Get Updates
Get notified of breaking news, exclusive insights, and must-see stories!

ବ୍ଲାକ୍ ଫଙ୍ଗସ୍ ପାଇଁ ଔଷଧ ବାହାର କଲା ଆଇଆଇଟି ହାଇଦ୍ରାବାଦ୍

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ହାଇଦ୍ରାବାଦର ଅନୁସନ୍ଧାନକାରୀ ଦଳ ବ୍ଲାକ୍ ଫଙ୍ଗସ୍ ତଥା ମ୍ୟକରମାଇକୋସିସ୍ ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଛନ୍ତି । ଆଇଆଇଟି ଶନିବାର ଏକ ପ୍ରକାଶନରେ କହିଛି ଯେ 60 ମିଲିଗ୍ରାମ ଔଷଧ ରୋଗୀ ପାଇଁ ଅନୁକୂଳ ।

ହାଇଦ୍ରାବାଦ : ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ହାଇଦ୍ରାବାଦର ଅନୁସନ୍ଧାନକାରୀ ଦଳ ବ୍ଲାକ୍ ଫଙ୍ଗସ୍ ତଥା ମ୍ୟକରମାଇକୋସିସ୍ ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଛନ୍ତି । ଆଇଆଇଟି ଶନିବାର ଦିନ ଏକ ପ୍ରକାଶନରେ କହିଛି ଯେ 60 ମିଲି ଗ୍ରାମ ଔଷଧ ରୋଗୀ ପାଇଁ ଅନୁକୂଳ । ଏହା ଶରୀରରେ ନେଫ୍ରୋଟକ୍ସାଇସିଟି ( କିଡନୀ ଉପରେ ରାସାୟନିକ ପଦାର୍ଥର ପାର୍ଶ୍ୱ ପ୍ରତିକ୍ରିୟା) ହ୍ରାସ କରିଥାଏ । ଏହି ଔଷଧର ମୂଲ୍ୟ ପ୍ରାୟ 200 ଟଙ୍କା ରହିବ ।

black-fungus

ରାସାୟନିକ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସପର୍ତ୍ତୀ ମଜୁମଦାର ଏବଂ ଡ଼ ଚନ୍ଦ୍ରଶେଖର ଶର୍ମା କାଲା-ଆଜର ପାଇଁ ପ୍ରଭାବଶାଳୀ ନାନୋଫାଇବ୍ରସ୍ ଏମ୍ବି ଔଷଧ ବିଷୟରେ ଏକ ବୈଧ ଅଧ୍ୟୟନ କରିଛନ୍ତି । ଅନୁଷ୍ଠାନ କହିଛି ଯେ 'ଦୁଇ ବର୍ଷର ଅଧ୍ୟୟନ ପରେ ଅନୁସନ୍ଧାନକାରୀମାନେ ନିଶ୍ଚିତ ଯେ ଏହି ଉତ୍ପାଦନକୁ ବ୍ୟାପକ ଉତ୍ପାଦନ ପାଇଁ ଉପଯୁକ୍ତ ଫାର୍ମା ସହଭାଗୀମାନଙ୍କୁ ହସ୍ତାନ୍ତର କରାଯାଇପାରିବ ।'

ଆଇଆଇଟି ହାଇଦ୍ରାବାଦ କହିଛି, 'ବର୍ତ୍ତମାନ ଦେଶରେ ବ୍ଲାକ୍ ଏବଂ ଅନ୍ୟାନ୍ୟ ପ୍ରକାରର ଫଙ୍ଗସର ଚିକିତ୍ସା ପାଇଁ କାଲା-ଆଜାର ଚିକିତ୍ସା ବ୍ୟବହୃତ ହେଉଛି ଏବଂ ଏହାର ଉପଲବ୍ଧତା ଏବଂ ମୂଲ୍ୟ-ପ୍ରଭାବକୁ ବିଚାର କରି ଏହି ଔଷଧର ଜରୁରୀକାଳୀନ ପରୀକ୍ଷା ପାଇଁ ଅନୁମତି ଦିଆଯିବା ଉଚିତ୍ ।' ଡ଼ ଶର୍ମା କହିଛନ୍ତି, ଏହା ଟେକ୍ନୋଲୋଜି ବୈଦ୍ଧିକ ସମ୍ପତ୍ତି ଅଧିକାରରୁ ମୁକ୍ତ ଅଟେ, ଯାହା ଦ୍ୱାରା ଏହା ଅଧିକ ମାତ୍ରାରେ ଉତ୍ପାଦିତ ହୋଇପାରିବ ଏବଂ ଏହା ଜନସାଧାରଣଙ୍କ ପାଇଁ ସହଜରେ ଉପଲବ୍ଧ ହୋଇପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+