ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଏନଆରସି ଲାଗୁ କରି ଅନୁପ୍ରବେଶକାରୀ ଠାରୁ ମୁକ୍ତି ଦିଆଯାଉ ବିଜେପି ସାଂସଦ ନିଶିକାନ୍ତ ଦୁବେ
ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ବିହାରର କେତେକ ଅଞ୍ଚଳରେ ଏନଆରସି ଲାଗୁ କରାଯାଉ ବୋଲି ସାଂସଦ ନିଶିକାନ୍ତ ଦୁବେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ସେ କହିଛନ୍ତି ଏହି ଅଞ୍ଚଳର ସ୍ଥାନୀୟ ଲୋକ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ନୂଆଦିଲ୍ଲୀ : ଗୁରୁବାର ସଂସଦର ଶୂନ୍ୟକାଳ ସମୟରେ ଏନଆରସି ସମ୍ପର୍କରେ ଝାଡଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ଏକ ବଡ଼ ଦାବି କରିଛନ୍ତି । ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ବିହାରର କେତେକ ଅଞ୍ଚଳରେ ଏନଆରସି ଲାଗୁ କରାଯାଉ ବୋଲି ସାଂସଦ ନିଶିକାନ୍ତ ଦୁବେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏହି ଅଞ୍ଚଳରେ ରହୁଥିବା ସ୍ଥାନୀୟ ଲୋକ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ NRC କାର୍ଯ୍ୟକାରୀ କରି ଆମେ ଏଥିରୁ ମୁକ୍ତି ପାଇପାରିବା । ସେ କହିଛନ୍ତି ଯେ ଝାଡ଼ଖଣ୍ଡ ଏବଂ ବିହାରର କେତେକ ଅଞ୍ଚଳରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯୋଗୁଁ ଏଠାରେ ଜନସଂଖ୍ୟା ପରିବର୍ତ୍ତନ ହେଉଛି ।

ଶୂନ୍ୟକାଳ ସମୟରେ ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ ଯେତେବେଳେ ଝାଡ଼ଖଣ୍ଡରେ ଆମର ସରକାର ଥିଲା, ସେତେବେଳେ ଆମ ମୁଖ୍ୟମନ୍ତ୍ରୀ କେତେକ ଜିଲ୍ଲାରେ ଏନଆରସି ଲାଗୁ କରିବାକୁ ସରକାରଙ୍କୁ ଦାବି କରିଥିଲେ । ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ ଝାଡଖଣ୍ଡ, ବିହାର ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ NRC ଲାଗୁ କରନ୍ତୁ ଏବଂ ଆମେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଠାରୁ ଆମେ ମୁକ୍ତି ପାଇବୁ ।












Click it and Unblock the Notifications