'ତାଜମହଲରେ ବୋମା ... !' ଅଜଣା ବ୍ୟକ୍ତିଙ୍କ ଫୋନ୍ କଲ୍ ପରେ ବନ୍ଦ ହେଲା ତାଜମହଲ
ତାଜମହଲ ପରିସରରେ ଥିବା ଦର୍ଶକଙ୍କୁ ବାହର କରାଯିବା ସହ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ବନ୍ଦ କରିଦିଆଯାଇଛି । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି । ଯେଉଁ ନମ୍ବରରୁ ଫୋନ କଲ ଆସିଥିଲା ପୋଲିସ ଅନୁସନ୍ଧାନ କରିଛି ।
ଆଗ୍ରା : 'ତାଜମହଲରେ ବୋମା ... !' ଏପର ଏକ ଫୋନ୍ କଲ୍ ପାଇଥିଲା ପୋଲିସ୍ । ଜଣେ ଅଜ୍ଞାତ ବ୍ୟକ୍ତି ଆଗ୍ରା ପୋଲିସକୁ ଫୋନ୍ କରି ତାଜମହଲରେ ବୋମା ଥିବା ନେଇ ସୂଚନା ଦେଇଥିଲା । ଏହାପରେ ତାଜମହଲ ପରିସରରେ ଥିବା ଦର୍ଶକଙ୍କୁ ବାହର କରାଯିବା ସହ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ବନ୍ଦ କରିଦିଆଯାଇଛି । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି । ଯେଉଁ ନମ୍ବରରୁ ଫୋନ କଲ ଆସିଥିଲା ପୋଲିସ ଅନୁସନ୍ଧାନ କରିଛି । ଫୋନ୍ କଲ କରିଥିବା ବ୍ୟକ୍ତି ଫିରୋଜାବାଦର ବାସିନ୍ଦା ବୋଲି କୁହାଯାଉଛି ।

ଆଗ୍ରା ଏସପି (ପ୍ରୋଟୋକଲ୍) ଶିବ ରାମ ଯାଦବ କହିଛନ୍ତି, ଆମେ କଣ୍ଟ୍ରୋଲ ରୁମରୁ ସୂଚନା ପାଇଥିଲୁ ଯେ ଜଣେ ବ୍ୟକ୍ତି ସେମାନଙ୍କୁ ପୋନ୍ କରି କହିଥିଲେ ଯେ ତାଜମହଲ ଭିତରେ ଏକ ବୋମା ରଖାଯାଇଛି । ଯାହା ଶୀଘ୍ର ବିସ୍ଫୋରଣ ହେବ । ଫିରୋଜାବାଦର ଏହି ବ୍ୟକ୍ତି ସେନା ନିଯୁକ୍ତ ହେବାଲାଗି ଚାହୁଁଥିଲେ । ତାଙ୍କ ନିଯୁକ୍ତି ବାତିଲ ହେବା ପରେ ସେ ରାଗି ଯାଇଥିଲେ । ଏଥି ସହିତ ବମ୍ ପ୍ରତିରୋଧ ସ୍କ୍ୱାଡର ଟିମ୍ ମଧ୍ୟ ଆଗ୍ରା ର ତାଜମହଲରେ ବୋମା ରଖିବା ସମ୍ପର୍କରେ ସୂଚନା ପାଇବା ପରେ ତାଜମହଲରେ ପହଞ୍ଚି ଅନୁସନ୍ଧାନ କରିଥିଲା ।
ଆଗ୍ରା ପୋଲିସ କହିଛି ଯେ, 04.03.2021 ରେ ମୋବାଇଲ୍ ନମ୍ବର 8318881301 ରୁ ଖବର ଆସିଛି ଯେ ତାଜମହଲ ନିକଟରେ ଏକ ବୋମା ରଖାଯାଇଛି ଯାହା କିଛି ସମୟ ପରେ ବିସ୍ଫୋରଣ ହେବ । ଆଗ୍ରା ପୋଲିସ ତାଜମହଲ ପରିସରର ଯାଞ୍ଚ କରିବା ସହ ବୋମାର ଅନୁସନ୍ଧାନ କରିଛି ।
दिनांक 4.3.21 को मो.न. 8318881301 से सूचना प्राप्त हुई कि ताजमहल के पास बम रखा है, जो कुछ देर बाद ब्लास्ट हो जायेगा। आगरा पुलिस द्वारा त्वरित कार्यवाही करते हुये @cosadar द्वारा मय टीम के साथ ताजमहल परिसर में चैकिंग अभियान चलाकर तलाशी ली जा रही है। #sp_protocol_bite@Uppolice pic.twitter.com/rE2IbJSMYl
— AGRA POLICE (@agrapolice) March 4, 2021
ଆଗ୍ରା ରେଞ୍ଜ ଆଇଜି ଏ ସତୀଶ ଗଣେଶ କହିଛନ୍ତି ଯେ, ଜଣେ ଅଜ୍ଞାତ ବ୍ୟକ୍ତି କଲ କରି ତାଜମହଲରେ ବୋମା ବିସ୍ଫୋରଣ ହେବ ବୋଲି ସୂଚନା ଦେଇଥିଲେ । ସୂଚନା ପାଇବା ପରେ, ବମ୍ ସ୍କ୍ୱାର୍ଡ ପରିସରକୁ ଅନୁସନ୍ଧାନ କରିଥିଲେ ଏବଂ ଏପର୍ଯ୍ୟନ୍ତ ସେପରି କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ । ଏହି ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଟିମ୍ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ଏହି ସୂଚନା ଭିତ୍ତିହୀନ, ଏଥିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଆସନ୍ତା ଏକ ଘଣ୍ଟା ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ତାଜମହଲ ପରିସର ଖୋଲାଯିବ ବୋଲି ସିଏସ୍ଏଫ୍ ଅଧିକାରୀ ସୂଚନା ଦେଇଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications