ରାସାୟନିକ କାରଖାନାରେ ବିସ୍ପୋରଣ : 4 ମୃତ, ଫସିରହିଛନ୍ତି 40 ରୁ 50 କର୍ମଚାରୀ
ମହାରାଷ୍ଟ୍ରର ରତ୍ନାଗିରି ଜିଲ୍ଲାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଜଣେ କର୍ମଚାରୀ ଗୁରୁତର ଭାବେ ଜଳି ଯାଇଛନ୍ତି । ଏବେବି ଭିତରେ 40 ରୁ 50 କର୍ମଚାରୀ ଫସିରହିଥିବା କୁହାଯାଉଛି ।
ମୁମ୍ବାଇ : ମହାରାଷ୍ଟ୍ରର ରତ୍ନାଗିରି ଜିଲ୍ଲାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଜଣେ କର୍ମଚାରୀ ଗୁରୁତର ଭାବେ ଜଳି ଯାଇଛନ୍ତି । ଏବେବି ଭିତରେ 40 ରୁ 50 କର୍ମଚାରୀ ଫସିରହିଥିବା କୁହାଯାଉଛି । ରତ୍ନାଗିରି ଜିଲ୍ଲାର ଖେଡ ଶିଳ୍ପାଞ୍ଚଳରେ ଅବସ୍ଥିତ ରାସାୟନିକ କାରଖାନା ଶନିବାର ଦିନ ବିସ୍ଫୋରଣ ହୋଇଛି । ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି । ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନା ଅନୁଯାୟୀ କାରଖାନାରେ ସକାଳ 9 ଟାରେ ଏହି ବିସ୍ଫୋରଣ ହୋଇଥଇବା ଜଣାପଡ଼ିଛି । ରାସାୟନିକ କାରଖାନାର ବଏଲରେ ଏହି ବିସ୍ଫୋରଣ ଘଟିଛି । ଲୋକମାନେ କହିଛନ୍ତି ଯେ, ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ଶବ୍ଦ ଚାରି କିଲୋମିଟର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା । ଏହା ପରେ ସ୍ଥାନୀୟ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଦୁର୍ଘଟଣାରେ ଆହତମାନଙ୍କୁ ରତ୍ନଗିରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications