ଗୁଲଶନ କୁମାର ହତ୍ୟା ମାମଲା : ଦୋଷୀ ଅବଦୁଲ ରାଉଫର ଆଜୀବନ କାରାଦଣ୍ଡାଦେଶକୁ ବମ୍ବେ ହାଇକୋର୍ଟଙ୍କ ସମର୍ଥନ
ଟି-ସିରିଜର ପ୍ରତିଷ୍ଠାତା ଗୁଲଶନ କୁମାରଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଅବଦୁଲ ରଉଫର ଆବେଦନକୁ ଗୁରୁବାର ଦିନ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି । ମୁମ୍ବାଇ ସେଶନ୍ କୋର୍ଟ ଦ୍ୱାରା ରଉଫକୁ ଦିଆଯାଇଥିବା ଆଜୀବନ କାରାଦଣ୍ଡକୁ କୋର୍ଟ ସମର୍ଥନ କରିଛନ୍ତି ।
ମୁମ୍ବାଇ : ଟି-ସିରିଜର ପ୍ରତିଷ୍ଠାତା ଗୁଲଶନ କୁମାରଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଅବଦୁଲ ରଉଫର ଆବେଦନକୁ ଗୁରୁବାର ଦିନ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି । ମୁମ୍ବାଇ ସେଶନ୍ କୋର୍ଟ ଦ୍ୱାରା ରଉଫକୁ ଦିଆଯାଇଥିବା ଆଜୀବନ କାରାଦଣ୍ଡକୁ କୋର୍ଟ ସମର୍ଥନ କରିଛନ୍ତି । ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଅବଦୁଲ ରଉଫ ପାରୋଲ ବାହାନା କରି ବାଂଲାଦେଶକୁ ପଳାଇ ସାରିଥିବାରୁ ସେ କୌଣସି ଅନୁକମ୍ପା ପାଇବାକୁ ଯୋଗ୍ୟ ନୁହଁ ।

ଏହି ମାମଲାରେ କୋର୍ଟ ରମେଶ ତୈରାନୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସେ ନିର୍ଦ୍ଦୋଷରେ ଖଲାସ୍ ହେବା ନେଇ ମହାରାଷ୍ଟ୍ର ସରକାର କହିଛନ୍ତି ଯେ ସେମାନେ ଏହି ଶୁଣାଣିକୁ ଚ୍ୟାଲେଞ୍ଜ କରି ପୁଣି ଥରେ କୋର୍ଟରେ ଆବେଦନ କରିବେ ।
ହତ୍ୟା ପରେ ଅବଦୁଲ ରଉଫ ପେରାର୍ ହୋଇଯାଇଥିଲା ଏବଂ 10 ନଭେମ୍ବର 2016 ରେ ଏକ ନକଲି ପାସପୋର୍ଟ ମାମଲାରେ ବାଂଲାଦେଶରୁ ଧରାଯାଇ ମୁମ୍ବାଇକୁ ପଠାଯାଇଥିଲା । 2002 ରେ ଗୁଲଶନ କୁମାରଙ୍କ ହତ୍ୟା ମାମଲାରେ ଅବଦୁଲକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ଏବଂ ଔରଙ୍ଗାବାଦ ଜେଲରେ ତାଙ୍କ ଦଣ୍ଡ ଭୋଗୁଥିଲା । 2009 ରେ, ସେ ତାଙ୍କ ପରିବାରକୁ ଭେଟିବା ପାଇଁ ଔରଙ୍ଗାବାଦ ଜେଲରୁ ପାରୋଲରେ ବାହାରିଥିଲା । କିନ୍ତୁ ପାରୋଲ ଶେଷ ହେବା ପୂର୍ବରୁ ସେ ବାଂଲାଦେଶ ପଳାଇଥିଲା ।
ମୁମ୍ବାଇର ଦକ୍ଷିଣ ଆନ୍ଧେରୀ ଅଞ୍ଚଳରେ ଥିବା ଜିତେଶ୍ୱର ମହାଦେବ ମନ୍ଦିର ବାହାରେ ଗୁଲଶନଙ୍କୁ 12 ଅଗଷ୍ଟ 1997 ରେ ହତ୍ୟା କରାଯାଇଥିଲା । ଅନୁସନ୍ଧାନରୁ ଏହା ଜଣାପଡିଥିଲା ଯେ, ଅବୁ ସଲେମ ଗାୟକ ଗୁଲଶନ କୁମାରଙ୍କୁ 10 କୋଟି ଟଙ୍କା ଦେବାକୁ କହିଥିଲା । ଗୁଲଶନ କୁମାର ମନା କରିବା ସହ ଏତେ ଟଙ୍କା ଦେଇ ସେ ବୈଷ୍ଣୋ ଦେବୀ ଠାରେ ଏକ ଭଣ୍ଡାର ଆୟୋଜନ କରିବେ ବୋଲି କହିଥିଲେ । ଏଥିରେ ରାଗିଯାଇ ସାଲେମ ଗୁଲଶନ କୁମାରଙ୍କୁ ଶୁଟର ରାଜାଙ୍କ ଦ୍ୱାରା ହତ୍ୟା କରିଥିଲା । ଡାଉଡ୍ ମର୍ଚାଣ୍ଟ ଏବଂ ବିନୋଦ ଜଗତାପ ନାମକ ଦୁଇ ସାର୍ପ ସୁଟରଙ୍କୁ ଗୁଲଶନ କୁମାରଙ୍କୁ ହତ୍ୟା କରିବାର ଦାୟିତ୍ୱ ଅବୁ ସାଲେମ ଦେଇଥିଲୋ । 9 ଜାନୁଆରୀ 2001 ରେ, ଗୁଲଶାନ କୁମାରଙ୍କୁ ଗୁଳି କରିଥିବା ନେଇ ବିନୋଦ ଜଗତାପ ସ୍ୱୀକାର କରିଥିଲା ।
-
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
ଏଲପିଜି ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର, ଏଣିକି ପିଏନ୍ଜି ସଂଯୋଗ ଥିଲେ ମିଳିବ ନାହିଁ ଏଲ୍ପିଜି -
ତମିଲନାଡରେ ବିଜେପିର ରଣନୀତି, ବିଜୟଙ୍କୁ ଦେଲା ବଡ ଅଫର୍ -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ , ଯାତାୟାତ ବନ୍ଦ ପାଇଁ ସୂଚନା ଦେଲେ ପୁରୀ ଏସ୍ପି -
ବର୍ଷା ସମ୍ଭାବନା, ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ କମିବା ନେଇ ଆକଳନ












Click it and Unblock the Notifications