ୱାର୍ଦ୍ଧା ନଦୀରେ ଡଙ୍ଗା ଓଲଟି 11 ନିଖୋଜ, ତିନି ମୃତ ଦେହ ଉଦ୍ଧାର
ଗୋଟିଏ ପରିବାରର 11 ଜଣ ବୁଡ଼ି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 3 ଜଣଙ୍କ ମୃତଦେହ ମିଳି ପାରିଛି । ତେବେ ଡଙ୍ଗା ବୁଡ଼ିବାର କାରଣ ଜଣାପଡ଼ି ନାହିଁ ।
ମୁମ୍ବାଇ : ମହାରାଷ୍ଟ୍ର ଅମରାବତୀ ଜିଲ୍ଲାର ୱାର୍ଦ୍ଧା ନୀଦରେ ଡଙ୍ଗା ବୁଡ଼ି ଯାଇଛି । ଏହି ଦୁର୍ଘଟଣାରେ 11 ଜଣଙ୍କର ମୃତ୍ୟୁ ହୋଇଛି । ବେନୋଦା ଥାନା ଅନ୍ତର୍ଗତ ଝୁଞ୍ଜ ଗାଁ ନିକଟରେ ଏହି ଦୁର୍ଘଟଣା ହୋଇଛି । ଗୋଟିଏ ପରିବାରର 11 ଜଣ ବୁଡ଼ି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 3 ଜଣଙ୍କ ମୃତଦେହ ମିଳି ପାରିଛି । ତେବେ ଡଙ୍ଗା ବୁଡ଼ିବାର କାରଣ ଜଣାପଡ଼ି ନାହିଁ ।

ଡଙ୍ଗାଟି ନଦୀର ଗୋଟିଏ କୂଳରୁ ଅନ୍ୟପଟକୁ ଯାଉଥିବା ବେଳେ ବୁଡ଼ି ଯାଇଛି । ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ବସିଥିବା କୁହାଯାଉଛି । ନାଆରେ ଗୋଟିଏ ପରିବାରର 11 ଜଣ ଥିଲେ ।
Maharashtra | 3 bodies recovered in an incident of boat capsizing in Wardha river. The incident took place at Shri Kshetra Jhunj under Benoda Shaheed PS, Amravati at around 10 am today; 11 people who were on the boat belonged to same family: Hari Balaji, SP Amravati (Rural) pic.twitter.com/Eq7FS3pSIH
— ANI (@ANI) September 14, 2021
ଅମରାବତୀ ଏସପିଙ୍କ ସୂଚନା ଅନୁସାରେ 3 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଖୋଜ 8 ଜଣଙ୍କୁ ଠାବ ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଡଙ୍ଗା ବୁଡ଼ି ଖବର ପରେ ଲୋକଙ୍କ ଭିଡ଼ ଜମିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଦିନ ପ୍ରାୟ 10ଟା ବେଳେ ଏହି ଅଘଟଣ ଘଟିଛି ।












Click it and Unblock the Notifications