କୁନ୍ନୁର ଆରଏସ୍ଏସ୍ ଅଫିସରେ ବୋମାମାଡ଼
ସୂଚନା ମୁତାବକ, ପୟାନ୍ନୁର ଆର୍ଏସ୍ଏସ୍ ଅଫିସ ଉପରକୁ ମଙ୍ଗଳବାର କିଛି ଦୁର୍ବୃତ୍ତ ବୋମାମାଡ କରିଛନ୍ତି । ବୋମା ଆକ୍ରମଣରେ କେରଳର କନ୍ନୁରସ୍ଥିତ ଆରଏସଏସ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି ।
ଥିରୁବନ୍ତପୁରମ୍ : କେରଳର କୁନ୍ନୁର ଜିଲ୍ଲାରେ ଥିବା ଆର୍ଏସ୍ଏସ୍ ଅଫିସରେ ବୋମାମାଡ ହୋଇଛି । ଯାହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସୂଚନା ମୁତାବକ, ପୟାନ୍ନୁର ଆର୍ଏସ୍ଏସ୍ ଅଫିସ ଉପରକୁ ମଙ୍ଗଳବାର କିଛି ଦୁର୍ବୃତ୍ତ ବୋମାମାଡ କରିଛନ୍ତି । ବୋମା ଆକ୍ରମଣରେ କେରଳର କନ୍ନୁରସ୍ଥିତ ଆରଏସଏସ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଅଫିସର ଝରକା ଓ କବାଟ ସବୁ ଭାଙ୍ଗି ଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ପୁଲିସ କହିଛି ।

କୁହାଯାଉଛି ଯେ, ଯେଉଁସ୍ଥାନରେ ଆର୍ଏସ୍ଏସ୍ର ଏହି ଅଫିସ ଅଛି ତା'ର ନିକଟରେ ହିଁ ଏକ ପୁଲିସ ଷ୍ଟେସନ ମଧ୍ୟ ଅଛି। ତେବେ କିଏ ସ କେଉଁ ଉଦ୍ଦେଶ୍ୟରେ ଏହି ବୋମାମାଡ କରିଛି ସେ ନେଇ କିଛି ସୂଚନା ମିଳିନାହିଁ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
ନିକଟରେ ଥିରୁବନନ୍ତପୁରମରେ କେରଳ ସିପିଆଇ (ଏମ୍) ର ମୁଖ୍ୟାଳୟ ଉପରେ ଆକ୍ରମଣ କରାଯାଇଥିଲା । AKG କେନ୍ଦ୍ର ଆକ୍ରମଣ ପରେ ଅନେକ କଂଗ୍ରେସ ଅଧିକାରୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ପୋଲିସ ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications