'ଗୁଟଖା ଖାଅ, ମଦ ପିଅ...କିନ୍ତୁ ଜଳ ସଞ୍ଚୟ କର', ଏପରି କହିଲେ ବିଜେପି ସାଂସଦ
'ଗୁଟକା ଖାଆନ୍ତୁ, ସଲ୍ୟୁସନ୍ ସୁଂଘନ୍ତୁ କିମ୍ବା ଆୟୋଡେକ୍ସ ଖାଆନ୍ତୁ, କିନ୍ତୁ ଜଳ ସଂରକ୍ଷଣର ମହତ୍ତ୍ୱ ବୁଝନ୍ତୁ ।' ଏପରି ଏକ ଅଦ୍ଭୁଦ କଥା କହିଛନ୍ତି ମଧ୍ୟପ୍ରଦେଶର ରିୱାରୁ ବିଜେପି ସାସଂଦ ଜନାର୍ଦ୍ଦନ ମିଶ୍ର । ମ
ଭୋପାଳ : 'ଗୁଟକା ଖାଆନ୍ତୁ, ସଲ୍ୟୁସନ୍ ସୁଂଘନ୍ତୁ କିମ୍ବା ଆୟୋଡେକ୍ସ ଖାଆନ୍ତୁ, କିନ୍ତୁ ଜଳ ସଂରକ୍ଷଣର ମହତ୍ତ୍ୱ ବୁଝନ୍ତୁ ।' ଏପରି ଏକ ଅଦ୍ଭୁଦ କଥା କହିଛନ୍ତି ମଧ୍ୟପ୍ରଦେଶର ରିୱାରୁ ବିଜେପି ସାସଂଦ ଜନାର୍ଦ୍ଦନ ମିଶ୍ର । ମଧ୍ୟପ୍ରଦେଶରେ ଜଳ ସଂରକ୍ଷଣ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜନାର୍ଦ୍ଦନ ମିଶ୍ର ଏପରି କହିଥିଲେ, ଯାହାର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆପଣଙ୍କୁ କହି ରଖୁଛୁ ଏହା ପ୍ରଥମ ଘଟଣା ନୁହେଁ, ଜନାର୍ଦ୍ଦନ ମିଶ୍ର ସୋଶାଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ଏହା ପୂର୍ବରୁ ମଧ୍ୟ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଖାଲି ହାତରେ ଶୌଚାଳୟ ସଫା କରୁଥିବା ଦେଖିବାକୁ ମିଳିଥିଲା ।
ରବିବାର ଦିନ ରେୱାର କୃଷ୍ଣରାଜ କପୁର ଅଡିଟୋରିୟମରେ ଆୟୋଜିତ ଜଳ ସଂରକ୍ଷଣ ଉପରେ ଏକ କାର୍ଯ୍ୟକ୍ରମରେ ଜନାର୍ଦ୍ଦନ ମିଶ୍ର କହିଛନ୍ତି, 'ପୃଥିବୀରୁ ଜଳ କ୍ରମାଗତ ଭାବେ ହ୍ରାସ ପାଉଛି, ଯାହା ସଂରକ୍ଷଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣ ଗୁଟଖା ଖାଆନ୍ତୁ, ମଦ୍ୟପାନ କରନ୍ତୁ, ଥିନର କିମ୍ବା ସଲ୍ୟୁସନ୍ ସୁଂଘ ଅଥବା ଆୟୋଡେକ୍ସ ଖାଆନ୍ତୁ, କିନ୍ତୁ ଜଳର ମହତ୍ତ୍ୱ ବୁଝନ୍ତୁ । ଯଦି କୌଣସି ସରକାର ଘୋଷଣା କରନ୍ତି ଯେ ଜଳ ଉପରେ ଟ୍ୟାକ୍ସ ଛାଡ଼ କରିବ, ତେବେ ସେମାନଙ୍କୁ କୁହ ଯେ ଆମେ ନିଶ୍ଚିତ ଭାବେ ଜଳ ଟ୍ୟାକ୍ସ ଦେବୁ, ଯଦି ତୁମେ ଚାହଁ ଅନ୍ୟ ସମସ୍ତ ଟ୍ୟାକ୍ସ, ବିଦ୍ୟୁତ ବିଲ୍ ଛାଡ଼ କର ।
ସେ ଆହୁରି ବି କହିଛନ୍ତି ଯେ ଜଳ ସରି ଆସୁଥିବା ବେଳେ ଲୋକେ ନଳକୂପ ଖୋଳି ଭୂତଳ ଜଳ ଶେଷ କରୁଛନ୍ତି । ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେବା ସହ ଏବେଠାରୁ ସାବଧାନ ନହେଲେ ଭବିଷ୍ୟତର ପିଢ଼ିଙ୍କ ପାଣି ପାଣି ରହିବ ନାହିଁ ବୋଲି ସେ କହିଛନ୍ତି । ନିଜର ଟଙ୍କାକୁ ଯେପରି ଭାବେ ବି ଖର୍ଚ୍ଚ କରନ୍ତୁ, ମାତ୍ର ଜଳ ସଂରକ୍ଷଣ ସମସ୍ତଙ୍କ ପ୍ରାଥମିକତା ହେବା ଉଚିତ ବୋଲି ସେ କହିଛନ୍ତି ।












Click it and Unblock the Notifications