ଦିଲ୍ଲୀରେ ପହଞ୍ଚିଲା ପରୀ ଲଢେଇ

ନୟାଗଡ଼ର କୁନି ଝିଅ ପରୀର ଅପହରଣ ଏବଂ ହତ୍ୟା ମାମଲା ଏବେ ପହଞ୍ଚିଛି ଦିଲ୍ଲୀରେ | ଏହି ଘଟଣାରେ ହସ୍ତକ୍ଷେପ କରି ପରୀକୁ ନ୍ୟାୟ ଦେବା ନେଇ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ସୋମବାର ଶିଶୁ ସୁରକ୍ଷା କମିଶନଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି |

ନୂଆଦିଲ୍ଲୀ : ନୟାଗଡ଼ର କୁନି ଝିଅ ପରୀର ଅପହରଣ ଏବଂ ହତ୍ୟା ମାମଲା ଏବେ ପହଞ୍ଚିଛି ଦିଲ୍ଲୀରେ | ଏହି ଘଟଣାରେ ହସ୍ତକ୍ଷେପ କରି ପରୀକୁ ନ୍ୟାୟ ଦେବା ନେଇ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ସୋମବାର ଶିଶୁ ସୁରକ୍ଷା କମିଶନଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି |

ଦାବି ପତ୍ରରେ ଦୁଇଟି ପ୍ରସଙ୍ଗରେ ଉଲ୍ଲେଖ କରାଯାଇଛି | ଜାତୀୟ ଶିଶୁ ସୁରକ୍ଷା କମିଶନର ଏକ ସ୍ୱତନ୍ତ୍ର ଦଳ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ପରୀ ଶରୀରର କୌଣସି ଅଙ୍ଗ ଚୋରୀ ହୋଇଛି କି ନାହିଁ ସେ ବିଷୟରେ ସବିଶେଷ ତଦନ୍ତ କରିବାକୁ ଦାବି କରାଯାଇଛି | ସେହିଭଳି ଏହି ଘଟଣାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ମଧ୍ୟ ତଦନ୍ତ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି | ଏଥି ସହିତ ଭାଇରାଲ ହୋଇଥିବା ଅଡ଼ିଓ ସମ୍ପର୍କରେ ତଦନ୍ତ କରିବାକୁ ଦାବି କରିଛନ୍ତି |

NCPCR

ନୟାଗଡ ଜିଲ୍ଳାପାଳ ଓ ଏସପି ଦିଲ୍ଲୀରେ କମିଶନଙ୍କ ନିକଟରେ ହାଜର ହୋଇ ତାଙ୍କର ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି | ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ କମିଶନ ବିଧିବଦ୍ଧ ତଦନ୍ତ କରି 'ପରୀ'ର ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।

ସେହିପରି ରାଜ୍ୟରେ ବିଜେପି ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ନୟାଗଡ଼ ଯାଇ 'ପରୀ'ର ପରିବାରକୁ ଭେଟିବେ ଏବଂ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ପଚାରି ବୁଝିବେ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+