ଅମିତାଭ ବଚ୍ଚନଙ୍କ ଘର ସମେତ ମୁମ୍ବାଇର 4 ଟି ସ୍ଥାନରେ ବୋମା, ପୋଲିସ କଣ୍ଟ୍ରୋଲ ରୁମକୁ ଆସିଥିଲା ଫୋନ୍ କଲ୍
ଗତକାଲି ରାତିରେ ଅଜଣା ନମ୍ବରରୁ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଫୋନ୍ କଲ ଆସିଥିଲା ଯେଉଁଥିରେ ବୋମା ବିସ୍ଫୋରଣ ସମ୍ପର୍କରେ କୁହାଯାଇଥିଲା ।
ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଚାରୋଟି ଭିନ୍ନ ସ୍ଥାନରେ ବୋମା ଲଗାଯାଉଥିବା ସୂଚନା ପୋଲିସ ଏବଂ ଗୁଇନ୍ଦା ବ୍ୟବସ୍ଥାର ନିଦ ଉଡାଇ ଦେଇଛି । ଗତକାଲି ରାତିରେ ଅଜଣା ନମ୍ବରରୁ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଫୋନ୍ କଲ ଆସିଥିଲା ଯେଉଁଥିରେ ବୋମା ବିସ୍ଫୋରଣ ସମ୍ପର୍କରେ କୁହାଯାଇଥିଲା । ଫୋନ୍ କରିଥିବା ବ୍ୟକ୍ତି କହିଥିଲା, ସିଏସ୍ଏମ୍ଇଟି, ବାଇକୁଲ୍ଲା ଷ୍ଟେସନ, ଦାଦର ଷ୍ଟେସନ ଏବଂ ଅଭିନେତା ଅମିତାଭ ବଚ୍ଚନଙ୍କ ବାସଭବନରେ ବୋମା ଲଗାଯାଇଛି । ଏହି ଧମକପୂର୍ଣ୍ଣ କଲ ପାଇବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସିର ଟିମ୍ ରାତିରେ ଅନୁସନ୍ଧାନରେ ସାମିଲ ହୋଇଥିଲେ । ତେବେ ଅନୁସନ୍ଧାନ ବେଳେ ଏହି ଧମକ କଲ୍ ନକଲି ବୋଲି ଜଣାପଡିଛି ।

ମୁମ୍ବାଇ କ୍ରାଇମ ବ୍ରାଞ୍ଚର ସିଆଇୟୁ (କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍) କହିଛି ଯେ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ମୁମ୍ବାଇର ଚାରୋଟି ଭିନ୍ନ ସ୍ଥାନରେ ବୋମା ଲଗାଯାଇଥିବା ପୋଲିସକୁ ଦିଆଯାଇଥିବା ନକଲି କଲ୍ ସଂପର୍କରେ ତାଙ୍କୁ ପଚରାଉଚରା କରାଯାଉଛି । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅନୁଯାୟୀ, ଯେଉଁ ଚାରୋଟି ସ୍ଥାନରେ ବୋମା ଅଛି ବୋଲି କୁହାଯାଉଥିଲା ସେଠାରେ ଯାଞ୍ଚ କରାଯାଇଥିଲା ... କିନ୍ତୁ ବୋମା ନିଷ୍କ୍ରିୟକାରୀ ସ୍କ୍ୱାର୍ଡ ଏବଂ GRP ଟିମକୁ କୌଣସି ସ୍ଥାନରେ ବୋମା ପାଇ ମିଳିନଥିଲା । ଏହି ପରିପ୍ରେକ୍ଷୀରେ, ଏହା ଅନୁସନ୍ଧାନରେ ଏକ ନକଲି କଲ ବୋଲି ଜଣାପଡିଛି ।
ମୁମ୍ବାଇର ତିନୋଟି ପ୍ରମୁଖ ରେଳ ଷ୍ଟେସନରେ ଏବଂ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଙ୍ଗଳା ଠାରେ ସୁରକ୍ଷା କଡାକଡି କରାଯାଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି । ତେବେ ଖୋଜାଖୋଜି ସମୟରେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ସନ୍ଧାନ ମିଳିନାହିଁ । ସେ କହିଛନ୍ତି ଯେ ଏହି କଲ୍ ମୁମ୍ବାଇ ପୋଲିସର ମୁଖ୍ୟ କଣ୍ଟ୍ରୋଲକୁ ଆସିଛି ।
ଅଧିକାରୀ ଜଣକ କହିଛନ୍ତି, "ବିସ୍ତୃତ ଅନୁସନ୍ଧାନ ପରେ ମଧ୍ୟ ଏହି ସ୍ଥାନଗୁଡିକରେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ତଥ୍ୟ ମିଳିପାରି ନାହିଁ । ସେଠାରେ ପୋଲିସ ନିୟୋଜନ ବୃଦ୍ଧି କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି । କଲ୍ କରିଥିବା ବ୍ୟକ୍ତି ଏବଂ ତାଙ୍କ ସ୍ଥାନ ଅନୁସନ୍ଧାନ କରି ମୁମ୍ବାଇ ପୋଲିସ ସେହି ଲୋକଙ୍କୁ ଧରିଛି ।"












Click it and Unblock the Notifications