କରୋନା ଟିକାର ଦ୍ୱିତୀୟ ଡୋଜର 9 ମାସ ପୂର୍ବରୁ ବୁଷ୍ଟର ଡୋଜର କୌଣସି ଆବଶ୍ୟକତା ନାହିଁ : ସ୍ୱାସ୍ଥ୍ୟ ଅଧିକାରୀ
ଦ୍ୱିତୀୟ ଡୋଜର 9 ମାସ ପରେ ତୃତୀୟ ଡୋଜ ଆବଶ୍ୟକ ହେବ ବୋଲି କମିଟିକୁ ମଧ୍ୟ କୁହାଯାଇଛି । ଏପର୍ଯ୍ୟନ୍ତ ଭାରତ ନିଜ ଲୋକଙ୍କୁ ଅତିରିକ୍ତ ତୃତୀୟ ଡ଼ୋଜ ଦେବା ପାଇଁ କୌଣସି ଅନୁସନ୍ଧାନ କରି ନାହିଁ କିମ୍ବା କୌଣସି ନୀତି ପ୍ରସ୍ତୁତ କରିନାହିଁ ।
ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନର ସଂକ୍ରମଣ ମଧ୍ୟରେ ଦେଶରେ ଟିକାର ତୃତୀୟ ଡୋଜ୍ (ବୁଷ୍ଟର ଡୋଜ) ନେଇ ଦାବି ରହିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସମ୍ବନ୍ଧୀୟ ସ୍ଥାୟୀ କମିଟିର ବୈଠକରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁଖ୍ୟ ଡ଼ ବଳରାମ ଭାର୍ଗବ କହିଛନ୍ତି ଯେ କେନ୍ଦ୍ର ସରକାର ଏହାକୁ ବୁଷ୍ଟର୍ ଡୋଜ୍ ନୁହେଁ ବରଂ 'ତୃତୀୟ ଡୋଜ୍' ନାମ ଦେଉଛନ୍ତି । ଦ୍ୱିତୀୟ ଡୋଜର 9 ମାସ ପରେ ତୃତୀୟ ଡୋଜ ଆବଶ୍ୟକ ହେବ ବୋଲି କମିଟିକୁ ମଧ୍ୟ କୁହାଯାଇଛି । ଏପର୍ଯ୍ୟନ୍ତ ଭାରତ ନିଜ ଲୋକଙ୍କୁ ଅତିରିକ୍ତ ତୃତୀୟ ଡ଼ୋଜ ଦେବା ପାଇଁ କୌଣସି ଅନୁସନ୍ଧାନ କରି ନାହିଁ କିମ୍ବା କୌଣସି ନୀତି ପ୍ରସ୍ତୁତ କରିନାହିଁ । ସ୍ୱାସ୍ଥ୍ୟ ଅଧିକାରୀମାନେ ବୈଠକରେ କହିଛନ୍ତି ଯେ କରୋନା ଟୀକାର ଦ୍ୱିତୀୟ ଡୋଜ୍ ନେବାର 9 ମାସ ପୂର୍ବରୁ ତୃତୀୟ ମାତ୍ରା ଆବଶ୍ୟକ ନାହିଁ ।

ପ୍ରଫେସର ରାମଗୋପାଲ ଯାଦବଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସମ୍ବନ୍ଧୀୟ ସ୍ଥାୟୀ କମିଟିର ବୈଠକରେ ଏହି ମନ୍ତବ୍ୟ ଦିଆଯାଇଛି । ଓମିକ୍ରନ୍ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନ, ଗ୍ରହଣ କରାଯାଇଥିବା ରଣନୀତି ଏବଂ ସମାନ ପରିସ୍ଥିତିର ମୁକାବିଲା ପାଇଁ ଏହି ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ଉପସ୍ଥିତ ଥିବା ଅଧିକାରୀଙ୍କ ମଧ୍ୟରେ ଆଇସିଏମଆର୍ ର ଡିଜି ଏବଂ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ ଯୁଗ୍ମ ସଚିବ-ସ୍ୱାସ୍ଥ୍ୟ ଲବ ଅଗ୍ରୱାଲ ଥିଲେ ।












Click it and Unblock the Notifications