ଜାମ୍ମୁର ବାୟୁସେନା ଏୟାରବେସରେ ବୋମା ବିସ୍ପୋରଣ
ଗତକାଲି ରାତିରେ ଜାମ୍ମୁ ବିମାନବନ୍ଦର ନିକଟରେ ଥିବା ବୈଷୟିକ କ୍ଷେତ୍ରରେ ଦୁଇଟି ବିସ୍ଫୋରଣ ହୋଇଛି । ଜାମ୍ମୁରେ ଭାରତୀୟ ବାୟୁସେନା ଏୟାରବେସରେ ଡ୍ରୋନ୍ ଦ୍ୱାରା ଦୁଇଟି ନିମ୍ନ ତୀବ୍ରତା ବିଶିଷ୍ଟ IED ବୋମା ପକାଯାଇଛି ।
ଜାମ୍ମୁ : ଗତକାଲି ରାତିରେ ଜାମ୍ମୁ ବିମାନବନ୍ଦର ନିକଟରେ ଥିବା ବୈଷୟିକ କ୍ଷେତ୍ରରେ ଦୁଇଟି ବିସ୍ଫୋରଣ ହୋଇଛି । ଜାମ୍ମୁରେ ଭାରତୀୟ ବାୟୁସେନା ଏୟାରବେସରେ ଡ୍ରୋନ୍ ଦ୍ୱାରା ଦୁଇଟି ନିମ୍ନ ତୀବ୍ରତା ବିଶିଷ୍ଟ IED ବୋମା ପକାଯାଇଛି । ଏହି ଘଟଣା ପରେ ସୁରକ୍ଷା ଏଜେନ୍ସି, ବାୟୁସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ବିସ୍ଫୋରଣରେ ଏୟାରବେସ୍ ଭିତରେ କୌଣସି ଉପକରଣ ନଷ୍ଟ ହୋଇନଥିଲା, କିନ୍ତୁ ଭାରତୀୟ ବାୟୁସେନାର ବିମାନକୁ କ୍ଷତି ପହଞ୍ଚାଇବା ପାଇଁ ଏହି ବୋମା ବିସ୍ପୋରଣ କରାଯାଇଥିବା ଜଣାପଡିଛି । ଏହି ବିସ୍ଫୋରଣରେ ଦୁଇ ଭାରତୀୟ ବାୟୁସେନା କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି ।

ସୂଚନାନୁସାରେ, ଏହି ଆକ୍ରମଣ ବିଳମ୍ବିତ ରାତି 1:27 ଏବଂ 1:32 ରେ କରାଯାଇଛି । ଭାରତୀୟ ବାୟୁସେନା ଏକ ଟ୍ୱିଟ୍ ଜରିଆରେ କହିଛି, "କମ୍ ତୀବ୍ର ବିସ୍ଫୋରଣ ବିଷୟରେ ସୂଚନା ମିଳିଛି । ଏହି ଆକ୍ରମଣରେ ବିଲ୍ଡିଂର ଛାତରେ ସାମାନ୍ୟ କ୍ଷୟକ୍ଷତି ହୋଇଥିବାବେଳେ ଦ୍ୱିତୀୟ ବୋମା ଖୋଲା ପଡ଼ିଆରେ ପଡିତିଲା ।"
A high-level investigation team of the Indian Air Force (IAF) to reach Jammu shortly. The possible target of the drones was the aircraft parked in the dispersal area: Sources pic.twitter.com/8JLKVP9dH5
— ANI (@ANI) June 27, 2021
ଏହି ଆକ୍ରମଣ ବିଷୟରେ ସୂଚନା ପାଇବା ପରେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ମାର୍ଶଲ ଭି.ଆର ଚୌଧୁରୀ ଏୟାରବେସ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିବେ । ଭାରତୀୟ ବାୟୁସେନା ଅଧିକାରୀମାନେ ତାଙ୍କୁ ଏହି ଘଟଣା ବିଷୟରେ ଜଣାଇବେ । ଏହି ଆକ୍ରମଣ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏୟାର ମାର୍ଶଲଙ୍କଠାରୁ ସୂଚନା ମାଗିଛି । ଏକାସାଙ୍ଗରେ ବାୟୁସେନାର ଏକ ଉଚ୍ଚ ସ୍ତରୀୟ ଦଳ ଘଟଣାସ୍ଥଳକୁ ଯାଇଛନ୍ତି ।
ଏନଆଇଏ ଏବଂ ଏନଏସଜି ଆକ୍ରମଣର ତଦନ୍ତ କରିବେ
ଏହା ବ୍ୟତୀତ ଏନଆଇଏ ଏବଂ ଏନଏସଜି ଦଳ ମଧ୍ୟ ଏହି ଆକ୍ରମଣର ଯାଞ୍ଚ ପାଇଁ ଜାମ୍ମୁକୁ ପଠାଯାଇଛି । ପ୍ରାରମ୍ଭିକ ଅନୁସନ୍ଧାନରେ ଏହି ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ଭାବରେ ବିବେଚନା କରାଯାଉଛି । ଆହୁରି ମଧ୍ୟ ଏହି ପ୍ରକାର ଆକ୍ରମଣ ଭାରତରେ ପ୍ରଥମ ଥର ପାଇଁ ଡ୍ରୋନ୍ ମାଧ୍ୟମରେ କରାଯାଇଛି । ଏହି ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ପରେ ଅମ୍ବାଲା, ପଠାନକୋଟ ଏବଂ ଆୱାଣ୍ଟିପୋରା ଏୟାରବେସରେ ମଧ୍ୟ ଏକ ସତର୍କ ସୂଚନା ଜାରି କରାଯାଇଛି ।












Click it and Unblock the Notifications