IGI ବିମାନ ବନ୍ଦରରେ 9/11 ପରି ଆକ୍ରମଣ ଧମକ, ଫୋନ୍ କଲ ପରେ ବିମାନବନ୍ଦରରେ ସତର୍କ ସୂଚନା ଜାରି
ଭାରତୀୟ ସୁରକ୍ଷା ଏଜେନ୍ସି ମଧ୍ୟରେ ହଇଚଇ ଦେଖାଦେଇଥିଲା ଯେତେବେଳେ ଏକ ଅଜ୍ଞାତ ଫୋନ୍ କଲ 9/11 ପରି ଆକ୍ରମଣକୁ ଧମକ ଦେଇଥିଲା ।
ନୂଆଦିଲ୍ଲୀ : ଆମେରିକାରେ 9/11 ଆତଙ୍କବାଦୀ ଆକ୍ରମଣକୁ 20 ବର୍ଷ ପୁରିଛି । 2001 ରେ ଆଜିର ଦିନରେ ଆତଙ୍କବାଦୀମାନେ ଆମେରିକାର ୱାର୍ଲ୍ଡ ଟ୍ରେଣ୍ଡ ସେଣ୍ଟର ଉପରେ ଦୁଇଟି ଯାତ୍ରୀବାହୀ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିଥିଲେ । ଏହି ଦିନକୁ ଆମେରିକାର ଇତିହାସରେ ଏକ ' ବ୍ଲାକ୍ ଡେ' ଭାବରେ ସ୍ମରଣୀୟ ।

ଏହି ସମୟରେ, ଭାରତୀୟ ସୁରକ୍ଷା ଏଜେନ୍ସି ମଧ୍ୟରେ ହଇଚଇ ଦେଖାଦେଇଥିଲା ଯେତେବେଳେ ଏକ ଅଜ୍ଞାତ ଫୋନ୍ କଲ 9/11 ପରି ଆକ୍ରମଣକୁ ଧମକ ଦେଇଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରୁ ଲଣ୍ଡନ ଅଭିମୁଖେ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନକୁ ବୋମାରେ ଉଡ଼ାଇ ଦେବା ନେଇ ଧମକ ଦିଆଯାଇଥିଲା ।
ସୁରକ୍ଷା ଅଧିକାରୀଙ୍କୁ ଆସିଥିବା ଧମକପୂର୍ଣ୍ଣ ପୋନ୍ କଲ୍ ପରେ ବିମାନବନ୍ଦରରେ ହାଇ ଆଲର୍ଟ ଜାରି ରହିଛି । ଦିଲ୍ଲୀ ପୋଲିସ କହିଛି ଯେ ଆମେରିକାରେ 9/11 ଆକ୍ରମଣ ପରି ଲଣ୍ଡନ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ଉଡ଼ାଇଦେବାକୁ ଧମକ ମିଳିଛି । ପୋଲିସର ସୂଚନାନୁସାରେ, ଦିଲ୍ଲୀର ରଣହୋଲା ପୋଲିସ ଷ୍ଟେସନକୁ ଗୁରୁବାର ରାତିରେ ବୋମା ବିସ୍ଫୋରଣ ନେଇ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା, ଯାହା ପରେ ଆଇଜିଆଇ ବିମାନବନ୍ଦରରେ ସତର୍କ ସୂଚନା ଜାରି କରାଯାଇଥିଲା ।
ଦିଲ୍ଲୀ ପୋଲିସ୍ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଲଣ୍ଡନ ଅଭିମୁଖେ ଯାଉଥିବା ବିମାନରେ ବୋମା ବିସ୍ପୋରଣ ନେଇ ଧମକ କଲ ଆସିଛି । କଲ କରିଥିବା ବ୍ୟକ୍ତି କହିଛି ଯେ ଆମେରିକାରେ 9/11 ଆକ୍ରମଣ ପରି ଲଣ୍ଡନ ଅଭିମୁଖେ ଥିବା ଏୟାର ଇଣ୍ଡିଆ ବିମାନ ଉଡ଼ିଯିବ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ କଲ କରିଥିବା ଅଭିଯୁକ୍ତକୁ ଖୋଜିବାକୁ ଚେଷ୍ଟା କରୁଛି ।












Click it and Unblock the Notifications