ଚାଷୀନେତା ରାକେଶ ଟିକାୟତ ଦେଲେ ଆତ୍ମହତ୍ୟା ଧମକ

ମୁଁ କୃଷକମାନଙ୍କୁ ଅତ୍ୟାଚାରିତ ହେବାକୁ ଦେବିନାହିଁ, ଚାଷୀଙ୍କୁ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଲାଲକିଲ୍ଲାରେ କେଉଁମାନେ ହିଂସା କରିଛନ୍ତି ସରକାର ତାର ଉତ୍ତର ଦିଅନ୍ତୁ । ଏନେଇ ସୁପ୍ରିମକୋର୍ଟ ଦ୍ୱାରା ଯାଞ୍ଚ କରାଯାଉ ।

ନୂଆଦିଲ୍ଲୀ : ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ପରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଗୁରୁବାର ଦିନ ଅନେକ କୃଷକ ନେତାଙ୍କୁ ପୋଲିସ ନୋଟିସ ଦେଇଥିଲା । ଏଥି ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେ ଚାଷୀଙ୍କ ଆନ୍ଦୋଳନକୁ ହଟାଇବାକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାୟତ୍ କହିଛନ୍ତି ଯେ ଯଦି ତାଙ୍କର ଯଦି କିଛି ହୁଏ ସେଥିପାଇଁ ପ୍ରଶାସନ ଦାୟୀ ରହିବ । ଦେଶର କୃଷକଙ୍କ ସହ ଅତ୍ୟାଚାର କରାଯାଉଛି ବୋଲି ସେ କହିଛନ୍ତି ।

Rakesh-Tikait-BKU-Leader

କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟି ଆଇନ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ସେମାନେ ଧାରଣାସ୍ଥଳ ଖାଲି କରିବେ ନାହିଁ । ବିଜେପି ବିଧାୟକମାନେ ପୋଲିସ ସହିତ ମିଶିଛନ୍ତି, ଚାଷୀଙ୍କୁ ନିର୍ଯାତନା ଦିଆଯାଉଛି । ବିଜେପି ଚାଷୀଙ୍କୁ ବିନାଶ କରୁଛି । କୃଷକମାନଙ୍କୁ ଅତ୍ୟାଚାରିତ ହେବାକୁ ସେ ଦେବେ ନାହିଁ ବୋଲି ଗଣମାଧ୍ମକୁ ସୂଚନା ଦେଇ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଷଡଯନ୍ତ୍ର କରୁଛି, ବିଜେପି ସମଗ୍ର କୃଷକ ଆନ୍ଦୋଳନକୁ ଅସମ୍ମାନ କରିବାକୁ ଚେଷ୍ଟା କରିଛି । ଯେଉଁମାନେ ହିଂସା କରିଛନ୍ତି ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସେ ବାରମ୍ବାର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେବା ସମୟରେ ସେ କାନ୍ଦି ପକାଇଥିଲେ । କାନ୍ଦି କାନ୍ଦି କହିଥିଲେ ଯଦି ତିନୋଟି କୃଷି ଆଇନ ପ୍ରତ୍ୟାହାର ନହୁଏ ତେବେ ମୁଁ ଆତ୍ମହତ୍ୟା କରିବି । ଯଦି ମୋ ସହିତ କିଛି ଘଟେ ତେବେ ପ୍ରଶାସନ ଦାୟୀ ରହିବ । ମୁଁ କୃଷକମାନଙ୍କୁ ଅତ୍ୟାଚାରିତ ହେବାକୁ ଦେବିନାହିଁ, ଚାଷୀଙ୍କୁ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଲାଲକିଲ୍ଲାରେ କେଉଁମାନେ ହିଂସା କରିଛନ୍ତି ସରକାର ତାର ଉତ୍ତର ଦିଅନ୍ତୁ । ଏନେଇ ସୁପ୍ରିମକୋର୍ଟ ଦ୍ୱାରା ଯାଞ୍ଚ କରାଯାଉ । ଏହା ସମଗ୍ର ଦେଶକୁ ଜଣା ହେବା ଉଚିତ୍ ଯେ ଲାଲକିଲ୍ଲାରେ ହିଂସାରେ କାହାର ସମ୍ପୃକ୍ତି ରହିଛି । ଲାଲକିଲ୍ଲାରେ ପତକା ଲଗାଇଥିବା ବ୍ୟକ୍ତିର ଗତ ଦୁଇମାସର କଲ ରେକଡ଼ ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି ରାକେଶ । ସେଠାରେ ପତାକା ଲଗାଇଥିବା ବ୍ୟକ୍ତି କୃଷକ ନୁହଁ । ଜାତୀୟ ପତାକାର ଅସମ୍ମାନ ବରଦାସ୍ତ କରାଯିବନି ବୋଲି ଗଣମାଧ୍ୟମକୁ କହିଛନ୍ତି ଚାଷୀ ନେତା ରାକେଶ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+