାରେ ପ୍ରବେଶ କରୁଥିବା ଖବର ପାଇଥିଲେ । ଏହା ପରେ ଜବାନମାନେ ସନ୍ଦିଗ୍ଧ ଡ୍ରୋନକୁ ଗୁଳି କରି ଅଟକାଇବାକୁ ଚେଷ୍ଟା କରିଥିଲେ ଏବମ ତଳକୁ ଖସାଇଥିଲେ ।

ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହାର ଦୁଇ ଦିନ ପୂର୍ବରୁ, ନଭେମ୍ବର 26 ରେ, ବିଏସ୍ଏଫ୍ ପଞ୍ଜାବର ଅମୃତସରରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଏକ ପାକିସ୍ତାନୀ ଡ୍ରୋନ୍ କୁ ନଷ୍ଟ କରାଯାଇଛି । ଶୁକ୍ରବାର ସନ୍ଧ୍ୟା ପ୍ରାୟ 7.45 ମିନିଟ ବେଳେ ଅମୃତସର ସହରର 34 କିଲୋମିଟର ଦକ୍ଷିଣ-ପଶ୍ଚିମ ଦାଓକେ ଗ୍ରାମ ନିକଟରେ ଭାରତୀୟ ଅଞ୍ଚଳରେ ଏକ ଡ୍ରୋନ୍ ପ୍ରବେଶ କରୁଥିବା ବିଏସ୍ଏଫ୍ ଜବାନ ମାନେ ଦେଖିଥିଲେ, ଏବଂ ଗୁଳି କରି ନଷ୍ଟ କରି ଦେଇଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BSF Jawan Attack Pakistan drone Enter into Indian territory In Amritsar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X