11 ଦୋଷୀଙ୍କୁ ମୁକ୍ତ କରିବା ମାମଲାରେ ସୁପ୍ରିମ କୋର୍ଟ ପହଞ୍ଚିଲେ ପିଡ଼ିତା ବିଲକିସ୍ ବାନୋ

ଗୁଜୁରାଟରେ 2002 ମସିହାରେ ଦଙ୍ଗା ସମୟରେ ଗଣଦୁଷ୍କର୍ମ ମାମଲାରେ 11 ଜଣ ଦୋଷୀଙ୍କୁ ଜେଲରୁ ମୁକ୍ତ କରିବାକୁ ଚାଲେଞ୍ଜ କରି ପିଡ଼ିତା ବିଲକିସ୍ ବାନୋ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : ଗୁଜୁରାଟରେ 2002 ମସିହାରେ ଦଙ୍ଗା ସମୟରେ ଗଣଦୁଷ୍କର୍ମ ମାମଲାରେ 11 ଜଣ ଦୋଷୀଙ୍କୁ ଜେଲରୁ ମୁକ୍ତ କରିବାକୁ ଚାଲେଞ୍ଜ କରି ପିଡ଼ିତା ବିଲକିସ୍ ବାନୋ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିଲକିସ୍ ବାନୋ ବୁଧବାର ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ ଦାଖଲ କରିଛନ୍ତି ।

Bilkis Bano case

ଏଥିରେ 11 ଜଣ ଦୋଷୀଙ୍କୁ ଚଳିତ ବର୍ଷ ଅଗଷ୍ଟ 15 ରେ ମୁକ୍ତ କରାଯାଇଥିବା ନିଷ୍ପତ୍ତି କୁ ଚ୍ୟାଲେଞ୍ଜ କରାଯାଇଛି । ଆଜି ଏହି ମାମଲା ପ୍ରଧାନ ବିଚାରପତିଙ୍କ ନିକଟରେ ରଖାଯାଇଛି । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ କହିଛନ୍ତି ଯେ ଆଜି ତାଙ୍କ ଓକିଲ ସିଜେଆଇ ସମ୍ମୁଖରେ ଏହି ମାମଲା ଉଲ୍ଲେଖ କରିବା ପରେ ସେ ଆବେଦନ ଉପରେ ଦୃଷ୍ଟି ଦେବେ ।

2002 ଗଣଦୁଷ୍କର୍ମ ମାମଲାରେ 11 ଜଣ ଦୋଷୀଙ୍କୁ ଶୀଘ୍ର ମୁକ୍ତ କରିବା ଘଟଣାକୁ ଦେଶବ୍ୟାପୀ ସମାଲୋଚନା କରାଯାଇଥିଲା ଏବଂ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ସର୍ବୋଚ୍ଚ କୋର୍ଟରେ ଅନେକ ଆବେଦନ କରାଯାଇଥିଲା । ଏହି ମାମଲାର ଶୁଣାଣି ଚାଲିଥିବାରୁ ବିଲକିସ୍ ବାନୋଙ୍କ ଓକିଲ ବୁଧବାର ଦିନ ଏକ ରିଟ୍ ପିଟିସନ୍ ଦାଖଲ କରିଛନ୍ତି ।

ବିଲକିସ୍ ବାନୋ କୋର୍ଟର ମେ ଆଦେଶ ବିରୋଧରେ ଏକ ସମୀକ୍ଷା ଆବେଦନ କରିଛନ୍ତି ଯେଉଁଥିରେ ଗୁଜୁରାଟ ସରକାର ଉପରେ ମୁକ୍ତ କରିବାର ନିଷ୍ପତ୍ତି ଛାଡି ଦିଆଯାଇଛି । ଏହା ବ୍ୟତୀତ ବିଲକିସ୍ ବାନୋ ସମସ୍ତ ଦୋଷୀଙ୍କୁ ମୁକ୍ତ କରିବା ବିରୋଧରେ ଏକ ପିଟିସନ ମଧ୍ୟ ଦାଖଲ କରିଛନ୍ତି ।

ଉଲ୍ଲେଖନୀୟ ବିଷୟ ହେଉଛି, 2002 ଗୋଦ୍ରା ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କୁ ଗଣ ଦୁଷ୍କର୍ମ କରିବା ସହ ତାଙ୍କ ପରିବାରର 9 ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ 11 ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହା ପରେ ସମସ୍ତ ଅଭିଯୁକ୍ତଙ୍କୁ ଚଳିତ ବର୍ଷ ଅଗଷ୍ଟ 15 ରେ ଜେଲରୁ ମୁକ୍ତ କରାଯାଇଥିଲା । ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ ଯେଉଁଥିରେ ଗୁଜୁରାଟ ସରକାର କହିଥିଲେ ଯେ ସେମାନଙ୍କର 'ଭଲ ଆଚରଣ' ହେତୁ ସେମାନଙ୍କୁ ମୁକ୍ତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+