ଭୁଜ ନିକଟରେ ପାକିସ୍ତାନୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଡଙ୍ଗା ଜବତ କଲା ବିଏସଏଫ

ଗୁଜୁରାଟର କଚ୍ଛ ନିକଟରେ ପାକିସ୍ତାନ ପକ୍ଷରୁ ଏକ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା, ଏହାକୁ ବିଏସଏଫ ପଣ୍ଡ କରିଦେଇଛି ।

ଗାନ୍ଧୀନଗର : ଗୁଜୁରାଟର କଚ୍ଛ ନିକଟରେ ପାକିସ୍ତାନ ପକ୍ଷରୁ ଏକ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା, ଏହାକୁ ବିଏସଏଫ ପଣ୍ଡ କରିଦେଇଛି । ବିଏସଏଫ ଦେଇଥିବା ସୂଚନା ଅନୁଯାୟୀ ସୋମବାର ସକାଳେ ହରାମି ନାଲା ନିକଟ ସର୍ କ୍ରିକ୍ ଅଞ୍ଚଳରୁ ଏକ ପାକିସ୍ତାନୀ ଡଙ୍ଗା ଧରାପଡିଛି । ଏହି ଡଙ୍ଗା ମତ୍ସ୍ୟଜୀବୀଙ୍କ ଡଙ୍ଗା । ଏ ବାବଦରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

BSF gujarat

ଉଲ୍ଲେଖଥାଉ କି, ପାକିସ୍ତାନ ପାର୍ଶ୍ୱରୁ ଏହି ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରାଯାଇଛି । ଚଳିତ ବର୍ଷ ଅପ୍ରେଲରେ ବିଏସଏଫ ହରାମି ନାଲା ନିକଟରୁ 5 ଟି ପାକିସ୍ତାନୀ ଡଙ୍ଗା ଜବତ କରିଥିଲା ଏବଂ କିଛି ମତ୍ସ୍ୟଜୀବୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହା ପରେ ମେ ମାସରେ ମଧ୍ୟ ଦୁଇ ଜଣ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଉକ୍ତ ଅଞ୍ଚଳରୁ ଗିରଫ କରାଯାଇଥିଲା ଏବଂ ଚାରିଟି ଡଙ୍ଗା ମଧ୍ୟ ଧରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+