ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍
ଭାରତୀୟ ଜନତା ପାର୍ଟି (ବିଜେପି) ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଅଫିସିଆଲ୍ ଟ୍ୱିଟ୍ ର ଆକାଉଣ୍ଟ ରବିବାର ସକାଳ 10 ଟା ସମୟରେ ହ୍ୟାକ୍ ହୋଇଥିଲା । କିଛି ମିନିଟ୍ ପରେ ତାଙ୍କ ଆକାଉଣ୍ଟ୍ ପୁନଃସ୍ଥାପିତ କରାଯାଇଛି ।
ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି) ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଅଫିସିଆଲ୍ ଟ୍ୱିଟ୍ ର ଆକାଉଣ୍ଟ ରବିବାର ସକାଳ 10 ଟା ସମୟରେ ହ୍ୟାକ୍ ହୋଇଥିଲା । କିଛି ମିନିଟ୍ ପରେ ତାଙ୍କ ଆକାଉଣ୍ଟ୍ ପୁନଃସ୍ଥାପିତ କରାଯାଇଛି । କିନ୍ତୁ କିଛି ମିନିଟ ମଧ୍ୟରେ ହ୍ୟାକର ତିନି ରୁ ଚାରି ଟ୍ୱିଟ୍ କରିଦେଇଥିଲେ । ଏପରିକି ହ୍ୟାକର ଜେପି ନଡ୍ଡାଙ୍କ ଟ୍ୱିଟର ହ୍ୟାଣ୍ଡେଲର ନାମ ବଦଳାଇ ଦେଇଥିଲେ । ହ୍ୟାକର୍ ଆକାଉଣ୍ଟକୁ ହ୍ୟାକ୍ କରି ଲେଖିଥିଲେ, ୟୁକ୍ରେନର ଲୋକଙ୍କ ସହିତ ଛିଡା ହୁଅ । ବର୍ତ୍ତମାନ କ୍ରିପ୍ଟୋକରେନ୍ସି ଦାନ ଗ୍ରହଣ କରୁଛି । ଅନ୍ୟ ଏକ ଟ୍ୱିଟରେ ହ୍ୟାକର୍ ଲେଖିଛନ୍ତି ଯେ ମୋର ଆକାଉଣ୍ଟ ହ୍ୟାକ୍ ହୋଇନାହିଁ । ସମସ୍ତ ଦାନ ୟୁକ୍ରେନ ସରକାରଙ୍କୁ ଦିଆଯିବ । "ଏହି ଦୁଇଟି ଟ୍ୱିଟ୍ ହିନ୍ଦୀରେ କରାଯାଇଛି ।

ପ୍ରଥମ ଟ୍ୱିଟରେ ହ୍ୟାକର ଲେଖିଛନ୍ତି, ''ୟୁକ୍ରେନବାସୀଙ୍କ ସହିତ ଛିଡା ହୁଅ । ବର୍ତ୍ତମାନ କ୍ରିପ୍ଟୋକରେନ୍ସି ଦାନ ଗ୍ରହଣ କରୁଛି ।" ଏହା ସହିତ ହ୍ୟାକର୍ ଟ୍ୱିଟରେ ପେମେଣ୍ଟ ଲିଙ୍କ୍ ମଧ୍ୟ ଦେଇଛନ୍ତି ।
ଏହା ପରେ ୟୁକ୍ରେନ ବିଷୟରେ ଦ୍ୱିତୀୟ ଟ୍ୱିଟ୍ ମଧ୍ୟ କରାଯାଇଥିଲା ଯେଉଁଥିରେ ଲେଖାଥିଲା, "ମୋ ଆକାଉଣ୍ଟ ହ୍ୟାକ୍ ହୋଇନାହିଁ । ସମସ୍ତ ଦାନ ୟୁକ୍ରେନ ସରକାରଙ୍କୁ ଦିଆଯିବ ।"

ହ୍ୟାକର ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟର ନାମ ମଧ୍ୟ ବଦଳାଇ ଦେଇଛି । ଜେପି ନଡ୍ଡାଙ୍କ ବଦଳରେ ଟ୍ୱିଟର ଆକାଉଣ୍ଟ ନାମ ହ୍ୟାକର୍ "ICG OWNS INDIA" ରଖିଛି । ଏହା ପରେ ହ୍ୟାକର୍ ଅନ୍ୟ ଏକ ଟ୍ୱିଟରେ କହିଛନ୍ତି ଯେ ଏହି ଆକାଉଣ୍ଟ୍ #ICG ଦ୍ୱାରା ପରିଚାଳିତ ହେଉଛି । ତେବେ ଆକାଉଣ୍ଟ ହ୍ୟାକ୍ ହେବା ନେଇ ଜେପି ନଡ୍ଡାଙ୍କ ତରଫରୁ କୌଣସି ଅଫିସିଆଲ୍ ବିବୃତ୍ତି ହୋଇନାହିଁ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications