ଆରଏସଏସ କାର୍ଯ୍ୟାଳୟକୁ ବୋମା ପକାଇ ଉଡ଼ାଇବାକୁ ଧମକ, ଲକ୍ଷ୍ନୌରେ ଏଫଆଇଆର୍ ରୁଜୁ
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନର 6ଟି କାର୍ଯ୍ୟାଳୟକୁ ବୋମା ପାଇ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ହ୍ୱାଟସ୍ ଆପ୍ ଗ୍ରୁପରେ ଏହି ଧମକ ମିଳିଛି ।
ଲକ୍ଷ୍ନୌ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନର 6ଟି କାର୍ଯ୍ୟାଳୟକୁ ବୋମା ପାଇ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ହ୍ୱାଟସ୍ ଆପ୍ ଗ୍ରୁପରେ ଏହି ଧମକ ମିଳିଛି । ଧମକ ମିଳିବା ପରେ ଲକ୍ଷ୍ନୌର ମାଡିୟାଭ ପୋଲିସ ଷ୍ଟେସନରେ ଏଫଆଇଆର ପଞ୍ଜିକରଣ କରି ମାମଲାର ତଦନ୍ତ ଆରମ୍ଭ ହୋଇଛି । ଧମକ ଦେଉଥିବା ଲୋକଙ୍କ ବିଷୟରେ ସୂଚନା ସଂଗ୍ରହ କରାଯାଉଛି ବୋଲି ପୋଲିସ କହିଛି, ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ।

ଖବର ଅନୁଯାୟୀ ସୋମବାର ରାତି ପ୍ରାୟ 08 ଟା ସମୟରେ ହ୍ୱାଟସ୍ ଆପ୍ ମାଧ୍ୟମରେ ଏହି ଧମକ ଆସିଛି । ଏହି ଧମକପୂର୍ଣ୍ଣ ବାର୍ତ୍ତାରେ ଲକ୍ଷ୍ନୌର 2 ଟି କାର୍ଯ୍ୟାଳୟ ଏବଂ କର୍ଣ୍ଣାଟକରେ 4 ଟି କାର୍ଯ୍ୟାଳୟକୁ ବୋମା ପକାଇ ଉଡ଼ାଇ ଦିଆଯିବ ବୋଲି କୁହାଯାଇଛି । ଅଲ ଅନସାରୀ ଇମାମ ରଜୀ ଉନ୍ ମେହେନ୍ଦୀ ନାମକ ଏକ ହ୍ୱାଟସ୍ ଆପ୍ ଗ୍ରୁପ୍ କରି କନ୍ନଡ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଏହି ଧମକ ଦିଆଯାଇଛି । କୁହାଯାଉଛି ଯେ ଜଣେ ଆରଏସଏସ କର୍ମୀ ଆମନ୍ତ୍ରଣ ଲିଙ୍କ ମାଧ୍ୟମରେ ଅଲ ଇମାମ ଅନସାର ରଜୀ ଉନ ମେହେନ୍ଦି ନାମକ ଗ୍ରୁପରେ ଯୋଡ଼ି ହୋଇଥିଲେ ।
ଏହି ହ୍ୱାଟସ୍ ଆପ୍ ଗ୍ରୁପ୍ ର ଆମନ୍ତ୍ରଣ ଲିଙ୍କ୍ ଅନେକ ଗ୍ରୁପରେ ସେୟାର ହେଉଥିଲା, ଯେଉଁଥିପାଇଁ RSS କର୍ମୀ ମଧ୍ୟ ଏହାକୁ ଖୋଲି ୟୋଡ଼ି ହୋଇଥିଲେ । ହ୍ୱାଟସ୍ ଆପ୍ ଗ୍ରୁପ୍ ରେ ଯୋଗଦେବା ପରେ କର୍ମୀ ଦେଖିଲେ ଯେ ଏହି ପ୍ରସଙ୍ଗରେ ଆଲୋଚନା ହେଉଛି, ଏହା ପରେ ସେ ଅୱଧ ପ୍ରଦେଶର ଜଣେ ଅଧିକାରୀଙ୍କୁ ଜଣାଇଲେ । ଏହି ଘଟଣାର ଅବଗତ ହୋଇ ଅୱଧ ପ୍ରଦେଶର ଅଧିକାରୀ ଆରଏସଏସର ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଥିଲେ, ଏହା ପରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ସହ ଏହି ଘଟଣାର ସୂଚନା ସେୟାର କରିଥିଲେ ।
ସୂଚନା ପାଇବା ପରେ ଲକ୍ଷ୍ନୌ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲକ୍ଷ୍ନୌର ଆଲିଗଞ୍ଜ ସେକ୍ଟର Q ରେ ଅବସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିରରେ ପୋଲିସ ଟିମ୍ ପହଞ୍ଚିଲା । ଏଠାରେ ପୋଲିସ ତଦନ୍ତ କରିଥିଲା । ଆହୁରି ମଧ୍ୟ, ଆରଏସଏସର ଅୱଧ ପ୍ରଦେଶର ଘୋଷ ପ୍ରମୂଖଙ୍କ ଅଭିଯୋଗରେ ଲକ୍ଷ୍ନୌର ମାଡିୟାଭ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା । ଲକ୍ଷ୍ନୌର ମାଡିୟାଭ୍ ପୋଲିସ୍ ଷ୍ଟେସନର SHO କହିଛନ୍ତି ଯେ ଧାରା 507 ଏବଂ ଆଇଟି ଆକ୍ଟ 66 ଅନୁଯାୟୀ ଏହି ମାମଲାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications