ଦୁଇ ଦିନିଆ ଗସ୍ତରେ ଆଜି ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍
ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ୟୁକ୍ରେନ ସଂକଟ ମଧ୍ୟରେ ଜନସନଙ୍କ ଦୁଇ ଦିନିଆ ଭାରତ ଗସ୍ତ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ହୋଇଛି ।
ନୂଆଦିଲ୍ଲୀ : ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ୟୁକ୍ରେନ ସଂକଟ ମଧ୍ୟରେ ଜନସନଙ୍କ ଦୁଇ ଦିନିଆ ଭାରତ ଗସ୍ତ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ହୋଇଛି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଭାବେ ଜନସନ୍ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ।

ଆସନ୍ତାକାଲି ଶୁକ୍ରବାର ଜନସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ । ଦୁଇ ନେତାଙ୍କ ମଧ୍ୟରେ ଆଲୋଚନାରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ସହ ୟୁକ୍ରେନ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବ । ଆତଙ୍କବାଦ, ବାଣିଜ୍ୟ ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶ ମଧ୍ୟରେ ବ୍ୟାପକ ଆଲୋଚନା ହେବା ସମ୍ଭାବନା ରହିଛି । ୟୁକ୍ରେନ ପ୍ରସଙ୍ଗରେ ଭାରତ ଆଭିମୁଖ୍ୟ ବଦଳାଇବା ପାଇଁ ଜନସନ୍ ଚାପ ପ୍ରୟୋଗ କରିପାରନ୍ତି ।
ବ୍ରିଟେନରେ ଖଲିସ୍ତାନୀ ସଂଗଠନ ସହ ଜଡ଼ିତ ସଦସ୍ୟମାନଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପ କଥା ଉଠାଇବା ଭାରତ । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରିଟେନ ନିକଟରେ ଦାବି କରିବ ଭାରତ । ବାଣିଜ୍ୟିକ ସଂପର୍କ ବୃଦ୍ଧି ପ୍ରସଙ୍ଗ ମଧ୍ୟ ଏହି ଆଲୋଚନାରେ ସ୍ଥାନ ପାଇବ । ଭାରତୀୟ ବଜାରରେ ଅଧିକ ପ୍ରବେଶ ଅଧିକାର ଚାହୁଁଛି ବ୍ରିଟେନ୍ । ଗସ୍ତର ପ୍ରଥମ ଦିନରେ ଆଜି ଜନସନ୍ ଗୁଜରାଟ ଦୁଗ୍ଧ ଶିଳ୍ପ ପ୍ରତିନିଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications