ତାଜମହଲ ପରେ ଲକ୍ଷ୍ନୌ ମହିଳା ପାୱାର ଲାଇନ୍ 1090 ରେ ବୋମା ଥିବା ସୂଚନା
ଆଗ୍ରାର ତାଜମହଲ ପରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମହିଳା ପାୱାର ଲାଇନ 1090 ମୁଖ୍ୟାଳୟରେ ବୋମା ଥିବା ନେଇ ସୂଚନା ମିଳିଛି । ଏହା ପରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।
ଲକ୍ଷ୍ନୌ : ଆଗ୍ରାର ତାଜମହଲ ପରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମହିଳା ପାୱାର ଲାଇନ 1090 ମୁଖ୍ୟାଳୟରେ ବୋମା ଥିବା ନେଇ ସୂଚନା ମିଳିଛି । ଏହା ପରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ସୂଚନାନୁସାରେ, ଜଣେ ମହିଳା 1090 ମୁଖ୍ୟ କାର୍ଯ୍ୟାଳୟରେ ବମ୍ ରଖାଯାଇଛି ଏବଂ ଅଧଘଣ୍ଚାରେ କାର୍ଯ୍ୟାଳୟକୁ ଉଡ଼ାଇଦିଆଯିବ ବୋଲି ଫୋନ କରି ସୂଚନା ଦେଇଥିଲେ । ଖବର ପାଇବା ପରେ ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚିଛି ବୋମାର ସନ୍ଧାନ କରୁଛନ୍ତି । କୁହାଯାଉଛି ଯେ ଏହି କଲ୍ ମଧ୍ୟ ଫେକ୍ ଥିଲା ।

ଲକ୍ଷ୍ନୌ ପୋଲିସର ସୂଚନାନୁସାରେ, ପ୍ରାୟ 11:30 ସମୟରେ ଏକ କଲ ଆସିଥିଲା । ଏହି କଲରେ କୁହାଯାଇଥିଲା, 1090 ମୁଖ୍ୟ କାର୍ଯ୍ୟାଳୟରେ ବୋମା ରଖାଯାଇଛି । ଏହା ପରେ 1090 ମୁଖ୍ୟାଳୟରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଡଗି ସ୍କ୍ୱାର୍ଡ ସାହାଯ୍ୟରେ ଏହି ବୋମା ଖୋଜିବା ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ ପରିସରର କୌଣସି ସ୍ଥାନରେ ବୋମା ମିଳି ନଥିଲା । ପୋଲିସ କଲ୍ କରିଥିବା ମହିଳାଙ୍କୁ ଖୋଜୁଛି ।
ଏହାପୂର୍ବରୁ ଆଜି ସକାଳେ ଆଗ୍ରାସ୍ଥିତ ତାଜମହଲରେ ବୋମା ଥିବା ନେଇ ସୂଚନା ମିଳିଥିଲା । ଖବର ପାଇବା ପରେ ପର୍ଯ୍ୟଟକଙ୍କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାଜମହଲର ଉଭୟ କବାଟ ବନ୍ଦ ରହିଥିଲା । ଫିରୋଜାବାଦର ଜଣେ ଯୁବକ ଫୋନରେ ବିସ୍ଫୋରକ ସାମଗ୍ରୀ ଥିବା ପୋଲିସକୁ ସୂଚନା ଦେଇଥିଲା ଯାହାକୁ ବର୍ତ୍ତମାନ ହେପାଜତକୁ ନିଆଯାଇଛି । ପଚରାଉଚରା ବେଳେ ଯୁବକ ଜଣକ କହିଛନ୍ତି ଯେ ଚାକିରୀ ନ ପାଇ ସେ ଅସନ୍ତୋଷ ଥିଲେ । ତେବେ ତାଜମହଲକୁ ବର୍ତ୍ତମାନ ଖୋଲାଯାଇଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications