ଦିଲ୍ଲୀ ବାସଭବନରୁ ବିଜେପି ସାଂସଦ ରାମସ୍ୱରୂପ ଶର୍ମାଙ୍କ ମୃଦହେହ ଉଦ୍ଧାର , ଆତ୍ମହତ୍ୟା ସନ୍ଦେହ
ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ରାମସ୍ୱରୂପ ଶର୍ମାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସନ୍ଦେହଜନକ ଭାବେ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ପୋଲିସ୍ ଉଦ୍ଧାର କରିଛି ।
ଦିଲ୍ଲୀ : ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ରାମସ୍ୱରୂପ ଶର୍ମାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସନ୍ଦେହଜନକ ଭାବେ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ପୋଲିସ୍ ଉଦ୍ଧାର କରିଛି । ସାଂସଦ ରାମସ୍ୱରୂପ ଶର୍ମାଙ୍କ ମୃତ୍ୟୁ ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ସାଂସଦଙ୍କ ମୃତଦେହ ଦିଲ୍ଲୀର ତାଙ୍କ ଫ୍ଲାଟରେ ଝୁଲନ୍ତା ଅବସ୍ଥାରେ ମିଳିଛି । ଏଥିସହିତ ଫୋରେନସିକ୍ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ଜବତ କରି ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଆତ୍ମହତ୍ୟା ବୋଲି ଏହାକୁ ସନ୍ଦେହ କରାଯାଉଛି, କିନ୍ତୁ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

ସାଂସଦ ରାମସ୍ୱରୂପ ଶର୍ମାଙ୍କ ବାସଭବନ ଦିଲ୍ଲୀର ଆରଏମଏଲ ହସ୍ପିଟାଲ ନିକଟରେ । ଏହି ଫ୍ଲାଟରେ 62 ବର୍ଷୀୟ ବିଜେପି ସାଂସଦ ଶର୍ମା (62) ଙ୍କ ମୃତଦେହ ଝୁଲୁଥିବାର ସକାଳ 8.30 ମିନିଟରେ ଖବର ପାଇଥିଲୋ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି ।
ଫୋରେନସିକ୍ ଜଳ ମୃତଦେହକୁ ତଳକୁ କରିବା ସହ ଆନୁସଙ୍ଗିକ ପ୍ରମାଣ ସବୁ ଏକାଠି କରି ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଆତ୍ମହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ତଦନ୍ତ ଆରମ୍ଭ କରିଛି । ବିଜେପି ସାଂସଦଙ୍କ କର୍ମଚାରୀ ଦିଲ୍ଲୀ ପୋଲିସକୁ କହିଛନ୍ତି, 'ମୁଁ ଆଜି ସକାଳେ ଯେତେବେଳେ ରୁମ ଖୋଲିବାକୁ ଗଲି, ଭିତର ପଟରୁ ତାଲା ପଡିଥିଲା, ବାରମ୍ବାର ଡାକିବା ପରେ ମଧ୍ୟ ସେ ଖୋଲିନଥିଲେ । ତା'ପରେ ପୋଲିସକୁ ଡକାଯାଇଥିଲା । ପୋଲିସ ପହଞ୍ଚିବା ପରେ କବାଟ ଭାଙ୍ଗି ମୃତଦେହ ଝୁଲୁଥିବାର ତେଖିବାକୁ ପାଇଲା ।'
ଏଥି ସହ ବିଜେପି ସାଂସଦ ରାମସ୍ୱରୂପ ଶର୍ମାଙ୍କ ଦେହାନ୍ତ ପରେ ଆଜି ହେବାକୁ ଥିବା ସଂସଦୀୟ ଦଳ ବୈଠକକୁ ବାତିଲ କରିଦିଆଯାଇଛି । ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଜୋଗିନ୍ଦରନଗରର ବାସିନ୍ଦା ରାମସ୍ୱରୂପ ଶର୍ମା କ୍ରମାଗତ ଦ୍ୱିତୀୟ ଥର ଲାଗି ସାଂସଦ ହୋଇଥିଲେ । ସେ ଦୀର୍ଘ ଦିନ ଧରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନ (ଆରଏସଏସ) ସହିତ ଜଡିତ ଥିଲେ । ସାଂସଦ ହେବା ପୂର୍ବରୁ ସେ ମଣ୍ଡି ଜିଲ୍ଲାର ବିଜେପି ସଚିବ ଏବଂ ପରେ ହିମାଚଳ ପ୍ରଦେଶ ବିଜେପିର ସଚିବ ଥିଲେ ।












Click it and Unblock the Notifications